ଭାରତର ବିରୋଧ ପରେ ବୋଜକିରଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ କହିଲା ୟୁଏନଜିଏ

ନୂଆଦିଲ୍ଲୀ: ପାକିସ୍ତାନ ଗସ୍ତରେ ଆସି ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ବୋଲ୍କନ ବୋଜକିର କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ରଖି ପାକିସ୍ତାନକୁ ଉସକାଇଥିଲେ। ଏହାକୁ ଭାରତ କଡ଼ା ବିରୋଧ କରିଥିଲା। ଏବେ ଭାରତର ବିରୋଧ ଦେଖି ୟୁନଜିଏ ସଫେଇ ଦେଇଛି। ୧୯୩ଟି ଦେଶକୁ ନେଇ ତିଆରି ହୋଇଥିବା ଏହି ୟୁଏନଜିଏ ଭାରତର ବିରୋଧ ପରେ କହିଛି ୟୁଏନଜିଏ ଅଧ୍ୟକ୍ଷଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ତାଙ୍କର ଏହି ମନ୍ତବ୍ୟକୁ ବିଭାଗ ହଟାଇ ଦେଇଛି ବୋଲି ୟୁଏନଜିଏର ମୁଖପାତ୍ର କହିଛନ୍ତି। ଗତ ମାସର […]

Volkan-Bozkir

Volkan-Bozkir

Subhransu Sekhar
  • Published: Wednesday, 02 June 2021
  • Updated: 02 June 2021, 09:38 AM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ଗସ୍ତରେ ଆସି ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ବୋଲ୍କନ ବୋଜକିର କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ରଖି ପାକିସ୍ତାନକୁ ଉସକାଇଥିଲେ। ଏହାକୁ ଭାରତ କଡ଼ା ବିରୋଧ କରିଥିଲା। ଏବେ ଭାରତର ବିରୋଧ ଦେଖି ୟୁନଜିଏ ସଫେଇ ଦେଇଛି। ୧୯୩ଟି ଦେଶକୁ ନେଇ ତିଆରି ହୋଇଥିବା ଏହି ୟୁଏନଜିଏ ଭାରତର ବିରୋଧ ପରେ କହିଛି ୟୁଏନଜିଏ ଅଧ୍ୟକ୍ଷଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ତାଙ୍କର ଏହି ମନ୍ତବ୍ୟକୁ ବିଭାଗ ହଟାଇ ଦେଇଛି ବୋଲି ୟୁଏନଜିଏର ମୁଖପାତ୍ର କହିଛନ୍ତି।

ଗତ ମାସର ଶେଷ ସପ୍ତାହରେ ବୋଜକିର ବାଂଲାଦେଶ ଏବଂ ପାକିସ୍ତାନ ଗସ୍ତରେ ଯାଇଥିଲେ। ଏହି ସମୟରେ କଶ୍ମୀର ପ୍ରସଙ୍ଗ ଉଠାଇ କହିଥିଲେ ପାକିସ୍ତାନକୁ ଏହି ପ୍ରସଙ୍ଗ ଜାତିସଂଘରେ ଦୃଢ଼ତାର ସହ ଉଠାଇବା ଦରକାର। ଏଥିସହ କଶ୍ମୀରକୁ ପାଲେଷ୍ଟାଇନ ପ୍ରସଙ୍ଗ ସହ ତୁଳନା କରିଥିଲେ।

