ଆତଙ୍କୀଙ୍କ ଟାର୍ଗେଟରେ ରେଳ ଷ୍ଟେସନ୍, ବମିଂ କରି ଉଡ଼ାଇ ଦେବାକୁ ମସୁଧା!

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ହରିୟାଣା ରେଳ ଷ୍ଟେସନ୍। ବମିଂ କରି ଷ୍ଟେସନ୍ ଉଡ଼ାଇ ଦେବାକୁ କିଛି ଆତଙ୍କବାଦୀ ମସୁଧା କରୁଥିବା ସୂଚନା ମିଳିବା ପରେ ହରିୟାଣାର ବିଭିନ୍ନ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଛି ସନ୍ଦିଗ୍ଧ ଯୁବକ ଏସଂପର୍କରେ କଥା ହେଉଥିବା ନେଇ ଜଣେ ଅଜଣା ମହିଳା ରେଳବାଇ ହେଲପ ଲାଇନ ନମ୍ବରକୁ ଫୋନ କରି ସୂଚନା ଦେଇଥିଲେ। ଏହି ସନ୍ଦିଗ୍ଧମାନେ ଏକ ରାଜସ୍ଥାନ ନମ୍ବର ଲାଗିଥିବା ଗାଡ଼ିରେ ବୁଳୁଥିବାର ମଧ୍ୟ ସଂପୃକ୍ତ ମହିଳା […]

Railway Track

Jitendra Garnayak
  • Published: Tuesday, 08 September 2020
  • , Updated: 08 September 2020, 02:52 PM IST

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ହରିୟାଣା ରେଳ ଷ୍ଟେସନ୍। ବମିଂ କରି ଷ୍ଟେସନ୍ ଉଡ଼ାଇ ଦେବାକୁ କିଛି ଆତଙ୍କବାଦୀ ମସୁଧା କରୁଥିବା ସୂଚନା ମିଳିବା ପରେ ହରିୟାଣାର ବିଭିନ୍ନ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

କିଛି ସନ୍ଦିଗ୍ଧ ଯୁବକ ଏସଂପର୍କରେ କଥା ହେଉଥିବା ନେଇ ଜଣେ ଅଜଣା ମହିଳା ରେଳବାଇ ହେଲପ ଲାଇନ ନମ୍ବରକୁ ଫୋନ କରି ସୂଚନା ଦେଇଥିଲେ। ଏହି ସନ୍ଦିଗ୍ଧମାନେ ଏକ ରାଜସ୍ଥାନ ନମ୍ବର ଲାଗିଥିବା ଗାଡ଼ିରେ ବୁଳୁଥିବାର ମଧ୍ୟ ସଂପୃକ୍ତ ମହିଳା କହିଥିଲେ। ତେବେ ଏହି ମହିଳାଙ୍କୁ ଏଯାଏ ଠାବ କରାଯାଇନାହିଁ। ଏ ସଂପର୍କରେ ରେଳବାଇ ପୁଲିସ ରେଲଓ୍ୱେ ପ୍ରୋଟେକ୍ସନ ଫୋର୍ସକୁ ଜଣାଇବା ପରେ ଉଭୟ ପୁଲିସ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବିଭିନ୍ନ ଷ୍ଟେସନରେ ଆଲର୍ଟ ଜାରି କରାଯିବା ସହ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ଏବଂ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ହରିୟାଣା ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି।

Related story