ଜୟଲଳିତାଙ୍କ ମୃତ୍ୟୁ ପଛରେ ମୁଁ ଷଡ଼ଯନ୍ତ୍ର କରିନି: ଶଶିକଳା

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଳଳିତା ମୃତ୍ୟୁ ମାମଲାରେ ଏ. ଆରମୁଗାସ୍ୱାମୀ ତଦନ୍ତ କମିଶନ ଦେଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି  ତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା । ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ଭୂମିକା ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କର ଚିକିତ୍ସା ଚାଲିଥିଲା।  ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶିକଳା କହିଛନ୍ତି।   ଜୟଲଳିତାଙ୍କ ମୃତ୍ୟୁ ପଛରେ ଅପରାଧିକ ଷଡ଼ୟନ୍ତ୍ର ହୋଇଥିବା ନେଇ ଏହାର ଅଧିକ ତଦନ୍ତ ପାଇଁ […]

sasikala

  • Published: Wednesday, 19 October 2022
  • , Updated: 19 October 2022, 09:40 AM IST

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଳଳିତା ମୃତ୍ୟୁ ମାମଲାରେ ଏ. ଆରମୁଗାସ୍ୱାମୀ ତଦନ୍ତ କମିଶନ ଦେଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି  ତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା । ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ଭୂମିକା ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କର ଚିକିତ୍ସା ଚାଲିଥିଲା।  ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶିକଳା କହିଛନ୍ତି।   ଜୟଲଳିତାଙ୍କ ମୃତ୍ୟୁ ପଛରେ ଅପରାଧିକ ଷଡ଼ୟନ୍ତ୍ର ହୋଇଥିବା ନେଇ ଏହାର ଅଧିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି ଏ ଆରୁମୁଗାସ୍ୱାମୀ ତଦନ୍ତ କମିଶନ।

୨୦୧୬ ସେପ୍ଟେମ୍ବର ୨୨ରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଜୟଲଳିତାଙ୍କୁ ଭର୍ତ୍ତି କରାଯାଇଥିଲା । ୭୫ ଦିନର ଚିକିତ୍ସା ପରେ ଡିସେମ୍ବର ୫ରେ ତାଙ୍କର ବିୟୋଗ ହୋଇଥିଲା ।  ଏହି ୭୫ ଦିନ ଭିତରେ ଜୟଲଳିତାଙ୍କ ସଂପର୍କରେ କୌଣସି ତଥ୍ୟ ବାହାରକୁ ଆସୁନଥିଲା  । ଜୟଲଳିତାଙ୍କ ମୃତ୍ୟୁ ଉପରେ ତଦନ୍ତ ପାଇଁ  ଏ ଆରୁମୁଗାସ୍ୱାମୀ ତଦନ୍ତ କମିଶନ ଗଠନ ହୋଇଥିଲା ।

ମୃତ୍ୟୁର କାରଣ ସଂପର୍କରେ ଜାଣିବା ପାଇଁ ଗଠନ ହୋଇଥିବା ଜଷ୍ଟିସ ଏ. ଆରମୁଗାସ୍ୱାମୀ ତଦନ୍ତ କମିସନ ରିପୋର୍ଟରେ ଶଶିକଳାଙ୍କୁ ଦାୟୀ କରାଯାଇଛି।  ଏଥିସହିତ ତତ୍କାଳୀନ ମୁଖ୍ୟ ଶାସନ ସଚିବ ରାମ ମୋହନ ରାଓ ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ତଦନ୍ତ ପାଇଁ କମିସନ ସୁପାରିସ କରିଛନ୍ତି । ଆପୋଲୋ ହସ୍ପିଟାଲ ଅନୁଯାୟୀ, ଜୟଲଳିତାଙ୍କ ମୃତ୍ୟୁ ୨୦୧୬ ଡିସେମ୍ବର ୫ ତାରିଖ ରାତି ୧୧ଟା ୩୦ରେ ହୋଇଥିଲା। କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଡିସେମ୍ବର ୪ ତାରିଖ ଅପରାହ୍ଣ ୩ଟାରୁ ୩ଟା ୫୦ ମଧ୍ୟରେ ଜଳଲଳିତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ମୃତ୍ୟୁ ଘୋଷଣା ବିଳମ୍ବ କରାଯାଇଥିଲା। ମୃତ୍ୟୁ ସମୟକୁ ଏପଟସେପଟ କରିବା ପାଇଁ ଷ୍ଟର୍ଣ୍ଣୋଟୋମି ଓ ସିପିଆର୍ ଆଦି କରାଯାଇଥିଲା। ଉକ୍ତ ରିପୋର୍ଟକୁ କମିସନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ଗତ ଅଗଷ୍ଟରେ ହସ୍ତାନ୍ତର କରିଥିଲେ। ଜଳଲଳିତାଙ୍କ ମୃତ୍ୟୁପରେ ତତ୍କାଳୀନ ଏଆଇଡିଏମ୍‌କେ ସରକାରଙ୍କ ଦ୍ୱାରା ଏହି କମିସନ ଗଠନ କରାଯାଇଥିଲା।

Related story