ସାମ୍ବାଦିକ ବିନୋଦ ଦୁଆଙ୍କ ମୃତ୍ୟୁ ଗୁଜବକୁ ନେଇ ମୁହଁ ଖୋଲିଲେ ଝିଅ  

ନୂଆଦିଲ୍ଲୀ: ଜାତୀୟସ୍ତରରେ ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ବିନୋଦ ଦୁଆ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା ବେଳେ ତାଙ୍କ ମୃତ୍ୟୁ ନେଇ ସୋଶାଲ ମିଡିଆରେ ଗୁଜବ ଖେଳି ଯାଇଛି। ବହୁ ଲୋକ ଟ୍ୱିଟ୍‌ କରି ବିନୋଦଙ୍କ ମୃତ୍ୟୁ ଘଟିଥିବା ଲେଖିଛନ୍ତି। ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ତାଙ୍କ ଝିଅ ମଲ୍ଲିକା ଦୁଆ। ସେ ଟ୍ୱିଟ୍‌ କରି ଏଭଳି ଗୁଜବ ନଖେଳାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଏବେ ବି ତାଙ୍କ ବାପା ବଞ୍ଚିଛନ୍ତି। […]

p111

Tapas Behera
  • Published: Monday, 29 November 2021
  • , Updated: 29 November 2021, 06:35 PM IST

ନୂଆଦିଲ୍ଲୀ: ଜାତୀୟସ୍ତରରେ ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ବିନୋଦ ଦୁଆ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା ବେଳେ ତାଙ୍କ ମୃତ୍ୟୁ ନେଇ ସୋଶାଲ ମିଡିଆରେ ଗୁଜବ ଖେଳି ଯାଇଛି। ବହୁ ଲୋକ ଟ୍ୱିଟ୍‌ କରି ବିନୋଦଙ୍କ ମୃତ୍ୟୁ ଘଟିଥିବା ଲେଖିଛନ୍ତି। ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ତାଙ୍କ ଝିଅ ମଲ୍ଲିକା ଦୁଆ। ସେ ଟ୍ୱିଟ୍‌ କରି ଏଭଳି ଗୁଜବ ନଖେଳାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଏବେ ବି ତାଙ୍କ ବାପା ବଞ୍ଚିଛନ୍ତି। ସେ ଆଇସିୟୁରେ ଅଛନ୍ତି।
https://twitter.com/AnyaShankar/status/1465288689274146820?s=20

ତାଙ୍କ ଅବସ୍ଥା ଗୁରୁତର ରହିଛି। ସେ ଏବେ ବି ଜୀବନ ସହ ସଂଘର୍ଷ କରୁଛନ୍ତି। ତେଣୁ ତାଙ୍କ ବିଷୟରେ କୌଣସି ମିଥ୍ୟା ଖବର ପ୍ରସାର ନକରିବାକୁ ସେ ଅନୁରୋଧ କରିଛନ୍ତି। କିଛି ଦିନ ପୂର୍ବରୁ ମଲ୍ଲିକା ଦୁଆ, ତାଙ୍କ ବାପା ବିନୋଦ ଦୁଆ ଏବଂ ମା ପଦ୍ମାବତୀ ଦୁଆ କରୋନାରେ ସଂକ୍ରମିତ ହୋଇଥିଲେ। ଏଥିରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ବିନୋଦ ଦୁଆ ଏବଂ ପଦ୍ମାବତୀଙ୍କ ଅବସ୍ଥା ଗୁରୁତର ହେତୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା।

ଜୁନ୍ ୭ ରେ ବିନୋଦ ଦୁଆ ଘରକୁ ଫେରିଥିଲେ । ପତ୍ନଙ୍କ ବିୟୋଗ ଖବର ଫେସବୁକରେ ଦେଇ ବିନୋଦ ଲେଖିଥିଲେ, ‘ଚିନ୍ନା ଆଉ ନାହାଁନ୍ତି। ପୁଣିଥରେ ବିନୋଦ ଦୁଆଙ୍କ ଅବସ୍ଥା ଗୁରୁତର ହେବା ପରେ ପୁଣି ଥରେ ତାଙ୍କୁ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ସେ ଏବେ ଆଇସିୟୁରେଅଛନ୍ତି। ୬୭ ବର୍ଷୀୟ ବିନୋଦ ପାଏନିଓର, ଦୂରଦର୍ଶନ ଏବଂ ଏନ୍‌ଡିଟିଭିରେ ସମଫଳତାର ସହ କାମ କରି ସାମ୍ବାଦିକ ଜଗତରେ ବେଶ ନାମ କମାଇଛନ୍ତି।

Related story