ଜିତିଲା ବିଶ୍ୱାସଙ୍କ ‘ବିଶ୍ୱାସ’: ୧୩୦ ଦିନ ପରେ କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ

ଲକ୍ଷ୍ନୌ: ଜଣେ ବ୍ୟକ୍ତି ୧୩୦ ଦିନ ଡାକ୍ତରଖାନାରେ ରହିବା ପରେ କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ ନାଁ ବିଶ୍ୱାସ ସାଇନି। ତାଙ୍କ ଘର ଉତ୍ତର ପ୍ରଦେଶର ମୀରଟ ଅଞ୍ଚଳରେ। ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରରେ ବିଶ୍ୱାସ କହିଛନ୍ତି ଯେ କୋଭିଡ୍‌କୁ ସଫଳତାର ସହିତ ମାତ୍ ଦେଇ ସୁସ୍ଥ ହେବାରେ ଡାକ୍ତରମାନେ ସାହାଯ୍ୟ କରିଥିଲେ। ସେମାନେ କେବଳ ଔଷଧ ଦେଇ ଚିକିତ୍ସା କରି ନଥିଲେ, ସେମାନେ ସବୁବେଳେ ତାଙ୍କୁ ସକାରାତ୍ମକ ରହିବାକୁ ଉତ୍ସାହିତ କରୁଥିଲେ। […]

Vishwas Saini

Jitendra Garnayak
  • Published: Thursday, 16 September 2021
  • , Updated: 16 September 2021, 02:55 PM IST

ଲକ୍ଷ୍ନୌ: ଜଣେ ବ୍ୟକ୍ତି ୧୩୦ ଦିନ ଡାକ୍ତରଖାନାରେ ରହିବା ପରେ କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ ନାଁ ବିଶ୍ୱାସ ସାଇନି। ତାଙ୍କ ଘର ଉତ୍ତର ପ୍ରଦେଶର ମୀରଟ ଅଞ୍ଚଳରେ।

ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରରେ ବିଶ୍ୱାସ କହିଛନ୍ତି ଯେ କୋଭିଡ୍‌କୁ ସଫଳତାର ସହିତ ମାତ୍ ଦେଇ ସୁସ୍ଥ ହେବାରେ ଡାକ୍ତରମାନେ ସାହାଯ୍ୟ କରିଥିଲେ। ସେମାନେ କେବଳ ଔଷଧ ଦେଇ ଚିକିତ୍ସା କରି ନଥିଲେ, ସେମାନେ ସବୁବେଳେ ତାଙ୍କୁ ସକାରାତ୍ମକ ରହିବାକୁ ଉତ୍ସାହିତ କରୁଥିଲେ। କାରଣ ସେ ପରିବାର ଠାରୁ ବହୁ ଦିନ ହେଲା ଦୂରରେ ରହିବା ସହିତ ତାଙ୍କ ଚାରିପାଖରେ କୋଭିଡ୍‌ରେ ଅନେକ ଲୋକ ପ୍ରାଣ ହରାଇବା ଦେଖୁଥିଲେ।

ଡାକ୍ତର ଏମ୍‌.ସି ସାଇନି କହିଛନ୍ତି, ବିଶ୍ୱାସ ସାଇନି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପରିବାର ଲୋକେ ତାଙ୍କୁ ଘରେ ରଖିଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ମାସେ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ତାଙ୍କୁ ଭେଣ୍ଟିଲେଟରରୁ କଢ଼ାଯାଇଥିଲା। କିନ୍ତୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା। ତାଙ୍କୁ ଏବେ ଡିସ୍‌ଚର୍ଜ କରାଯାଇଛି। ଏବେ ମଧ୍ୟ ଗୋଟିଏ ଦିନରେ ତାଙ୍କ ପାଇଁ କିଛି ସମୟ ଅକ୍ସିଜେନ୍ ସପୋର୍ଟ ବହୁତ ଜରୁରୀ। ଏମିତି ଏକ ସ୍ଥିତି ଥିଲା ଯେତେବେଳେ ବିଶ୍ୱାସ ସାଇନ୍ ବଞ୍ଚିବେ ବୋଲି ଆମେ ବିଶ୍ୱାସ ହରାଇ ସାରିଥିଲୁ।କିନ୍ତୁ ମାସାଧିକ କାଳ ସଂଘର୍ଷ ପରେ ସେ ଘରକୁ ଫେରିଛନ୍ତି।

ଘରକୁ ଫେରି ବିଶ୍ୱାସ ସାଇନି ବେଶ୍ ଖୁସି ଅଛନ୍ତି। ତେବେ ସେ ଏବେ ବି ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି। ବିଶ୍ୱାସଙ୍କ ମୁହଁରେ ଅନେକ ଦାଗ ଦେଖିବାକୁ ମିଳିଛି। ଅନେକ ଦିନ ଧରି ଅକ୍ସିଜେନ୍ ମାକ୍ସ ଓ ଅନ୍ୟ ଯନ୍ତ୍ରାଂଶରେ ଚିକିତ୍ସାଧୀନ ରହିବା ଯୋଗୁ ଏମିତି ହୋଇଛି।

Related story