ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ ଶ୍ରମିକ ନିହତ, ଜଣେ ଗୁରୁତର

କଶ୍ମୀର: ରବିବାର ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିମାଡ଼ କରିଛନ୍ତି। ଏଥିରେ ୨ ଜଣ ଶ୍ରମିକ ନିହତ ହୋଇନ୍ତି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।  କିନ୍ତୁ ଶ୍ରମିକମାନ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ନୁହନ୍ତି ବୋଲି ଜଣାପଡ଼ିଛି। ମୃତ ବ୍ୟକ୍ତିମାନେ ବିହାର ବାସିନ୍ଦା ରାଜା ଦେବୀ ଏବଂ ଯୋଗୀନ୍ଦର ରେସି ଦେବ ବୋଲି ଜଣାପଡିଛି। ଆହତ ବ୍ୟକ୍ତିଙ୍କ ନାମ ଚୁନ୍ ଚୁନ୍ ରେଶି ଦେବ ବୋଲି ଜଣାପଡିଛି। କୁଲଗାମର ଲାରାନ ଗାଙ୍ଗିପୋରା ୱାନପୋହରେ ଶ୍ରମିକଙ୍କ ଭଡା ଘରେ […]

terror

Tapas Behera
  • Published: Sunday, 17 October 2021
  • , Updated: 17 October 2021, 07:39 PM IST

କଶ୍ମୀର: ରବିବାର ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିମାଡ଼ କରିଛନ୍ତି। ଏଥିରେ ୨ ଜଣ ଶ୍ରମିକ ନିହତ ହୋଇନ୍ତି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।  କିନ୍ତୁ ଶ୍ରମିକମାନ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ନୁହନ୍ତି ବୋଲି ଜଣାପଡ଼ିଛି। ମୃତ ବ୍ୟକ୍ତିମାନେ ବିହାର ବାସିନ୍ଦା ରାଜା ଦେବୀ ଏବଂ ଯୋଗୀନ୍ଦର ରେସି ଦେବ ବୋଲି ଜଣାପଡିଛି। ଆହତ ବ୍ୟକ୍ତିଙ୍କ ନାମ ଚୁନ୍ ଚୁନ୍ ରେଶି ଦେବ ବୋଲି ଜଣାପଡିଛି। କୁଲଗାମର ଲାରାନ ଗାଙ୍ଗିପୋରା ୱାନପୋହରେ ଶ୍ରମିକଙ୍କ ଭଡା ଘରେ ପ୍ରବେଶ କରି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଏଥିରେ ୩ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦିନକପୂର୍ବରୁ ୨ ଜଣଙ୍କୁ ଗୁଳିମାଡ଼ କରି ହତ୍ୟା କରଥିଲେ ଆତଙ୍କବାଦୀ। ସେମାନଙ୍କ ମଧ୍ୟରୁ ଜଣେ ବିହାରର ଷ୍ଟ୍ରିଟ ହକର ହୋଇଥିବା ବେଳେ ଆଉ ଜଣେ ହେଛନ୍ତି ଉତ୍ତରପ୍ରଦେଶର ଶ୍ରମିକ। ତେଣୁ ଉକ୍ତ ଇଲାକାରେ ଏମିତି ବାରମ୍ବାର ଆତଙ୍କବାଦୀଙ୍କ ଟାର୍ଗେଟ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

Related story