ଦିଦି ନେଇଗଲେ ୪ଟି ଆସନ, ୩ଟିରେ ଅମାନତ ହରାଇଲା ବିଜେପି

କୋଲକାତା: ପଶ୍ଚିମବଙ୍ଗରେ ବାଜିମାତ୍‌ କଲା ଟିଏମସି। ପ୍ରତିପକ୍ଷ ବିଜେପିକୁ ହରାଇ ୪ଟି ଯାକ ଆସନକୁ ନିଜ ହାତମୁଠାକୁ ନେଇଯାଇଛି ଦିଦିଙ୍କ ଦଳ। ପଶ୍ଚିମବଙ୍ଗରେ ୪ଟି ଯାକ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ମମତାଙ୍କ ନେତୃତ୍ୱାଧୀନ ଦଳ ଦମଦାର ସୁଇପ୍‌ କରିଛି। ମୁଖ୍ୟତଃ ଦୁଇଟି ଆସନ ଯଥା ଦିନହାତା ଏବଂ ଶାନ୍ତିପୁର ଆସନ ସମସ୍ତଙ୍କ ନଜରରେ ଥିଲା।  ଦିନହାତାରେ ଟିମଏମସି ପ୍ରାର୍ଥୀ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ମଣ୍ଡଳଙ୍କୁ ୧,୬୩,୦୦୫ ଭୋଟ୍‌ରେ ପରାସ୍ତ କରିଛନ୍ତି। ସେହିପରି […]

Mamata

Tapas Behera
  • Published: Tuesday, 02 November 2021
  • , Updated: 02 November 2021, 08:26 PM IST

କୋଲକାତା: ପଶ୍ଚିମବଙ୍ଗରେ ବାଜିମାତ୍‌ କଲା ଟିଏମସି। ପ୍ରତିପକ୍ଷ ବିଜେପିକୁ ହରାଇ ୪ଟି ଯାକ ଆସନକୁ ନିଜ ହାତମୁଠାକୁ ନେଇଯାଇଛି ଦିଦିଙ୍କ ଦଳ। ପଶ୍ଚିମବଙ୍ଗରେ ୪ଟି ଯାକ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ମମତାଙ୍କ ନେତୃତ୍ୱାଧୀନ ଦଳ ଦମଦାର ସୁଇପ୍‌ କରିଛି। ମୁଖ୍ୟତଃ ଦୁଇଟି ଆସନ ଯଥା ଦିନହାତା ଏବଂ ଶାନ୍ତିପୁର ଆସନ ସମସ୍ତଙ୍କ ନଜରରେ ଥିଲା।  ଦିନହାତାରେ ଟିମଏମସି ପ୍ରାର୍ଥୀ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ମଣ୍ଡଳଙ୍କୁ ୧,୬୩,୦୦୫ ଭୋଟ୍‌ରେ ପରାସ୍ତ କରିଛନ୍ତି।

ସେହିପରି ଶାନ୍ତିପୁରରେ ଟିଏମସିର ବ୍ରଜ କିଶୋର ଗୋସ୍ୱାମୀ ବିଜେପିର ଜଗନ୍ନାଥ ସରକାରଙ୍କୁ ୬୪,୦୦୨ ଭୋଟରେ ପରାସ୍ତ କରିଛନ୍ତି। ପୂର୍ବରୁ ଦିନହାତା  ଆସନଟି ବିଜେପି ହାତରେ ଥିବାରୁ ଦଳ ପାଇଁ ସମ୍ମାନଜନ ଥିଲା। ଏଠାରେ ନୀତିଶ ପାରମାଣିକ କେନ୍ଦ୍ରରେ ମନ୍ତ୍ରୀ ହେବାକୁ ପସନ୍ଦ କରିବାରୁ ତାଙ୍କୁ ବିଧାନସଭା ଆସନଟିକୁ ଛାଡ଼ବାକୁ ପଡ଼ିଥିଲା।

ଗୋସାବା ଆସନରେ ଟିଏମସିର ସୁବ୍ରତ ମଣ୍ଡଳ ବିଜେପିର ପଲାଓ ରାଣାଙ୍କୁ ୧,୪୧,୮୯୩ ଭୋଟରେ ହରାଇଛନ୍ତି।  ସେହିପରି ଖରଦାହ ଆସନରେ ଟିଏମସିର ଶୋଭନଦେବ ଚଟ୍ଟୋପାଧ୍ୟାୟ ବିଜେପିର ଜୟ ଶାହଙ୍କ ଠାରୁ ୯୩,୪୪୯ ଭୋଟରେ ଜିତିଛନ୍ତି। ଦଳର ବିପୁଳ ବିଜୟ ପରେ ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ ଟ୍ୱିଟ୍‌ କରିଛଛନ୍ତି। ସେ ଲେଖିଛନ୍ତି ଯେ, “ଏହା ହେଉଛି ଜନତାଙ୍କ ବିଜୟ। ଏହା ଦର୍ଶାଛି ଯେ ବେଙ୍ଗଲ ସର୍ବଦା ବିକାଶକୁ ପସନ୍ଦ କରେ ଏବଂ ଅପପ୍ରଚାର ରାଜନୀତିକୁ  ଘୃଣା କରେ। ଲୋକଙ୍କ ଆଶୀର୍ବାଦରେ ବେଙ୍ଗଲକୁ ଆହୁରି ଶିଖରକୁ ନେଇଯିବୁ ବୋଲି ଆମେ ପ୍ରତିଜ୍ଞା କରୁଛୁ।”

ଏଠାରେ ବିଜେପି ୩ଟି ଆସନରେ ଅମାନତ ହରାଇଛି। ସୂଚନା ଅନୁଯାୟୀ ଗତ ଅକ୍ଟୋବର ୩୦ ତାରିଖରେ ଏଠାରେ ଉପନିର୍ବାଚନ ହୋଇଥିଲା।

ଅମାନତ ହରେଇବା କ’ଣ

୧୯୫୧ ଜନପ୍ରତିନିଧି ଆଇନ୍ ଅନୁଯାୟୀ, ବିଧାନସଭା ହେଉ କି ଲୋକସଭା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସିକ୍ୟୁରିଟି ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିଥାଏ।  ନୋମିନେଶନ ଫାଇଲ ବେଳେ ପ୍ରାର୍ଥୀ ଏହି ଟଙ୍କା ନିର୍ବାଚନ କମିଶନଙ୍କ ନିକଟରେ ପୈଠ କରିଥାନ୍ତି। ତେବେ ନିର୍ବାଚନରେ ଯେଉଁମାନେ ସର୍ବମୋଟ ଭୋଟର ଏକ ଷଷ୍ଠାଂଶରୁ କମ୍‌ ପାଇଥାଆନ୍ତି  ସେମାନଙ୍କୁ ନିର୍ବାଚନ କମିଶନ ଏହି ସିକ୍ୟୁରିଟି ଟଙ୍କା ଫେରାଇ ନଥାନ୍ତି। ଅର୍ଥାତ ଯେଉଁ ପ୍ରାର୍ଥୀ ମୋଟ ଭୋଟର ଏକ ଷଷ୍ଠାଂଶ ଭୋଟ ପାଇନଥାନ୍ତି ସେମାନେ ଅମାନତ ହରାଇଲେ ବୋଲି ବିବେଚନା କରାଯାଏ।

Related story