ଏହାକୁ ନେଇ ମେ ୨୯ରେ ଭାରତ ବୋଲ୍କନ ବୋଜକିରଙ୍କୁ କଡ଼ା ଜବାବ ଦେଇଥିଲା। ଯେଉଁ ପଦବୀରେ ବୋଲ୍କନ ବୋଜକିର ବସିଛନ୍ତି ଏଭଳି ମନ୍ତବ୍ୟ ସେହି ପଦବୀ ପ୍ରତି ଅପମାନ ବୋଲି ଭାରତ କହିଥିଲା। କଶ୍ମୀର ପ୍ରସଙ୍ଗରେ ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ବୋଲ୍କନ ଯାହା କହିଛନ୍ତି ତାହା ନିହାତି ଭାବରେ ଭ୍ରମାତ୍ମକ ବୋଲି ଭାରତ କହିଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ତାଙ୍କ ମନ୍ତବ୍ୟକୁ ଭାରତ ନାପସନ୍ଦ କରୁଛି। ଯେତେବେଳେ ଜଣେ ଜାତିସଂଘ ସାଧାରଣ ପରିଷଦର ସଭାପତି ଏପରି ବିଭ୍ରାନ୍ତିକର ତଥା ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ସେତେବେଳେ ସେ ମନେ ରଖିବା ଉଚିତ କେଉଁ ପଦବୀରେ ବସିଛନ୍ତି। ଏଭଳି ମନ୍ତବ୍ୟ ବୋଲ୍କନ ବସିଥିବା ପଦବୀ ପ୍ରତି ଅସମ୍ମାନ। ଏଭଳି ଆଚରଣ ପ୍ରକୃତରେ ଦୁଃଖଦାୟକ ଏବଂ ବିଶ୍ୱ ସ୍ତରରେ ତାଙ୍କ ପଦବୀକୁ କ୍ଷତି ପହଞ୍ଚାଇଛି।

ଅରିନ୍ଦମ ବାଗଚିଙ୍କ ମନ୍ତବ୍ୟର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀଙ୍କ ସହ ପ୍ରେସ କନଫରେନସ କରି ବୋଲ୍କନ ବୋଜକିର କହିଥିଲେ କଶ୍ମୀର ବିବାଦର ସମାଧାନ ପାଇଁ ରାଜନୀତିକ ଇଚ୍ଛାଶକ୍ତିର ଅଭାବ ରହିଛି। ମିଳିତ ଜାତିସଂଘ ଫୋରମରେ ଏହାକୁ ପାକିସ୍ତାନ ଦୃଢତାର ସହ ରଖିବା ଦରକାର। କଶ୍ମୀର ପ୍ରସଙ୍ଗ ପାଲେଷ୍ଟାଇନ ପ୍ରସଙ୍ଗ ସହିତ ସମାନ। ବୋଲ୍କନ ବୋଜକିରଙ୍କ ଏହି ମତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଥିଲା। ଯାହାକୁ ବିଭିନ୍ନ ଫୋରମରେ ପାକିସ୍ତାନ ଉଠାଇ ଅନ୍ତର୍ଜାତୀୟ ସ୍ତରରେ ବେଜିତ ହୋଇସାରିଛି। ଭାରତର କହିବା କଥା କଶ୍ମୀର ଭାରତର ଆଭ୍ୟନ୍ତରୀରଣ ପ୍ରସଙ୍ଗ। ଏଥିରେ ବାହାର ଦେଶ ମୁଣ୍ଡ ପୁରାଇବା କିମ୍ୱା ମତ ରଖିବା ଠିକ୍ ନୁହେଁ।

ବୋଲ୍କନ ବୋଜକିର ହେଉଛନ୍ତି ତୁର୍କୀର ପ୍ରଥମ ବ୍ୟକ୍ତି ଯିଏକି ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି। ପାକିସ୍ତାନର ମିତ୍ର ରାଷ୍ଟ୍ର ହେଉଛି ତୁର୍କୀ। ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ହେବା ପୂର୍ବରୁ ସେ ଅଗଷ୍ଟ ୨୦୨୦ ରେ ପାକିସ୍ତାନ ଗସ୍ତ କରିଥିଲେ। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିଥିଲା ତୁର୍କୀ।

https://odishareporter.in/nation-world/india/india-hits-out-at-un-general-assembly-president-for-comments-on-jk-646932

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story