ସତ ହେଲା କେଜ୍ରିୱାଲଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଏକ ବଡ ଦଳ ଭାବେ ଉଭା ହୋଇଛି। ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ହାସଲ କରିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି। ଏହାରି ଭିତରେ ସତ ହୋଇଛି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଭବିଷ୍ୟବାଣୀ। ପଞ୍ଜାବର ଦୁଇଟି ଯାକ ଆସନରୁ ହାରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂହ ଚନ୍ନି। ସେହିପରି ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ୍‌ ନିଜ ଆସନରୁ ବିପୁଳ […]

kejriwal on bhagwant mann

Madhupriya Mistry
  • Published: Thursday, 10 March 2022
  • , Updated: 10 March 2022, 03:47 PM IST

ନୂଆଦିଲ୍ଲୀ: ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଏକ ବଡ ଦଳ ଭାବେ ଉଭା ହୋଇଛି। ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ହାସଲ କରିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି। ଏହାରି ଭିତରେ ସତ ହୋଇଛି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଭବିଷ୍ୟବାଣୀ।

ପଞ୍ଜାବର ଦୁଇଟି ଯାକ ଆସନରୁ ହାରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂହ ଚନ୍ନି। ସେହିପରି ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ୍‌ ନିଜ ଆସନରୁ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଛନ୍ତି। ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଦୁଇଟି ଯାକ ଆସନରୁ ହାରିବା ନେଇ ଭବିଷ୍ୟବାଣୀ କରିଥିଲେ।

କେବଳ ସେତିକି ନୁହେଁ ସାଧା କାଗଗରେ ଏନେଇ ଲେଖିକି ମଧ୍ୟ ଦେଇଥିଲେ। ସେହିପରି ଭଗୱନ୍ତ ମାନ୍‌ ଧୁରୀ ଆସନରୁ ଅତିକମ୍‌ରେ ୫୧ ହଜାର ଭୋଟରେ ଜିତିବେ ବୋଲି କହିଥିଲେ କେଜ୍ରିୱାଲ। ବାଦଲ ପରିବାରର ୫ ଜଣ ପ୍ରାର୍ଥୀ ମଧ୍ୟ ହାରିବେ। ପଞ୍ଜାବରେ ଆପ୍‌ ସରକାର ଗଠନ ହେବ। ପଞ୍ଜାବରେ ଝାଡୁ ବୁଲିବ।

ଏବେ କେଜ୍ରିୱାଲଙ୍କ ଏହି ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ ହୋଇଛି। ଧୁରୀ ଆସନରୁ ଭଗୱନ୍ତ ମାନ୍‌ ପାଖାପାଖି ୫୮ ହଜାର ଭୋଟ୍‌ରେ ବିପୁଳ ବିଜୟ ହାସଲ କରିଛନ୍ତି। ସେହିପରି ପଞ୍ଜାବର ଚମକୌର ସାହିବ ଏବଂ ଭଦୌର ସିଟ୍‌ରୁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଏହି ଦୁଇଟି ଯାକ ଆସନରୁ ନିରାଶ ହେବାକୁ ପଡିଛି। ସେ ଏହି ଦୁଇଟି ଆସନରୁ ହାରିଛନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ବାଦଳ ପରିବାର ସବୁଠାରୁ ବରିଷ୍ଠ ନେତା ପ୍ରକାଶ ସିଂହ ବାଦଲ ଆପ୍‌ ପ୍ରାର୍ଥୀଙ୍କ ଠାରୁ ହାରିଛନ୍ତି। ତାଙ୍କ ପୁଅ ସୁଖବୀର ସିଂହ ବାଦଲ ମଧ୍ୟ ପଛରେ ପଡିଛନ୍ତି।

Related story