ରାଜ୍ୟସଭାରୁ ଇସ୍ତଫା ଦେଲେ ଟିଏମସି ସାଂସଦ ଦିନେଶ ତ୍ରିବେଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣିଥରେ ଝଟକା ଲାଗିଛି। ଦଳର ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ରାଜ୍ୟସଭାର କାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ଦିନେଶ ନିଜ ଆସନରେ ଛିଡ଼ା ହୋଇଥିଲେ। ଏହାପରେ ସେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ। ସେ କହିଛନ୍ତି, “ଆଜି ହିଁ ମୁଁ ରାଜ୍ୟସଭାରୁ ଇସ୍ତଫା ଦେଉଛି। ମୋ ରାଜ୍ୟରେ ହିଂସାକାଣ୍ଡ ଘଟୁଛି। ଆମେ ଏଠାରେ କିଛି ବି […]

Dinesh

Hemant Lenka
  • Published: Friday, 12 February 2021
  • , Updated: 12 February 2021, 03:07 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣିଥରେ ଝଟକା ଲାଗିଛି। ଦଳର ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ରାଜ୍ୟସଭାର କାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ଦିନେଶ ନିଜ ଆସନରେ ଛିଡ଼ା ହୋଇଥିଲେ। ଏହାପରେ ସେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ।

ସେ କହିଛନ୍ତି, “ଆଜି ହିଁ ମୁଁ ରାଜ୍ୟସଭାରୁ ଇସ୍ତଫା ଦେଉଛି। ମୋ ରାଜ୍ୟରେ ହିଂସାକାଣ୍ଡ ଘଟୁଛି। ଆମେ ଏଠାରେ କିଛି ବି କହିପାରୁନୁ। ମୋ ଦଳ ମୋତେ ଏଠାକୁ ପଠାଇଥିବାରୁ ମୁଁ କୃତଜ୍ଞ। ରାଜ୍ୟରେ ହିଂସାକାଣ୍ଡ ଚାଲିଥିଲେ ହେଁ ଆମେ କିଛି କରି ପାରୁ ନଥିବାରୁ ମୁଁ ଅଣନିଃଶ୍ୱାସୀ ହୋଇଗଲିଣି।

ମୋ ଆତ୍ମ ମୋତେ କହୁଛି ଯେ ଯଦି ଏଠି ବସି କିଛି କରିପାରିବି ନାହିଁ, ତା’ହେଲେ ଇସ୍ତଫା ଦେବା ହିଁ ଶ୍ରେୟସ୍କର। ମୁଁ ଇସ୍ତଫା ଦେଇଥିଲେ ହେଁ ବେଙ୍ଗଲବାସୀଙ୍କ ପାଇଁ କାମ କରିବି। ସ୍ୱାମୀ ବିବେକାନନ୍ଦ ଯାହା କହିଥିଲେ, ମୁଁ ମଧ୍ୟ ସେହି କଥା କହୁଛି। ଜାଗ୍ରତ ହୁଏ, ସ୍ୱର ଉଠାଅ ଓ ଗୋଲ୍‌ରେ ନ ପହଞ୍ଚିବା ଯାଏ ଅଟକ ନାହିଁ।”

ଏହା ଶୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ କହିଛନ୍ତି, ଇସ୍ତଫା ଦେବାର ଗୋଟିଏ ପ୍ରକ୍ରିୟା ରହିଥାଏ। ତେଣୁ ଦିନେଶ ତ୍ରିବେଦୀ ବିଧିବଦ୍ଧ ଭାବେ ନିଜର ଇସ୍ତଫାପତ୍ର ଉପସ୍ଥାପନ କରନ୍ତୁ। ଅନ୍ୟପକ୍ଷରେ ଟିଏମସି ସାଂସଦ ସୁଖେନ୍ଦୁ ଏସ ରୟ କହିଛନ୍ତି, ଦଳ ଖୁବଶୀଘ୍ର ତୃଣମୂଳ ସ୍ତରର କର୍ମୀଙ୍କୁ ରାଜ୍ୟସଭାକୁ ପଠାଇବ। ତୃଣମୂଳ ଦଳର ଅର୍ଥ ହିଁ ଗ୍ରାସରୁଟ ବା ତୃଣମୂଳ।

କେବଳ ଦିନେଶ ତ୍ରିବେଦୀ ନୁହନ୍ତି, ଏହା ପୂର୍ବରୁ ଟିଏମସିର ରାଜୀବ ବାନାର୍ଜୀ, ସୋଭନ ଚାଟାର୍ଜୀ, ଶୁଭେନ୍ଦୁ ଅଧିକାରୀ ଓ ଲକ୍ଷ୍ମୀ ରତନ ଶୁକ୍ଳାଙ୍କ ଭଳି ନେତାମାନେ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବାନାର୍ଜୀ, ଚାଟାର୍ଜୀ ଓ ଅଧିକାରୀ ବିଜେପିରେ ମିଶିଥିଲେ ହେଁ ଶୁକ୍ଳା ରାଜନୀତିରୁ କିଛି ସମୟ ପାଇଁ ବ୍ରେକ ନେଇଛନ୍ତି।

Related story