Advertisment

'ଜେମ୍ସ ବଣ୍ଡ-007' ଜରିଆରେ ମୋଦିଙ୍କୁ ଟିଏମ୍‌ସିର ଟାର୍ଗେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ‘ଜେମ୍ସ ବଣ୍ଡ-007’। ଏକଥା ଆମେ କହୁନୁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାୟନଙ୍କୁ ମୋଦିଙ୍କୁ ଜେମ୍ସ ବଣ୍ଡ ବୋଲି ଦର୍ଶାଇଛନ୍ତି। ଦେଶର ଅର୍ଥବ୍ୟବସ୍ଥା ସ୍ଥିତିକୁ ନେଇ ଜେମ୍ସ ବଣ୍ଡ ଜରିଆରେ ମୋଦିଙ୍କୁ ଟାର୍ଗେଟ କରିଛି ଟିଏମ୍‌ସି। ଟିଏମ୍‌ସି ସାଂସଦ ଡେରେକ ଓ ବ୍ରାୟନ ଏକ ପୋଷ୍ଟର ଶେୟାର କରିଛନ୍ତି। ଏଥିରେ ମୋଦିଙ୍କୁ ଜେମ୍ସ ବଣ୍ଡ ରୂପେ ଦର୍ଶାଯାଇଛି।  ଏହି ପୋଷ୍ଟରେ ଶୀର୍ଷାରେ ଲେଖାହୋଇଛି, ସେମାନେ ମୋତେ 007 ଡାକୁଛନ୍ତି। […]

'ଜେମ୍ସ ବଣ୍ଡ-007' ଜରିଆରେ ମୋଦିଙ୍କୁ ଟିଏମ୍‌ସିର ଟାର୍ଗେଟ

Modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 'ଜେମ୍ସ ବଣ୍ଡ-007'। ଏକଥା ଆମେ କହୁନୁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାୟନଙ୍କୁ ମୋଦିଙ୍କୁ ଜେମ୍ସ ବଣ୍ଡ ବୋଲି ଦର୍ଶାଇଛନ୍ତି। ଦେଶର ଅର୍ଥବ୍ୟବସ୍ଥା ସ୍ଥିତିକୁ ନେଇ ଜେମ୍ସ ବଣ୍ଡ ଜରିଆରେ ମୋଦିଙ୍କୁ ଟାର୍ଗେଟ କରିଛି ଟିଏମ୍‌ସି।

Advertisment

ଟିଏମ୍‌ସି ସାଂସଦ ଡେରେକ ଓ ବ୍ରାୟନ ଏକ ପୋଷ୍ଟର ଶେୟାର କରିଛନ୍ତି। ଏଥିରେ ମୋଦିଙ୍କୁ ଜେମ୍ସ ବଣ୍ଡ ରୂପେ ଦର୍ଶାଯାଇଛି।  ଏହି ପୋଷ୍ଟରେ ଶୀର୍ଷାରେ ଲେଖାହୋଇଛି, ସେମାନେ ମୋତେ 007 ଡାକୁଛନ୍ତି। ଏଥିରେ 007 ସହିତ ସେ ତିନୋଟି ଜିନିଷ ଲେଖିଛନ୍ତି, ଯାହା ଅର୍ଥନୀତି ଦୃଷ୍ଟିରୁ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରାଯାଇଛି। ଶୂନ ବିକାଶ, ଶୂନ ଅର୍ଥନୈତିକ ଅଭିବୃଦ୍ଧି ଏବଂ ୭ ବର୍ଷର ଆର୍ଥିକ ଅବ୍ୟବସ୍ଥା ଲେଖାଅଛି। ଡେରେକଙ୍କ ଏଭଳି ପୋଷ୍ଟରକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି।

ଡେରେକ ଓ ବ୍ରାୟନ ହେଉଛନ୍ତି ଟିଏମ୍‌ସିର ରାଜ୍ୟସଭା ସାଂସଦ। ସେ ପ୍ରାୟତଃ କେନ୍ଦ୍ର ସରକାରଙ୍କ ଉପରେ  ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାନ୍ତି ଏବଂ ଟାର୍ଗେଟ ମଧ୍ୟ କରନ୍ତି। ଡେରେକଙ୍କ ପୂର୍ବରୁ  କର୍ଣ୍ଣାଟକ କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଏକ ଟ୍ୱିଟ୍‌ କରିଥିଲା। ମୋଦିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲା କର୍ଣ୍ଣାଟକ କଂଗ୍ରେସ।

Advertisment

ମୋଦିଙ୍କୁ 'ମୁର୍ଖ' ବୋଲି କୁହାଯାଇଥିଲା। କିନ୍ତୁ ତୀବ୍ର ସମାଲୋଚନା ପରେ କଂଗ୍ରେସ ସେହି ଟ୍ୱିଟକୁ ଡିଲିଟ କରିଦେଇଛି। ଅନେକ ଲୋକେ ଏହାକୁ ପିଏମ ମୋଦୀଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ ବୋଲି କହିଛନ୍ତି। କେବଳ କଂଗ୍ରେସ ଏଭଳି ନିମ୍ନ ସ୍ତରକୁ ଯାଇପାରିବ ବୋଲି କର୍ଣ୍ଣାଟକ ବିଜେପି କହିଛି।

PM Modi TMC James Bond 007
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe