ଟ୍ରେନ ଭିତରେ ମହିଳାଙ୍କ ଯାତ୍ରୀଙ୍କ ମଧ୍ୟରେ ଟଣାଓଟରା, ପିଟାପିଟି  

ମୁମ୍ବାଇ: ଟ୍ରେନରେ ହାତାହାତି ସହ ପରସ୍ପର ମଧ୍ୟରେ ପିଟାପିଟି। ଗାଳିଗୁଳଜ, ଠେଲାପେଲା ଓ ମାଡ଼ମରା ସହ ରଣକ୍ଷେତ୍ର ପାଲଟିଥିଲା ଚଳନ୍ତା ଟ୍ରେନ୍‌। ସିଟ୍‌ରେ ବସିବାକୁ ନେଇ ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଏମିତି ଲଢ଼େଇ ଦେଖିବାକୁ ମିଳିଥିଲା। ଥାଣେ ପାନଭେଲ ଲୋକାଲ ଟ୍ରେନ୍‌ରେ ସିଟକୁ କେନ୍ଦ୍ର କରି ମହିଳା ବଗିରେ  ଏଭଳି ସଂଘର୍ଷ ଉପୁଜିଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ପୁଲିସ କନଷ୍ଟେବଳ ଶାରଦା ଉଗଲେ  ଏହି କଳହର ସମାଧାନ ପାଇଁ […]

train

  • Published: Friday, 07 October 2022
  • , Updated: 07 October 2022, 12:33 PM IST

ମୁମ୍ବାଇ: ଟ୍ରେନରେ ହାତାହାତି ସହ ପରସ୍ପର ମଧ୍ୟରେ ପିଟାପିଟି। ଗାଳିଗୁଳଜ, ଠେଲାପେଲା ଓ ମାଡ଼ମରା ସହ ରଣକ୍ଷେତ୍ର ପାଲଟିଥିଲା ଚଳନ୍ତା ଟ୍ରେନ୍‌। ସିଟ୍‌ରେ ବସିବାକୁ ନେଇ ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଏମିତି ଲଢ଼େଇ ଦେଖିବାକୁ ମିଳିଥିଲା। ଥାଣେ ପାନଭେଲ ଲୋକାଲ ଟ୍ରେନ୍‌ରେ ସିଟକୁ କେନ୍ଦ୍ର କରି ମହିଳା ବଗିରେ  ଏଭଳି ସଂଘର୍ଷ ଉପୁଜିଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ପୁଲିସ କନଷ୍ଟେବଳ ଶାରଦା ଉଗଲେ  ଏହି କଳହର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ସେ ମଧ୍ୟ ମାଡ଼ର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ବାସି ସରକାରୀ ରେଳ ପୋଲିସ (ଜିଆରପି)ର  ପୁଲିସ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ତୁର୍ବେ ଷ୍ଟେସନ ନିକଟରେ ଥିବା ଏକ ସିଟ୍ ରେ ବସିବା ନେଇ ମହିଳା ଯାତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ପରେ ଏହି କଳହ ତୀବ୍ରରୂପ ଧାରଣ କରି ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଘଟଣା ପରେ ଜିଆରପି ତଦନ୍ତ ଆରମ୍ଭ କରିଛି।

ଏନେଇ ମାମଲା ରୁଜୁ ହୋଇଛି । ଏହି ବିବାଦର ସମାଧାନ ପାଇଁ ଆସିଥିବା  ସମ୍ପୃକ୍ତ ମହିଳା ପୁଲିସ କର୍ମଚାରୀଙ୍କୁ ବି ଛାଡି ନଥିଲେ ସେମାନେ।  ମହିଳା ଯାତ୍ରୀଙ୍କ ଆକ୍ରମଣରେ ସେ ମଧ୍ୟ ଆହତ ହୋଇଥିଲେ।

Related story