Advertisment

ବିରୋଧୀ ବନାମ ଟ୍ୱିଟର: ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କୁ ଆମେରିକା ବଦଳି

ନୂଆଦିଲ୍ଲୀ: ଟ୍ୱିଟର ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ବିବାଦ ବଢ଼ୁଥିବା ବେଳେ ଏହି ଆମେରିକାନ କମ୍ପାନୀ ଏବେ ଭାରତର ମୁଖ୍ୟ ଅଧିକାରୀ ମନୀଷ ମାହେଶ୍ୱରୀଙ୍କୁ ବଦଳି କରିଛି। ସିଧା ଆମେରିକା ଅଫିସରେ ଆସି କାମରେ ଯୋଗ ଦେବାକୁ କହିଛି ଜାକ ଡୋରସେଙ୍କ ନେତୃତ୍ୱାଧୀନ ଟ୍ୱିଟର। ଆଜି ଟ୍ୱିଟର ଇଣ୍ଡିଆ ଉପରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରକୁ ଚେତାବନୀ ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ଅଚଳ […]

ଅଦ୍ୟତନ ହୋଇଛି
ବିରୋଧୀ ବନାମ ଟ୍ୱିଟର: ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କୁ ଆମେରିକା ବଦଳି

Twitter-India

Advertisment

ନୂଆଦିଲ୍ଲୀ: ଟ୍ୱିଟର ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ବିବାଦ ବଢ଼ୁଥିବା ବେଳେ ଏହି ଆମେରିକାନ କମ୍ପାନୀ ଏବେ ଭାରତର ମୁଖ୍ୟ ଅଧିକାରୀ ମନୀଷ ମାହେଶ୍ୱରୀଙ୍କୁ ବଦଳି କରିଛି। ସିଧା ଆମେରିକା ଅଫିସରେ ଆସି କାମରେ ଯୋଗ ଦେବାକୁ କହିଛି ଜାକ ଡୋରସେଙ୍କ ନେତୃତ୍ୱାଧୀନ ଟ୍ୱିଟର। ଆଜି ଟ୍ୱିଟର ଇଣ୍ଡିଆ ଉପରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରକୁ ଚେତାବନୀ ଦେଇଥିଲେ।

Advertisment

ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ଅଚଳ କରି ଦେଇଛି ଟ୍ୱିଟର। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ଏଭଳି ପଦକ୍ଷେପ ଗଣତନ୍ତ୍ର ଉପରେ ପ୍ରହାର ବୋଲି କଂଗ୍ରେସ କହିଥିଲା। ବିରୋଧୀଙ୍କ ସ୍ୱରକୁ ଚପାଇବାକୁ ଯାଇ ମୋଦି ସରକାର ଟ୍ୱିଟର ଦ୍ୱାରା ଏପରି କରାଉଛନ୍ତି ବୋଲି କଂଗ୍ରେସ କହିଛି।

ତେବେ ଟ୍ୱିଟର କହିଛି ଯେ ରାହୁଲ ଗାନ୍ଧୀ ଜଣେ ନଅ ବର୍ଷର ନାବାଳିକା ଯିଏକି ଦୁଷ୍କର୍ମ ପରେ ମୃତ୍ୟୁର ଶିକାର ହୋଇଛନ୍ତି ତାଙ୍କ ବାପା, ମାଙ୍କ ଫଟୋକୁ ଟୁଇଟ୍ କରି ଶେଆର କରିଥିଲେ। ମୃତ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବାରୁ ତାଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ସୂଚନା ସାର୍ବଜନୀନ କରିହେବ ନାହିଁ। ଭାରତୀୟ ନିୟମ ଅନୁଯାୟୀ ଏଭଳି ଫଟୋ ଶେଆର କରିବା ଅପରାଧ। ତେଣୁ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ରାହୁଲଙ୍କ ବିରୋଧରେ ଅଭିଯୋଗ କରିଥିଲା। ରାହୁଲ ଗାନ୍ଧୀଙ୍କ ଏହି ଫଟୋ ପୋକସୋ ଆକ୍ଟ ସହିତ ଜୁଭେନାଇଲ ଆକ୍ଟକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା। ତେଣୁ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଟ୍ୱିଟର କହିଥିଲା। ପରେ ରାହୁଲଙ୍କ ଏହି ଟ୍ୱିଟକୁ ଯେଉଁମାନେ ରିଟ୍ୱିଟ୍ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ଅଚଳ କରି ଦେଉଛି।

Advertisment

ତେବେ ଟ୍ୱିଟରର ଏପରି ପଦକ୍ଷେପକୁ ନେଇ କଂଗ୍ରେସ ଏବଂ ଦଳର ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି କରିବା ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ରାହୁଲ ଗାନ୍ଧୀ ୟ୍ୟୁଟ୍ୟୁବରେ ଏକ ଭିଡିଓ ଜାରି କରି କହିଥିଲେ। ଟ୍ୱିଟର ଆକାଉଣ୍ଟ ଅଚଳ କରି ଟ୍ୱିଟର ରାଜନୀତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି ବୋଲି ସେ କହିଥିଲେ। ସରକାରଙ୍କ ବିରୋଧରେ ବିରୋଧୀଙ୍କ ସ୍ୱରକୁ ଦମନ କରିବାକୁ ଟ୍ୱିଟର ଏପରି କରୁଛି ବୋଲି ରାହୁଲ କହିଥିଲେ। କିନ୍ତୁ ରାହୁଲ ଗାନ୍ଧୀ ଟ୍ୱିଟର ଯେଉଁ ସ୍ପଷ୍ଟୀକରଣ ରଖିଥିଲା ସେ ନେଇ ନିରବ ରହିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଦେଶରେ ଆଇଟି ନିୟମ ମାନିବାକୁ ନେଇ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ପରେ କୋର୍ଟରୁ ଟ୍ୱିଟର ଚେତାବନୀ ପାଇବା ପରେ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟ୍ୱିଟର ଭାରତରେ ନିୟମ ମାନିବ ବୋଲି କହିଥିଲା। ଏହାପରେ ଭାରତରେ ନୋଡାଲ ଅଧିକାରୀ ନିଯୁକ୍ତ କରିଛି ଏହି ଆମେରିକାନ କମ୍ପାନୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe