Advertisment

ଏମଏସ୍‌ପି ବାବଦରେ ଚାଷୀଙ୍କୁ ମିଳିବ ୨.୩ ଲକ୍ଷ କୋଟି

ନୂଆଦିଲ୍ଲୀ: ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ୨୦୨୨-୨୩ରେ ପ୍ରୟାସ କରାଯାଇଇଛି। ପ୍ରଥାମିକ ସୂଚନା ଅନୁଯାୟୀ, ଏବେ ଠାରୁ ଦେଶରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରାଯିବ। ସେହିପରି ଚାଷୀମାନଙ୍କୁ ୨.୩ ଲକ୍ଷ କୋଟି ଟଙ୍କା ଏମଏସପି ଆକାରରେ ଦିଆଯିବ। ଫସଲ ନୀରିକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନର ବ୍ୟବହାର କରାଯିବ। ଜମିର ଡିଜିଟାଲ କରଣ ମୂଲ୍ୟାଙ୍କନ ମଧ୍ୟ ଡ୍ରୋନ ଦ୍ୱାରା କରାଯିବ। ଏହାବାଦ ଡ୍ରୋନ ଦ୍ୱାରା କୀଟନାଶକ ପ୍ରୟୋଗ କରାଯିବାର ବ୍ୟବସ୍ଥା ହେବ। […]

ଅଦ୍ୟତନ ହୋଇଛି
ଏମଏସ୍‌ପି ବାବଦରେ ଚାଷୀଙ୍କୁ ମିଳିବ ୨.୩ ଲକ୍ଷ କୋଟି

drone

Advertisment

ନୂଆଦିଲ୍ଲୀ: ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ୨୦୨୨-୨୩ରେ ପ୍ରୟାସ କରାଯାଇଇଛି। ପ୍ରଥାମିକ ସୂଚନା ଅନୁଯାୟୀ, ଏବେ ଠାରୁ ଦେଶରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରାଯିବ। ସେହିପରି ଚାଷୀମାନଙ୍କୁ ୨.୩ ଲକ୍ଷ କୋଟି ଟଙ୍କା ଏମଏସପି ଆକାରରେ ଦିଆଯିବ। ଫସଲ ନୀରିକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନର ବ୍ୟବହାର କରାଯିବ। ଜମିର ଡିଜିଟାଲ କରଣ ମୂଲ୍ୟାଙ୍କନ ମଧ୍ୟ ଡ୍ରୋନ ଦ୍ୱାରା କରାଯିବ। ଏହାବାଦ ଡ୍ରୋନ ଦ୍ୱାରା କୀଟନାଶକ ପ୍ରୟୋଗ କରାଯିବାର ବ୍ୟବସ୍ଥା ହେବ।

Advertisment

ନାର୍ବାଡ ଜରିଆରେ କୃଷି ଓ ଗ୍ରାମାଞ୍ଚଳରେ ଷ୍ଟାର୍ଟଅପ ପାଇଁ ଆର୍ଥିକ ସହାୟତା ଦିଆଯିବ। ଚାଷୀମାନଙ୍କୁ ବୈଷୟିକ ଜ୍ଞାନକୌଶଳର ତାଲିମ ଦିଆଯିବ। ଚାଷୀଙ୍କୁ ହାଇଟେକ ଓ ଡିଜିଟାଲ ସେବା ଯୋଗାଇ ଦେବା ପାଇଁ ପିପିପି ମୋଡରେ ବିଭିନ୍ନ ଯୋଜନା ଆରମ୍ଭ କରାଯିବ। ଏଥିରେ ସରକାରୀ ରିସର୍ଚ୍ଚ ଓ ପ୍ରତିଷ୍ଠାନର ଭୂମିକାକୁ ମଧ୍ୟ ପ୍ରାଧ୍ୟାନ୍ୟ ଦିଆଯିବ।

ଘରୋଇ ଅଏଲ ସିଡ୍‌ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଇ ଏହାର ଆମାଦାନୀକୁ ହ୍ରାସ କରାଯିବ। ସମଗ୍ର ଦେଶରେ କେମିକାଲହୀନ ପ୍ରାକୃତିକ ଫାର୍ମିଂ ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗଙ୍ଗାନଦୀ କୂଳରୁ ୫ କିମି ମଧ୍ୟରେ ଚାଷୀଙ୍କ ଜମି ପାଇଁ ସ୍ୱତନ୍ତ୍ର କରିଡର  ତିଆରି ହେବ। ଜମି ସଂସ୍କାର ପାଇଁ ୱାନ ନେଶନ, ୱାନ ପଞ୍ଜୀକରଣ ବ୍ୟବସ୍ଥା ହେବ। ଡ୍ରୋନ ଶକ୍ତି ଜରିଆରେ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରାଯିବ। ୩.୮ କୋଟି ଘରକୁ ଟ୍ୟାପ ୱାଟର ପାଇଁ ୬୦ ହଜାର କୋଟିର ବ୍ୟୟବରାଦ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ ଲକ୍ଷ ଘର ତିଆରି କରାଯିବ ବୋଲି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe