ଧ୍ୱଂସ ହେବ ଟ୍ୱିନ୍‌ ଟାୱାର୍‌, ପୂରା ଅଞ୍ଚଳରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ମାଟିରେ ମିଶିଯିବ ଟ୍ୱିନ୍‌ ଟାୱାର୍‌। ବିସ୍ଫୋରଣ କରି ଉଡାଇ ଦିଆଯିବ ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍‌ ତିଆରି ହୋଇଥିବା ସୁଉଚ୍ଚ ଅଟ୍ଟାଳିକା। ତେବେ ବିସ୍ଫୋରଣ ପୂର୍ବରୁ ବଡ ପ୍ରସ୍ତୁତି କରାଯାଇଛି। ଦୁଇଟି ଟାୱାର୍‌ ଆଖପାଖର ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏଥିସହ ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଏହି ଅଞ୍ଚଳରେ କେବଳ ୬ ଜଣ ଲୋକଙ୍କୁ ରହିବା ପାଇଁ ଅନୁମତି ଦିଆଯାଇଛି । […]

twin-tower

Madhupriya Mistry
  • Published: Sunday, 28 August 2022
  • , Updated: 28 August 2022, 10:54 AM IST

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ମାଟିରେ ମିଶିଯିବ ଟ୍ୱିନ୍‌ ଟାୱାର୍‌। ବିସ୍ଫୋରଣ କରି ଉଡାଇ ଦିଆଯିବ ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍‌ ତିଆରି ହୋଇଥିବା ସୁଉଚ୍ଚ ଅଟ୍ଟାଳିକା। ତେବେ ବିସ୍ଫୋରଣ ପୂର୍ବରୁ ବଡ ପ୍ରସ୍ତୁତି କରାଯାଇଛି। ଦୁଇଟି ଟାୱାର୍‌ ଆଖପାଖର ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏଥିସହ ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ଏହି ଅଞ୍ଚଳରେ କେବଳ ୬ ଜଣ ଲୋକଙ୍କୁ ରହିବା ପାଇଁ ଅନୁମତି ଦିଆଯାଇଛି । ବ୍ଲିଙ୍କ ମ୍ୟାନ୍ ଓ ତାଙ୍କ କମ୍ପାନୀର ଦୁଇ ଜଣ ବିଶେଷଜ୍ଞ, ଏଡିଫାଇସ୍ ଇଞ୍ଜିନିୟରିଂର ଜଣେ ଅଧିକାରୀ, ଜଣେ ବରିଷ୍ଠ ପୁଲିସ ଅଧିକାରୀ ଓ ଯିଏ ବିସ୍ଫୋରଣ କରିବେ ସେମାନେ ହିଁ କେବଳ ଉପସ୍ଥିତ ରହିବେ।

ସେହିପରି ଆଖପାଖ ଅଞ୍ଚଳର ଲୋକଙ୍କୁ ଖାଲି କରାଯାଇଛି। କେବଳ ଲୋକେ ନୁହନ୍ତି ବୁଲା କୁକୁରମାନଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ବଡ ପଦକ୍ଷେପ ନିଆଯାଇଛି। ଅନେକ ଏନଜିଓର କର୍ମକର୍ତ୍ତାମାନେ ଏହି ଅଞ୍ଚଳର କୁକୁରମାନଙ୍କ ଜୀବନ ରକ୍ଷା କରିବା ପାଇଁ ସେମାନଙ୍କୁ ଉଦ୍ଧାର କରି ଅନ୍ୟତ୍ରକୁ ସ୍ଥାନାନ୍ତର କରୁଛନ୍ତି। ଏନଜିଓର ଜଣେ ସଦସ୍ୟ କହିଛନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ୩୦ରୁ ୩୫ କୁକୁରକୁ ଉଦ୍ଧାର କରିଛନ୍ତି ଏବଂ ଅବଶିଷ୍ଟ କୁକୁରମାନଙ୍କୁ ମଧ୍ୟ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି।

