ଶ୍ରମିକ କାର୍ଡ଼ ପାଇଁ ନିଆଯାଉଛି ୧୦୦ ଟଙ୍କା: କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଗୁମର ଖୋଲି ଦେଲେ ମହିଳା

ପାଟନା: କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଗୁମର ଖୋଲି ଦେଲେ ମହିଳା। ଶ୍ରମିକ କାର୍ଡ଼ ପାଇଁ ଟଙ୍କା କାରବାର ଅଭିଯୋଗ ଆଣିବା ପରେ ରାଗିଗଲେ କେନ୍ଦ୍ରମନ୍ତ୍ରୀ। ଇ-ଶମ୍ରିକ କାର୍ଡ଼ ପାଇଁ ଜଣେ ମହିଳାଙ୍କଠାରୁ ୧୦୦ ଟଙ୍କା ନିଆଯାଇଥିବା ଅଭିଯୋଗ ଆଣିବା ପରେ  କେନ୍ଦ୍ର ରାଷ୍ଟ୍ର ଶ୍ରମମନ୍ତ୍ରୀ ରାମେଶ୍ୱର ତେଲି ରାଗି ଯାଇଥିଲେ। ତୁରନ୍ତ ସମ୍ପୃକ୍ତ ମହିଳାଙ୍କୁ ଟଙ୍କା ଫେରାଇବା ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ।  ଇଶ୍ରମ ପୋର୍ଟାଲରେ ଇଶ୍ରମ କାର୍ଡ଼ ପଞ୍ଜିକରଣ ପାଇଁ ୧୦୦ ଟଙ୍କା ନିଆଯାଇଥିବା ମହିଳା ଜଣକ ଅଭିଯୋଗ ଆଣିଥିଲେ। […]

iop-11

Tapas Behera
  • Published: Monday, 01 November 2021
  • , Updated: 01 November 2021, 03:29 PM IST

ପାଟନା: କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଗୁମର ଖୋଲି ଦେଲେ ମହିଳା। ଶ୍ରମିକ କାର୍ଡ଼ ପାଇଁ ଟଙ୍କା କାରବାର ଅଭିଯୋଗ ଆଣିବା ପରେ ରାଗିଗଲେ କେନ୍ଦ୍ରମନ୍ତ୍ରୀ। ଇ-ଶମ୍ରିକ କାର୍ଡ଼ ପାଇଁ ଜଣେ ମହିଳାଙ୍କଠାରୁ ୧୦୦ ଟଙ୍କା ନିଆଯାଇଥିବା ଅଭିଯୋଗ ଆଣିବା ପରେ  କେନ୍ଦ୍ର ରାଷ୍ଟ୍ର ଶ୍ରମମନ୍ତ୍ରୀ ରାମେଶ୍ୱର ତେଲି ରାଗି ଯାଇଥିଲେ। ତୁରନ୍ତ ସମ୍ପୃକ୍ତ ମହିଳାଙ୍କୁ ଟଙ୍କା ଫେରାଇବା ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ।  ଇଶ୍ରମ ପୋର୍ଟାଲରେ ଇଶ୍ରମ କାର୍ଡ଼ ପଞ୍ଜିକରଣ ପାଇଁ ୧୦୦ ଟଙ୍କା ନିଆଯାଇଥିବା ମହିଳା ଜଣକ ଅଭିଯୋଗ ଆଣିଥିଲେ। ପାଟନାରେ ଏକ ଜାତୀୟସ୍ତରୀୟ ଡାଟାବେଶ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଦଶରଥ ମାଂଝି ଇନ୍‌ଷ୍ଟିଚ୍ୟୁଟ୍‌ରେ ଯୋଗ ଦେଇ ଶ୍ରମିକମାନଙ୍କୁ ଇ-ଶ୍ରମ କାର୍ଡ଼ ବାଣ୍ଟିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କାର୍ଡ଼ ମାଗଣାରେ ବଣ୍ଟନ କରାଯାଉଛି।  ଏହିପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ରାମେଶ୍ୱର

କିରଣ ଦେବୀ ନାମ୍ନୀ  ଜଣେ ମହିଳାଙ୍କୁ କାର୍ଡ଼ ପାଇଛନ୍ତି କି ନାହିଁ ପଚାରିଥିଲେ।  ଜବାବରେ ତାଙ୍କୁ କାର୍ଡ଼ ପାଇଁ ୧୦୦ ଟଙ୍କା ନିଆଯାଇଥିବା ସେ ଅଭିଯୋଗ ଆଣିଥିଲେ।  ଉତ୍ତର ଶୁଣି ମନ୍ତ୍ରୀ ହଠାତ ଚକିତ ହୋଇ ଯାଇଥିଲେ। ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଆପଣ କାର୍ଡ଼ ପାଇଁ ପଇସା ଦେଇଛନ୍ତି ?  ଆପଣ କାହିଁକି  ପଇସା ଦେଉଥିଲେ ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏହି ସମୟରେ ବିହାର ଶ୍ରମମନ୍ତ୍ରୀ ଜିଭେଶ ମିଶ୍ରା ଉପସ୍ଥିତ ଥିଲେ।  ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିହାର ଶ୍ରମମନ୍ତ୍ରୀ ଜିଭେଶ ମିଶ୍ରାଙ୍କଠାରୁ ଏକ ରିପୋର୍ଟ ତଲବ କରିଛନ୍ତି।

ସେହିପରି ଯେଉଁମାନଙ୍କଠାରୁ ଟଙ୍କା ନିଆଯାଇଛି ସେମାନଙ୍କୁ ଫେରାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଇଛନ୍ତି।  କାର୍ଯ୍ୟକ୍ରମ ସରିବା ପରେ କିରଣ ଦେବୀଙ୍କୁ ପୂରା ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ  ପଚାରିଥିଲେ। କିରଣ ଦେବୀ କହିଥିଲେ ଯେ, ଏହି କାର୍ଡ଼ଟି ମୁଁ ଗାଁରୁ ପାଇଥିଲି। କାର୍ଡ଼ଟିକୁ ତିଆରି କରିଥିବା ବ୍ୟକ୍ତିଙ୍କୁ ମୁଁ ୧୦୦ ଟଙ୍କା ଦେଇଥିଲି।   ସୂଚନା ଅନୁଯାୟୀ ଉକ୍ତ ପ୍ରୋଜେକ୍ଟ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୦୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।  

Related story