ଜିତୁଛି ଜନତା, ହାରୁଛି ଗୁଣ୍ଡାଗର୍ଦ୍ଦି: କେଶବ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ: ଜାରି ରହିଛି ୫ ରାଜ୍ୟର ଭୋଟ ଗଣନା। କେଉଁଠୁ କିଏ ଜିତିବ ଆଉ କିଏ ହାରିବ, ସାମ୍ନାକୁ ଆସୁଥିବା ଟ୍ରେଣ୍ଡରୁ ଏକପ୍ରକାରର ନିଶ୍ଚିତ ହୋଇଗଲାଣି। ଉତ୍ତରପ୍ରଦେଶରେ ମ୍ୟାଜିକ ନମ୍ବର ଛୁଇଁଲାଣି ବିଜେପି। ସମସ୍ତଙ୍କୁ ପଛରେ ପକାଇ ଆଗକୁ ବଢ଼ିଚାଲିଛି ପଦ୍ମ। ଏହାକୁ ଦୃଷ୍ଟିରେ ରଖି ଫଳାଫଳ ପୂର୍ବରୁ ଦଳର କର୍ମୀ ଓ ନେତା ସେଲିବ୍ରେସନ ଆରମ୍ଭ କରିଦେଲେଣି। ଏହାରି ଭିତରେ ଏକ ବଡ ବୟାନ ଦେଇଛନ୍ତି ଉତ୍ତରପ୍ରେଦଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସେ କହିଛନ୍ତି, […]

keshav prasad maurya

Madhupriya Mistry
  • Published: Thursday, 10 March 2022
  • , Updated: 10 March 2022, 12:06 PM IST

ଲକ୍ଷ୍ନୌ: ଜାରି ରହିଛି ୫ ରାଜ୍ୟର ଭୋଟ ଗଣନା। କେଉଁଠୁ କିଏ ଜିତିବ ଆଉ କିଏ ହାରିବ, ସାମ୍ନାକୁ ଆସୁଥିବା ଟ୍ରେଣ୍ଡରୁ ଏକପ୍ରକାରର ନିଶ୍ଚିତ ହୋଇଗଲାଣି। ଉତ୍ତରପ୍ରଦେଶରେ ମ୍ୟାଜିକ ନମ୍ବର ଛୁଇଁଲାଣି ବିଜେପି। ସମସ୍ତଙ୍କୁ ପଛରେ ପକାଇ ଆଗକୁ ବଢ଼ିଚାଲିଛି ପଦ୍ମ। ଏହାକୁ ଦୃଷ୍ଟିରେ ରଖି ଫଳାଫଳ ପୂର୍ବରୁ ଦଳର କର୍ମୀ ଓ ନେତା ସେଲିବ୍ରେସନ ଆରମ୍ଭ କରିଦେଲେଣି। ଏହାରି ଭିତରେ ଏକ ବଡ ବୟାନ ଦେଇଛନ୍ତି ଉତ୍ତରପ୍ରେଦଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ।

ସେ କହିଛନ୍ତି, 'ଜନତା ଜିତୁଛି ଏବଂ ଗୁଣ୍ଡାଗର୍ଦ୍ଦି ହାରୁଛି।' ସେ କୁ ପ୍ଲାଟଫର୍ମରେ ଆସୁଥିବା ରେଜଲ୍ଟ ଟ୍ରେଣ୍ଡକୁ ଦେଖି ଖୁସି ଜାହିର କରିଛନ୍ତି। ସେପଟେ ଏହାରି ଭିତରେ ବିଜେପି ନେତା ବ୍ରିଜେଶ ପାଠକ ଦଳ ଜିତିବ ବୋଲି ବଡ ଦାବି କରିଛନ୍ତି। ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶରେ ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି।

ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତକରରେ ବ୍ରିଜେଶ କହିଛନ୍ତି, 'ଉତ୍ତରପ୍ରଦେଶର ସାଧାରଣ ଜନତା ସମାଜବାଦୀ ପାର୍ଟିକୁ ବିଶ୍ୱାସକୁ ନେଇ ନାହାନ୍ତି। ପୁଣି ବିଜେପି ଉପରେ ଭରସା ଦେଖାଇଛନ୍ତି ଜନତା। ସମାଜବାଦୀ ପାର୍ଟି ୨୦୧୨ରୁ ୨୦୧୭ ଯାଏଁ ଉତ୍ତରପ୍ରଦେଶରେ ରାଜ କରିଥିଲା। ସେ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ସହ ମିଶି ମେଣ୍ଟ କରିଥିଲା କିନ୍ତୁ ପରେ ପୁଣିଥରେ ଗୁଣ୍ଡାଗର୍ଦ୍ଦି, ମାଫିଆ ଓ ଅରାଜକତା ବଢ଼ାଇଥିଲା ଦଳ।'

ସୂଚନା ମୁତାବକ, ଆଜି ୟୁପିରେ ଯୋଗୀ ଆଦିତ୍ୟନାଥ, ଅଖିଲେଶ ଯାଦବ ତଥା କେଶ ପ୍ରସାଦ ମୌର୍ଯ୍ୟ, ପଞ୍ଜାବରେ ଚରଣଜିତ ସିଂହ ଚନ୍ନି, ତଥା ଭଗବନ୍ତ ମାନ୍‌ ଏବଂ ଉତ୍ତରାଖଣ୍ଡରେ ପୁଷ୍କର ସିଂହ ଧାମି ଓ ହରିଶ ରାୱତ ଭଳି ହେଭିୱେଟ୍‌ ନେତାଙ୍କ ଆଜି ଅଗ୍ନିପରୀକ୍ଷା ଚାଲିଛି। ଏହି ଅଗ୍ନିପରୀକ୍ଷାରେ କିଏ ପାସ୍‌ ହେଉଛି ଆଉ କିଏ ଫେଲ୍‌ ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ।

Related story