ଚାରିଧାମ ଯାତ୍ରାକୁ ଅନୁମତି ଦେଇ ହାଇକୋର୍ଟଙ୍କ ଆକ୍ରାେଶର ଶିକାର ତିରଥ ସରକାର

ଡେରାଡୁନ: ଦେଶରେ ଏବେ ସଂକ୍ରମଣ ଏବଂ ମୃତ୍ୟୁ ହାର କମୁଛି। ବିଭିନ୍ନ ସ୍ଥାନରେ ଲକଡାଉନ ନିୟମ ସହିତ ଧାର୍ମିକ ସମାବେଶ ଏବଂ ରାଜନୀତିକ ସମାବେଶ ଉପରେ ରୋକ୍ ଲାଗିଥିବାରୁ ସ୍ଥିତିରେ ସୁଧାର ଆସୁଛି ବୋଲି କୁହାଯାଉଛି। ଏହାରି ଭିତରେ ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଯାହାକୁ ନେଇ ତିରଥ ସରକାର ହାଇକୋର୍ଟଙ୍କ ଦ୍ୱାରା କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଦ୍ୱିତୀୟ ଲହର ବେଳେ କୁମ୍ଭ ମେଳାର ଆୟୋଜନ ହୋଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି […]

tirath-singh-sarkar

Subhransu Sekhar
  • Published: Friday, 21 May 2021
  • , Updated: 21 May 2021, 09:04 PM IST

ଡେରାଡୁନ: ଦେଶରେ ଏବେ ସଂକ୍ରମଣ ଏବଂ ମୃତ୍ୟୁ ହାର କମୁଛି। ବିଭିନ୍ନ ସ୍ଥାନରେ ଲକଡାଉନ ନିୟମ ସହିତ ଧାର୍ମିକ ସମାବେଶ ଏବଂ ରାଜନୀତିକ ସମାବେଶ ଉପରେ ରୋକ୍ ଲାଗିଥିବାରୁ ସ୍ଥିତିରେ ସୁଧାର ଆସୁଛି ବୋଲି କୁହାଯାଉଛି। ଏହାରି ଭିତରେ ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଯାହାକୁ ନେଇ ତିରଥ ସରକାର ହାଇକୋର୍ଟଙ୍କ ଦ୍ୱାରା କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଦ୍ୱିତୀୟ ଲହର ବେଳେ କୁମ୍ଭ ମେଳାର ଆୟୋଜନ ହୋଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ଚାରିଧାମ ଯାତ୍ରାକୁ ଉତ୍ତରାଖଣ୍ଡ ସରକାର ଅନୁମତି ଦେଇଥିବାରୁ ଉତ୍ତରାଖଣ୍ଡ ହାଇକୋର୍ଟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।

ଉତ୍ତରାଖଣ୍ଡ ହାଇକୋର୍ଟର ପ୍ରଧାନ ବିଚାରପତି ଆର.ଏସ୍ ଚୌହାନ ଏବଂ ଜଷ୍ଟିସ୍ ଆଲୋକ ବର୍ମାଙ୍କ ଖଣ୍ଡପୀଠ କହିଛନ୍ତି, ପ୍ରଥମେ କୁମ୍ଭ ମେଳା ଏବେ ଚାରିଧାମ ଯାତ୍ରାକୁ ଅନୁମତି ଦେଇଥିବାରୁ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି। ଆଉ କରୋନା ମହାମାରୀ ବେଳେ ରାଜ୍ୟରେ ଏସବୁ କଣ ହେଉଛି ବୋଲି ପଚାରିଛନ୍ତି ହାଇକୋର୍ଟ। ଆଉ କେଉଁ ନିୟମ ଆଧାରରରେ  ସରକାର ଚାରିଧାମ ଯାତ୍ରାକୁ ଅନୁମତି ଦେଇଛନ୍ତି ତାର ଜବାବ ମାଗିଛନ୍ତି।

ଚଳିତ ମାସରୁ ଏହି ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ବଦ୍ରିନାଥ, କେଦାରନାଥ, ଗାଙ୍ଗୋତ୍ରୀ ଏବଂ ୟମନୋତ୍ରିକୁ ଶ୍ରଦ୍ଧାଳୁମାନେ ପୁଣ୍ୟ ଆଶାରେ ଯାତ୍ରା କରନ୍ତି। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏହି ଚାରିଧାମ ପରିଦର୍ଶନରେ ଯାଆନ୍ତି। ଆଉ ଚଳିତ ବର୍ଷ ମଧ୍ୟ ଚାରିଧାମ ଯାତ୍ରା ବେଳେ ମନ୍ଦିରର କବାଟ ଖୋଲିବାର ତାରିଖ ସ୍ଥିର କରାଯାଇଛି। ଚାରିଧାମ ଯାତ୍ରା ପ୍ରସଙ୍ଗରେ ସରକାର କହିଥିଲେ ଯେ ପ୍ରତ୍ୟେକ ଶ୍ରଦ୍ଧାଳୁ ଏହି ଯାତ୍ରାର ଯିବାବେଳେ କୋଭିଡ ନିୟମ ପାଳନ କରୁଛନ୍ତି ବୋଲି ସୁନିଶ୍ଚିତ କରାଇବେ। ତେବେ ସରକାରଙ୍କ ଏପରି ନିଷ୍ପତ୍ତିକୁ କିନ୍ତୁ ବିରୋଧୀ ବିରୋଧ କରିଥିଲେ। ବିରୋଧୀ କହିଛନ୍ତି ଯେ ଉତ୍ତରାଖଣ୍ଡ ସରକାର ଲୋକଙ୍କ ଜୀବନ ସହ ଖେଳୁଛନ୍ତି।

Related story