ଦାଉଦ୍ ଗ୍ୟାଙ୍ଗରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଫୋନ୍‌!

ମୁମ୍ବାଇ: ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ’ମାତୋଶ୍ରୀ’କୁ ଏକ ଫୋନ୍ କଲ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ ଗ୍ୟାଙ୍ଗର ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବାକୁ କହିଥିଲା। ସେ ଦୁବାଇରୁ ଫୋନ୍ କରିଥିବା ମଧ୍ୟ କହିଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଶିବସେନା ନେତା ଅନୀଲ ପରବ କହିଛନ୍ତି ଯେ ଏହା […]

uddhav

Jitendra Garnayak
  • Published: Monday, 07 September 2020
  • , Updated: 07 September 2020, 09:11 AM IST

ମୁମ୍ବାଇ: ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ’ମାତୋଶ୍ରୀ’କୁ ଏକ ଫୋନ୍ କଲ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ ଗ୍ୟାଙ୍ଗର ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବାକୁ କହିଥିଲା। ସେ ଦୁବାଇରୁ ଫୋନ୍ କରିଥିବା ମଧ୍ୟ କହିଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଶିବସେନା ନେତା ଅନୀଲ ପରବ କହିଛନ୍ତି ଯେ ଏହା ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ନଥିଲା। ତେବେ ଏହି କଲ୍ ନେଇ ପୁଲିସ୍ ତଦନ୍ତ କରିବ।

ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଜଣେ କର୍ମଚାରୀ କହିଛନ୍ତି ଯେ ଦାଉଦ୍ ଇବ୍ରାହିମ୍ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ଚାହୁଁଥିବା କଲ୍ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ। ତେବେ ଟେଲିଫୋନ୍ ଅପରେଟର୍ କଲ୍‌ଟିକୁ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରାନ୍ସଫର କରି ନଥିଲେ। କଲ୍ କରିଥିବା ବ୍ୟକ୍ତି ଜଣଙ୍କ ନିଜ ପରିଚୟ ଦେଇ ନଥିଲେ। ତେବେ ଦାଉଦ୍ ଇବ୍ରାହିମ୍‌ ତରଫରୁ ସେ ଦୁବାଇରୁ ଫୋନ୍ କରିଥିବା କହିଥିଲେ।

ଘଟଣାସଂପର୍କରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନାକୁ ସୂଚନା ଦିଆଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ଘର ବାହାରେ ଅତିରିକ୍ତ ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ପୁଲିସ୍ ଘଟଣାର ତଦନ୍ତ କରୁଛି। ସତରେ କେହି ଦୁବାଇରୁ ଫୋନ୍ କରିଥିଲା ନା କେହି ମିଛରେ ଏହି ଫୋନ୍ କରିଥିଲା, ପୁଲିସ୍ ତା’ର ତଦନ୍ତ କରୁଛି।

Related story