କରୋନାରୁ ବର୍ତ୍ତିବା ପାଇଁ ଏଣିକି ଗୋଟିଏ ନୁହେଁ ଦୁଇଟି ମାସ୍କ ଜରୁରୀ!

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ ଉଗ୍ର ରୂପ ଧାରଣ କରିଛି। ସଂକ୍ରମିତଙ୍କ ସଂଖ୍ୟା ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। କରୋନାର ନୂଆ ରୂପରୁ ବର୍ତ୍ତିବା ପାଇଁ ମାସ୍କ ଓ ସାମାଜିକ ଦୂରତା ହିଁ ଏକାମତ୍ର ଅସ୍ତ୍ର ବୋଲି କୁହାଯାଉଛି। ଲୋକଙ୍କୁ ସଚେତନ କରିବା ପାଇଁ ପୁଲିସ୍‌ ପ୍ରଶାସନ ମାସ୍କ ଚେକିଂ କରୁଛି। ଏସବୁ ଭିତରେ ବିଶେଷଜ୍ଞମାନେ କରୋନାରୁ ବର୍ତ୍ତିବା ପାଇଁ ନୂଆ ଫର୍ମୁଲା ଦେଇଛନ୍ତି। ଜନଗହଳୀ ପୂର୍ଣ୍ଣ ସ୍ଥାନରେ କରୋନା ଭାଇରସ୍‌ରୁ ବର୍ତ୍ତିବାକୁ […]

Double-Masks

Hemant Lenka
  • Published: Tuesday, 13 April 2021
  • , Updated: 13 April 2021, 05:14 PM IST

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ ଉଗ୍ର ରୂପ ଧାରଣ କରିଛି। ସଂକ୍ରମିତଙ୍କ ସଂଖ୍ୟା ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। କରୋନାର ନୂଆ ରୂପରୁ ବର୍ତ୍ତିବା ପାଇଁ ମାସ୍କ ଓ ସାମାଜିକ ଦୂରତା ହିଁ ଏକାମତ୍ର ଅସ୍ତ୍ର ବୋଲି କୁହାଯାଉଛି। ଲୋକଙ୍କୁ ସଚେତନ କରିବା ପାଇଁ ପୁଲିସ୍‌ ପ୍ରଶାସନ ମାସ୍କ ଚେକିଂ କରୁଛି।

ଏସବୁ ଭିତରେ ବିଶେଷଜ୍ଞମାନେ କରୋନାରୁ ବର୍ତ୍ତିବା ପାଇଁ ନୂଆ ଫର୍ମୁଲା ଦେଇଛନ୍ତି। ଜନଗହଳୀ ପୂର୍ଣ୍ଣ ସ୍ଥାନରେ କରୋନା ଭାଇରସ୍‌ରୁ ବର୍ତ୍ତିବାକୁ ହେଲେ ଲୋକଙ୍କୁ ଡବଲ୍‌ ମାସ୍କ ପିନ୍ଧିବାକୁ ପଡ଼ିବ। ଦିଲ୍ଲୀର ମାକ୍ସ ସକେତ ହସ୍ପିଟାଲର ଡାକ୍ତର ରୋମେଲ ଟିକୋ କହିଛନ୍ତି, ଜଣେ ଗୋଟିଏ ସର୍ଜିକାଲ ମାସ୍କ ସହ କପଡ଼ା ତିଆରି ମାସ୍କ ପିନ୍ଧିପାରିବେ। ଦୁଇଟି କପଡ଼ା ମାସ୍କ ମଧ୍ୟ ପିନ୍ଧିଲେ ବି ଚଳିବ। ତେବେ ଏନ ୯୫ ମାସ୍କ ପିନ୍ଧୁଥିବା ଲୋକଙ୍କ ପାଇଁ ଡବଲ୍‌ ମାସ୍କର ଆବଶ୍ୟକ ନାହିଁ।

ଏନ ୯୫ ମାସ୍କ କରୋନା ଭାଇରସକୁ ଏକାକୀ ରୋକିବାକୁ ସକ୍ଷମ। ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହୋଇପାରୁ ନଥିବା ସ୍ଥାନକୁ କିମ୍ବା ବଜାରକୁ ଯାଉଥିବା ଲୋକମାନେ ଡବଲ ମାସ୍କ ପିନ୍ଧିଲେ ଭଲ। ଏହାଦ୍ୱାରା କରୋନା ଭାଇରସ ଆଉ ଶରୀର ଭିତରେ ପ୍ରବେଶ କରିପାରିବ ନାହିଁ।

ଅଧିକାଂଶ ମାସ୍କ ଜଣେ ବ୍ୟକ୍ତିଙ୍କ ମୁହଁକୁ ଠିକ୍‌ ଭାବେ ଫିଟ୍‌ ହୁଏ ନାହିଁ। ତେଣୁ ଡବଲ ମାସ୍କ ପିନ୍ଧିବା ଦ୍ୱାରା ନିଃଶ୍ୱାସ ନେବା ବେଳେ  ଡ୍ରପଲେଟ୍‌ ଦ୍ୱାରା ସଂକ୍ରମଣ ହେବାର ଚାନ୍ସ ବହୁତ କମ ରହିଥାଏ ବୋଲି ସେ କହିଛନ୍ତି। କେବଳ ଡା ଟିକୋ ନୁହନ୍ତି, କରୋନା ଭାଇରସର ନୂଆ ରୂପରୁ ବର୍ତ୍ତିବା ପାଇଁ ଡବଲ ମାସ୍କ ପିନ୍ଧିବା ଠିକ୍‌ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି।

ବିଶେଷଜ୍ଞ ମତରେ ଯଦି ଜଣେ ବ୍ୟକ୍ତି ଦୁଇଟି ଡିସପୋଜେବୁଲ ମାସ୍କ ପିନ୍ଧି ଜନଗହଳୀ ପୂର୍ଣ୍ଣ ସ୍ଥାନକୁ ଯାଉଛନ୍ତି, ତା’ହେଲେ ଏହା କୌଣସି ଲାଭ ଦେବନାହିଁ। ତେଣୁ ସର୍ଜିକାଲ ମାସ୍କ ଉପରେ କପଡ଼ା ମାସ୍କ ପିନ୍ଧିବା ଭଲ। ସିଡିସି ପକ୍ଷରୁ ବିଭିନ୍ନ ପରୀକ୍ଷା କରାଯିବା ପରେ ଡବଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଡାକ୍ତର ରବୀନ୍ଦ୍ର ମେହେତା କହିଛନ୍ତି, ଡବଲ ମାସ୍କ ଯେ ସୁରକ୍ଷିତ ଏହାର କୌଣସି ବୈଜ୍ଞାନିକ କାରଣ ମିଳିନାହିଁ। ଏନ ୯୫ ମାସ୍କ କିମ୍ବା ଟ୍ରିପଲ ଲେୟାର କପଡ଼ା ମାସ୍କକୁ ଠିକ୍‌ ଭାବେ ପିନ୍ଧିଲେ, ଏହା କରୋନାରୁ ରକ୍ଷା କରିପାରିବ। ଆମକୁ ଏହା ଉପରେ ଅଧିକ ଫୋକ୍ସ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Related story