ଉତ୍ତରାଖଣ୍ଡରେ ହାରିଲେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଗଣତି ଜାରି ରହିଛି। ଏଠାରେ ବିଜେପି ବହୁମତ ହାସଲ କରିବାକୁ ଯାଉଥିବା ନେଇ ଆଶା କରାଯାଉଛି। କିନ୍ତୁ ଏହାରି ଭିତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମି ଖଟିମା ଆସନରୁ ହାରି ଯାଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ୬ ହଜାର ଖଣ୍ଡ ଭୋଟ୍‌ରେ ହାରିଛନ୍ତି। ସେହିପିର ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ପରାସ୍ତ ହୋଇଛନ୍ତି। ଲାଲକୁଆଁ ଆସନରେ ୧୪ ହଜାର ଭୋଟ ବ୍ୟବଧାନରେ ହାରିଛନ୍ତି ହରିଶ। ହରିଶ […]

Hrisha rawat and Pushkar

Madhupriya Mistry
  • Published: Thursday, 10 March 2022
  • , Updated: 10 March 2022, 04:11 PM IST

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଗଣତି ଜାରି ରହିଛି। ଏଠାରେ ବିଜେପି ବହୁମତ ହାସଲ କରିବାକୁ ଯାଉଥିବା ନେଇ ଆଶା କରାଯାଉଛି। କିନ୍ତୁ ଏହାରି ଭିତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମି ଖଟିମା ଆସନରୁ ହାରି ଯାଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ୬ ହଜାର ଖଣ୍ଡ ଭୋଟ୍‌ରେ ହାରିଛନ୍ତି।

ସେହିପିର ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ପରାସ୍ତ ହୋଇଛନ୍ତି। ଲାଲକୁଆଁ ଆସନରେ ୧୪ ହଜାର ଭୋଟ ବ୍ୟବଧାନରେ ହାରିଛନ୍ତି ହରିଶ। ହରିଶ ରାୱତ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି। ହରିଶ ରାୱାତଙ୍କ ଝିଅ ଅନୁପମା ରାୱତଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି।

ହାରିବା ପରେ ହରିଶ ଟ୍ୱିଟ୍‌ କରି ନିଜ ପରାଜୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, 'ନିର୍ବଚାନୀ ପରାଜୟର ଔପଚାରିକ ଘୋଷଣା ହେବା ବାକି ଅଛନ୍ତି। ମୁଁ ଲାଲକୁଆଁ ଅଞ୍ଚଳର ଲୋକଙ୍କ ଠାରୁ କ୍ଷମା ଚାହୁଁଛି। ମୁଁ ତାଙ୍କ ବିଶ୍ୱାସ ଅର୍ଜନ କରିପାରିଲି ନାହିଁ। ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ମୁଁ ତାଙ୍କୁ ଦେଇଥିଲି ତାକୁ ପୂରଣ କରିବାକୁ ସୁଯୋଗ ପାଇଲି ନାହିଁ।'

୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବଡ଼ ଟକ୍କର। ଭାରତୀୟ ଜନତା ପାର୍ଟି ଉତ୍ତରାଖଣ୍ଡରେ ୪୬ ଟି ଆସନ ସହିତ ଆଗରେ ରହିଥିବାବେଳେ କଂଗ୍ରେସ ପାଇଁ ଏକ ବଡ଼ ଝଟକା ଲାଗିଛି। କଂଗ୍ରେସ ୧୮ଟି ଆସନରେ ଆଗୁଆ ରହିଛି।

Related story