ରେଳବାଇ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ

ଆୟକର ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହେଲାନି https://t.co/zB8AxD37oS — Odisha Reporter (@OdishaReporter) February 1, 2021 ଆହୁରି ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ! https://t.co/V0SY9RQnqN — Odisha Reporter (@OdishaReporter) February 1, 2021 କ’ଣ ଶସ୍ତା ହେଲା, କ’ଣ ମହଙ୍ଗା, ଜାଣନ୍ତୁ #Budget2021 #costlier #cheaper #OdishaReporter https://t.co/uT2qcVzqFx — Odisha Reporter (@OdishaReporter) February 1, 2021 ବଜେଟ: ନିର୍ବାଚନ ପାଇଁ ୪ ରାଜ୍ୟକୁ ଗୁରୁତ୍ୱ https://t.co/pARoQVeeEa — Odisha […]

Budget Live website Th

Jitendra Garnayak
  • Published: Monday, 01 February 2021
  • , Updated: 01 February 2021, 02:33 PM IST

        • ପ୍ରଥମ ଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
        • ସମୟୋଚିତ ଲକଡାଉନ ନିଷ୍ପତ୍ତି ଯୋଗୁଁ ଦେଶକୁ ଲାଭ ମିଳିଛି
        • କରୋନା ଯୋଗୁଁ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି
        • କରୋନା ଯୋଗୁଁ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି
        • କରୋନା କାଳରେ ଡ୍ୟୁଟି କରିଥିବା ଲୋକଙ୍କୁ ପ୍ରଶଂସା କଲେ ସୀତାରମଣ
        • ଆତ୍ମର୍ନଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ଲାଭ ଦେଇଛି
        • ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନେକଙ୍କୁ ରାହା ଦେଇଛି
        • ଆଜି ଭାରତରେ ୨ଟି କରୋନା ଭ୍ୟାକସିନ ଉତ୍ପାଦନ ହେଉଛି
        • ଆଉ ୨ଟି କରୋନା ଭ୍ୟାକସିନ ମଧ୍ୟ ଖୁବଶୀଘ୍ର ଆସିବାର ଅଛି
        • ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ବିଜୟକୁ ବି ପ୍ରଶଂସା କଲେ
        • ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ସରକାର ବଦ୍ଧ ପରିକର
        • ସୁସ୍ଥ ଭାରତ, ସ୍ୱଚ୍ଛ ଶାସନ, ସମସ୍ତଙ୍କ ପାଇଁ ବିକାଶ ଆମର ମୂଳ ଲକ୍ଷ୍ୟ
        • ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ ବ୍ୟାପକ ବ୍ୟବସ୍ଥା ହୋଇଛି
        • ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ
        • ଭିତ୍ତିଭୂମି ବିକାଶ ପାଇଁ ୬୪, ୧୮୪ କୋଟିର ବ୍ୟୟବରାଦ ହୋଇଛି
        • WHOର ଦକ୍ଷିଣ ଏସୀୟ ଶାଖା ସ୍ଥାପନ ପାଇଁ ବ୍ୟବସ୍ଥା ହେବ
        • ପ୍ରତି ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ ପରୀକ୍ଷାଗାର
        • ଦେଶରେ ୧୫ଟି ହେଲ୍‌ଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ
        • ସ୍ୱଚ୍ଛ ପାନୀୟ ଜଳ ପାଇଁ ୨.୮୭ ଲକ୍ଷ କୋଟି ବ୍ୟୟବରାଦ ହୋଇଛି
        • କରୋନା ଭ୍ୟାକସିନ ଉତ୍ପାଦନ ପାଇଁ ୩୫ ହଜାର କୋଟି ବ୍ୟୟବରାଦ ହୋଇଛି
        • ମାଲ ପରିବହନ ସୁଗମ ପାଇଁ ହେବ ରେଲେୱର ସ୍ୱତନ୍ତ୍ର ଫ୍ରେଟ୍ କରିଡର
        • ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଳିବ ୨ଲକ୍ଷ କୋଟି
        • ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କିମି NH ତିଆରି ହେବ
        • କେବଳ ପଶ୍ଚିମ ବଙ୍ଗରେ ୬୭୫ କିମି NH ହେବ
        • ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସଂପୂର୍ଣ୍ଣ କରାଯିବ
        • ଆଉ ୩ଟି ରେଳ ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା
        • ଖଡ଼ଗପୁରରୁ ବିଜୟୱାଡ଼ା ହେବ ଇଷ୍ଟକୋଷ୍ଟ କରିଡ଼ର
        • ଇଷ୍ଟ-ୱେଷ୍ଟ କରିଡର ଏବଂ ନର୍ଥ-ସାଉଥ କରିଡ଼ର ପାଇଁ ବି ଘୋଷଣା
        • ରେଳବାଇ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ
        • ରେଳ ଲାଇନ ବିଦ୍ୟୁତ୍‌ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ
        • ୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ ହେବ
        • ବେଙ୍ଗାଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ
        • ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା
        • ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ଼ ଘୋଷଣା
        • କାହାଠାରୁ ବିଦ୍ୟୁତ୍ ଆଣିବେ, ଏବେ ସ୍ଥିର କରିପାରିବେ ଉପଭୋକ୍ତା
        • ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ସୀତାରମଣଙ୍କ ଘୋଷଣା
        • ଏବେ ୮ କୋଟି ପରିବାର ପାଉଛନ୍ତି, ଆଉ ୧ କୋଟି ବୃଦ୍ଧି କରାଯିବ
        • ଜାମ୍ମୁ କାଶ୍ମୀରରେ ଗ୍ୟାସ୍ ପାଇପଲାଇନ ବିଛାଇବାକୁ ଘୋଷଣା
        • ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ
        • ବୀମା କ୍ଷେତ୍ରରେ FDI ୪୯%ରୁ ୭୪% ବୃଦ୍ଧି ପାଇଁ ଘୋଷଣା
        • LICରେ ପୁଞ୍ଜିନିବେଶ ପାଇଁ ଆଇପିଓ ଆସିବ
        • ୨ଟି ପବ୍ଲିକ ସେର ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ
        • ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି
        • ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି
        • ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଦିଆଯାଇଥିଲା
        • ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧, ୪୧, ୯୩୦ କୋଟି ମିଳିଛି
        • ଚଳିତ ବର୍ଷ ଏହି ପରିମାଣ ୧, ୭୨, ୭୫୨ କୋଟି ହେବା ଆକଳନ
        • କୃଷି ଋଣ ପରିମାଣ ୧୬.୫ ଲକ୍ଷ କୋଟି ବୃଦ୍ଧି ଲକ୍ଷ୍ୟ
        • ସ୍ୱାମିତ୍ୱ ଯୋଜନାରେ ୧.୮୦ ଲକ୍ଷ ଲୋକଙ୍କୁ ଜମିପଟ୍ଟା ମିଳିଛି
        • ଚଳିତ ବର୍ଷ ଏହା ସବୁ ରାଜ୍ୟକୁ ସଂପ୍ରସାରଣ କରିବାକୁ ଯୋଜନା
        • ୫ଟି ମେଗା ଫିସେରୀ ହାର୍ବର ପାଇଁ ବଜେଟରେ ଘୋଷଣା
        • ୫ଟି ପ୍ରସ୍ତାବିତ ମେଗା ଫିସେରୀ ହାର୍ବର ମଧ୍ୟରେ ପାରାଦୀପ ସ୍ଥାନିତ

Related story