ସତରେ କଣ ଅଧା ଭାରତ ଅନ୍ଧାର ହୋଇଯିବ ?  ଶୁଣନ୍ତୁ କ’ଣ କହୁଛନ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ସୃଷ୍ଟି ହୋଇଛି କୋଇଲା ସଙ୍କଟ। ବିଦ୍ୟୁତ୍‌ ଯୋଗାଉଥିବା ତାପଜ ବିଦ୍ୟୁତ୍‌ କମ୍ପାନୀ ପାଖରେ ଆବଶ୍ୟକ କୋଇଲା ନାହିଁ। ଫଳରେ ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ ହେବା ସହ ରାଜଧାନୀ ଦିଲ୍ଲୀ ସମେତ ଅଧା ଭାରତ ଅନ୍ଧାର ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଖବର ଅସତ୍ୟ ଏବଂ ଦେଶରେ ସେମିତି କିଛି ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂ କହିଛନ୍ତି। ସେ କହିଛନ୍ତି ଯେ, ଅନାବଶ୍ୟକ ଆତଙ୍କ […]

Power Minister RK Singh

Tapas Behera
  • Published: Sunday, 10 October 2021
  • , Updated: 10 October 2021, 04:00 PM IST

ନୂଆଦିଲ୍ଲୀ: ଦେଶରେ ସୃଷ୍ଟି ହୋଇଛି କୋଇଲା ସଙ୍କଟ। ବିଦ୍ୟୁତ୍‌ ଯୋଗାଉଥିବା ତାପଜ ବିଦ୍ୟୁତ୍‌ କମ୍ପାନୀ ପାଖରେ ଆବଶ୍ୟକ କୋଇଲା ନାହିଁ। ଫଳରେ ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ ହେବା ସହ ରାଜଧାନୀ ଦିଲ୍ଲୀ ସମେତ ଅଧା ଭାରତ ଅନ୍ଧାର ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଖବର ଅସତ୍ୟ ଏବଂ ଦେଶରେ ସେମିତି କିଛି ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂ କହିଛନ୍ତି। ସେ କହିଛନ୍ତି ଯେ, ଅନାବଶ୍ୟକ ଆତଙ୍କ ସୃଷ୍ଟି କରାଯାଉଛି।  ଆବଶ୍ୟକ ପରିମାଣରେ  କୋଇଲା ମହଜୁଦ ରହିଛି । ବିଦ୍ୟୁତ୍‌ ବିତରଣ ନେଇ କୌଣସି ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି।

କୋଇଲା ଅଭାବ ସଙ୍କଟ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆର.କେ ସିଂ କହିଛନ୍ତି ଯେ , ସେ ବିଏସଇସ ଅଧିକାରୀ, ଏନଟିପିସି ଏବଂ ଶକ୍ତି ମନ୍ତ୍ରଣାଳୟ ସହ ଏକ ମିଳିତ ବୈଠକରେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। କୋଇଲା ଚାହିଦା ଏବଂ ବିତରଣ ନେଇ କୌଣସି ସମସ୍ୟା ନାହିଁ ବୋଲି ଆଲୋଚନା ହୋଇଥିଲା।  ତେଣୁ ବିଦ୍ୟୁତ ସଙ୍କଟ ନେଇ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି। ବିଦ୍ୟୁତ୍‌  ଯୋଗାଣ ବାଧାପ୍ରାପ୍ତ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲେଖିଥିବା ଚିଠି ବାବଦରେ ମୋ ସହିତ ଦିଲ୍ଲୀ ରାଜ୍ୟପାଳ ଆଲୋଚନା କରିଥିଲେ। ଗତକାଲି ସନ୍ଧ୍ୟାରେ ଏହି ଆଲୋଚନା ହୋଇଥିଲା। ମୁଁ କହିଥିଲି ଯେ ଆମର ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସେପରି କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହୀଛନ୍ତି ଯେ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (GAIL) ଗ୍ୟାସ୍ ଯୋଗାଣ ବନ୍ଦ କରିବା ବିଷୟରେ ଦିଲ୍ଲୀ ଡିସକମ୍‌କୁ ଜଣାଇ ଥିଲା । ତାର ଚୁକ୍ତି ଅବଧି ଶେଷ ହେଉଥିବାରୁ ଉକ୍ତ କମ୍ପାନୀ ଆଉ ଗ୍ୟାସ ବିତଣ କରିବ ନାହିଁ। ହେଲେ ଏହି କଥାକୁ ନେଇ ଏକ ବିଭ୍ରାନ୍ତିକର ତଥ୍ୟ ପ୍ରଚାର ହେଉଛି ଯେ, କୋଇଲା ସଙ୍କଟ ସୃଷ୍ଟି ହୋଇଛି।

ମୁଁ GAIL CMD କୁ ସାରା ଦେଶରେ ବିଦ୍ୟୁତ୍ କେନ୍ଦ୍ରକୁ ଆବଶ୍ୟକ ପରିମାଣର ଗ୍ୟାସ୍ ଯୋଗାଣ ଜାରି ରଖିବାକୁ କହିଛି। ଯୋଗାଣ ଜାରି ରହିବ ବୋଲି ସେ ମୋତେ ଆଶ୍ୱାସନା ଦେଇଛନ୍ତି। ଅତୀତରେ ଗ୍ୟାସର ଅଭାବ ନଥିଲା କିମ୍ବା ଭବିଷ୍ୟତରେ ଏହା ଘଟିବ ନାହିଁ ବୋଲି ସେ କହିଛନ୍ତି। ସେହିପରି  ଆବଶ୍ୟକ PPA ଗୁଡ଼ିକର ରକ୍ଷଣାବେକ୍ଷଣ କରାଯିବା ନେଇ ଗୁରୁତ୍ୱ ଦିଆଯାଇଛି।  ବିଦ୍ୟୁତ ଯୋଗାଣର ଅଭାବ ରହିବ ନାହିଁ। । କୋଇଲା ଅଭାବ ସମ୍ପର୍କରେ କଂଗ୍ରେସ ନେତାମାନେ ଟ୍ୱିଟ୍‌ କରି ପଚାରିଥିବା  ବେଳେ ସିଂ କହିଛନ୍ତି କଂଗ୍ରେସ ତାର ବିଚାରଧାରାକୁ କେବେଠାରୁ ମାରିସାରିଲାଣି।  ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ବିଦ୍ୟୁତ୍ ଅଛି।

Related story