ବଢ଼ୁଛି ସଂକ୍ରମଣ, ରାଜଧାନୀକୁ ଫେରିଲା ସପ୍ତାହାନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନାର ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ ହୋଇଛି। ଏହି କାରଣରୁ ରାଜଧାନୀ ଦିଲ୍ଲୀକୁ ସପ୍ତାହାନ୍ତ କର୍ଫ୍ୟୁ ଫେରିଛି। ଦିଲ୍ଲୀରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ବଢ଼ୁଥିବାରୁ ଏହା ଉପରେ ରୋକ ଲଗାଇବାକୁ ଆଜି ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ଅନୁଯାୟୀ, ଦିଲ୍ଲୀରେ ଏଣିକି ଶୁକ୍ରବାର ରାତି ୧୦ଟାରୁ କର୍ଫ୍ୟୁ ବା ଶଟଡାଉନ ଲାଗୁ ହେବ। ଏହା ସୋମାବାର ଭୋର ୫ଟା ଯାଏ ବଳବତ୍ତର ରହିବ। ଶଟଡାଉନ ସମୟରେ କେବଳ ଜରୁରୀ ସେବାକୁ […]

curfew

Hemant Lenka
  • Published: Tuesday, 04 January 2022
  • , Updated: 04 January 2022, 02:08 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ ହୋଇଛି। ଏହି କାରଣରୁ ରାଜଧାନୀ ଦିଲ୍ଲୀକୁ ସପ୍ତାହାନ୍ତ କର୍ଫ୍ୟୁ ଫେରିଛି। ଦିଲ୍ଲୀରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ବଢ଼ୁଥିବାରୁ ଏହା ଉପରେ ରୋକ ଲଗାଇବାକୁ ଆଜି ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି।

ଗାଇଡଲାଇନ ଅନୁଯାୟୀ, ଦିଲ୍ଲୀରେ ଏଣିକି ଶୁକ୍ରବାର ରାତି ୧୦ଟାରୁ କର୍ଫ୍ୟୁ ବା ଶଟଡାଉନ ଲାଗୁ ହେବ। ଏହା ସୋମାବାର ଭୋର ୫ଟା ଯାଏ ବଳବତ୍ତର ରହିବ। ଶଟଡାଉନ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ, ଆଉ କିଛି ବି କାର୍ଯ୍ୟକ୍ଷମ ହେବନି।

ଏହାବାଦ ଗାଇଡଲାଇନରେ ସମସ୍ତ ସରକାର ଅଫିସର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି। କେବଳ ଜରୁରୀ ସେବା ପାଇଁ ଉପଲବ୍ଧ ଥିବା ସରକାରୀ ଅଫିସର କର୍ମଚାରୀମାନେ ଅଫିସ ଆସିପାରିବେ।

ସେହିପରି ଘରୋଇ ଅଫିସ ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ବାକି ୫୦% କର୍ମଚାରୀ ଘରେ ରହି କାମ କରିବେ। ପୂର୍ବରୁ ଦିଲ୍ଲୀ ସରକାର ନାଇଟ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ଲାଗୁ କରିଥିଲେ। ଏବେ ଦିଲ୍ଲୀରେ ସମସ୍ତ ପ୍ରକାରର ଭିଡ଼ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି। ଏହା ସତ୍ତ୍ୱେ ସଂକ୍ରମଣର ଗ୍ରାଫ ଉପର ମୁହାଁ ହେଉଥିବାରୁ ସରକାର କର୍ଫ୍ୟୁ ଲଗାଇବାକୁ ବାଧ୍ୟ ହୋଇଛନ୍ତି।

କର୍ଫ୍ୟୁ ଓ କଟକଣା ଲାଗୁ ହୋଇଥିଲେ ମଧ୍ୟ ଦିଲ୍ଲୀ ସରକାର ଲୋକଙ୍କୁ ଆତଙ୍କିତ ନ ହେବାକୁ କହିଛନ୍ତି। କାରଣ ମେଟ୍ରୋ ଓ ବସ ସେବା ଶତପ୍ରତିଶତ କ୍ଷମତାରେ ଚାଲିବ। ତେବେ ଏଠାରେ କଠୋର କୋଭିଡ କଟକଣା ଯଥା ମାସ୍କ ଓ ସାମାଜିକ ଦୂରତା ନିୟମକୁ ପାଳନ କରାଯିବ।

ଦିଲ୍ଲୀରେ ବର୍ତ୍ତମାନ ଦୈନିକ ପଜିଟିଭିଟି ରେଟ୍‌ ୬.୪% ରହିଛି। ଏଥିସହ ଓମିକ୍ରନ ଜନିତ ସଂକ୍ରମଣ ମଧ୍ୟ ବଢ଼ୁଛି। ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Related story