ଏହି ଟାୱାର ପାଇଁ ବିସ୍ଫୋରକ ଯୋଗାଇଥିବା କମ୍ପାନୀ ହରିୟାଣାର। ସେହି କମ୍ପାନୀର ଚେତନ ଦତଙ୍କ ହାତରେ ବିସ୍ଫୋରଣ କାମ ଶେଷ ହେବ। ସେ ଗ୍ରୀନ୍ ବଟନକୁ ଦବାଇବେ। ଏହା ପରେ ବିସ୍ଫୋରଣ ଆରମ୍ଭ ହେବ। ବିସ୍ଫୋରଣ ପରେ ଏଥିରୁ ୫୫,୦୦୦ରୁ ୮୦,୦୦୦ ଟନ୍‌ ଯାଏଁ ଆବର୍ଜନା ବାହାରିବ। ଯାହାକୁ ସଫା କରିବାକୁ ଅତି କମରେ ୩ ମାସ ସମୟ ଲାଗିବ।

କେବଳ ଏତିକି ନୁହେଁ, ବିସ୍ଫୋରଣ ଘଟିବା ମାତ୍ରେ ଏହା ବାୟୁକୁ ପ୍ରଦୂଷଣ କରିବା ସହ ଏକ ବିରାଟ କଂକ୍ରିଟ ଧୂଳି ଉଠିବ, ଯାହା ଆଖପାଖ ଅଞ୍ଚଳକୁ ଆଚ୍ଛାଦିତ କରିବ। ଏହା ଅଧିକ ବାୟୁ ପ୍ରଦୂଷଣର କାରଣ ହୋଇପାରେ। ତେବେ ଏହାର ମୁକାବିଲା ପାଇଁ ନଏଡା ପ୍ରାଧିକରଣ ଦ୍ୱାରା ଅନେକ ପ୍ରସ୍ତୁତି କରାଯାଇଛି, ଯାହାଫଳରେ ଧୂଳି ଦୀର୍ଘ ସମୟ ପର୍ଯ୍ୟନ୍ତ ବାୟୁରେ ରହିବ ନାହିଁ। ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଏକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।

ଆଖପାଖ ଅଞ୍ଚଳରେ ଧୂଳି ଓ କଙ୍କ୍ରିଟ ଗୁଣ୍ଡକୁ ଦୂର କରିବା ପାଇଁ ୧୦୦ଟି ପାଣି ଟ୍ୟାଙ୍କରକୁ ନିୟୋଜିତ କରାଯାଇଛି। ଏଥିସହ ୧୫ଟି ଆଣ୍ଟି ସ୍ମଗ ଗନ୍‌, ୬ଟି ମେକାନିକଲ ସ୍ପିପିଂ ମେସିନ୍‌, ପ୍ରାୟ ୨୦୦ ଜଣ ସଫେତ କର୍ମଚାରୀ ଓ ୨୦ଟି ଟ୍ରାକ୍ଟର ନିୟୋଜି କରାଯାଇଛି। କେବଳ ସେତିକି ନୁହେଁ ବିଲ୍ଡିଂ ଧ୍ୱଂସ ପରେ ଆଖପାଖରେ ଥିବା ଗଛରେ ଜମିଥିବା ଧୂଳିକୁ ତୁରନ୍ତ ହଟାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଉଦ୍ୟାନ କୃଷି ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଆସନ୍ତା କିଛି ଦିନ ପାଇଁ ଆଖପାଖ ଅଞ୍ଚଳରେ ପାଣି ସିଞ୍ଚନ ଜାରି ରଖାଯିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଏହି ଟ୍ୱିନ୍‌ ଟାୱାର୍‌କୁ ଭାଙ୍ଗିବା ପାଇଁ ୩୭୦୦ କିଲୋଗ୍ରାମ ବାରୁଦ ବ୍ୟବହାର କରାଯାଉଛି। ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ଏଡିଫାଇସ୍ ଇଞ୍ଜିନିୟରିଂ ୭ ମାସର କସରତ କରିଛି । ଗୋଟିଏ ମାସ କେବଳ ପ୍ଲାନିଂ କରାଯାଇଥିଲା । ଆଉ ୬ ମାସ ବିସ୍ଫୋରକ ଖଞ୍ଜିବା ଓ ଅନ୍ୟ କାମ କରାଯାଇଛି । ଆଜି ଅଟ୍ଟାଳିକା ଭଙ୍ଗାଯିବାକୁ ଥିବାରୁ ସକାଳୁ ସକାଳୁ ଏହି ଟାୱାର ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

Related story