କାହିଁକି ହ୍ୱାଟସ୍‌ଆପ୍‌ ଡାଉନ୍‌ ହେଲା କୁହ ? ଜବାବ ମାଗିଲା ଆଇଟି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍‌ଆପ୍‌ ଡାଉନ୍‌ ହେବାର ସ୍ପଷ୍ଟୀକରଣ ମାଗିଛି ଭାରତ। ହ୍ୱାଟସ୍‌ଆପର ମାଲିକାନା ମେଟା କମ୍ପାନୀକୁ କୈଫୟତ ମାଗିଛି ଭାରତର ଆଇଟି ମନ୍ତ୍ରଣାଳୟ।  ଆଇଟି ମନ୍ତ୍ରଣାଳାୟ କମ୍ପାନୀକୁ ହ୍ୱାଟସ୍‌ଆପ ବନ୍ଦ ହେବାର କାରଣ ମାଗିଛି। ଗତକାଲି ପାଖାପାଖି ୨ ଘଣ୍ଟା ଧରି ଏହି ସୋଶାଲ ମିଡିଆ ଅଚଳ ହୋଇଥିଲା। ଦିନ ୧୨ଟା ୩୦ରୁ ୨ଟା ୨୦ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍‌ ଡାଉନ୍ ଥିଲା। ଅପରାହ୍ଣରେ ଭାରତର ବିଭିନ୍ନ ସ୍ଥାନରେ ହ୍ୱାଟ୍ସଆପ୍‌ କାମ କରୁ ନଥିବା ସୂଚନା ମିଳିଥିଲା। ଏନେଇ ୟୁଜର୍ସମାନେ ଅଭିଯୋଗ କରିଥିଲେ। […]

rail

  • Published: Wednesday, 26 October 2022
  • , Updated: 26 October 2022, 09:51 PM IST

ନୂଆଦିଲ୍ଲୀ: ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍‌ଆପ୍‌ ଡାଉନ୍‌ ହେବାର ସ୍ପଷ୍ଟୀକରଣ ମାଗିଛି ଭାରତ। ହ୍ୱାଟସ୍‌ଆପର ମାଲିକାନା ମେଟା କମ୍ପାନୀକୁ କୈଫୟତ ମାଗିଛି ଭାରତର ଆଇଟି ମନ୍ତ୍ରଣାଳୟ।  ଆଇଟି ମନ୍ତ୍ରଣାଳାୟ କମ୍ପାନୀକୁ ହ୍ୱାଟସ୍‌ଆପ ବନ୍ଦ ହେବାର କାରଣ ମାଗିଛି। ଗତକାଲି ପାଖାପାଖି ୨ ଘଣ୍ଟା ଧରି ଏହି ସୋଶାଲ ମିଡିଆ ଅଚଳ ହୋଇଥିଲା। ଦିନ ୧୨ଟା ୩୦ରୁ ୨ଟା ୨୦ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍‌ ଡାଉନ୍ ଥିଲା। ଅପରାହ୍ଣରେ ଭାରତର ବିଭିନ୍ନ ସ୍ଥାନରେ ହ୍ୱାଟ୍ସଆପ୍‌ କାମ କରୁ ନଥିବା ସୂଚନା ମିଳିଥିଲା। ଏନେଇ ୟୁଜର୍ସମାନେ ଅଭିଯୋଗ କରିଥିଲେ।

ୟୁଜର୍ସମାନେ WhatsApp ରେ କୌଣସି ମେସେଜ୍‌ ପଠାଇଲେ ଏହା ଅନ୍ୟ ୟୁଜର୍ସଙ୍କ ପାଖରେ ପହଞ୍ଚି ପାରୁନଥିଲା। ୩୦ ମିନିଟ୍‌ରୁ ଅଧିକ ସମୟ ହେବ ଏଭଳି ଅସୁବିଧା ଦେଖା ଦେଇଥିଲା। ହ୍ୱାଟ୍ସଆପ୍‌ ଡାଉନ୍‌ ଯୋଗୁ ଟେକ୍ସଟ, ଭଏସ୍ ଓ ଭିଡିଓ ମେସେଜ୍ ଇତ୍ୟାଦି ଯାଉ ନଥିଲା।

ଫଳରେ ଏହାଦ୍ୱାରା ୟୁଜର୍ସମାନେ ପ୍ରଭାବିତ ହୋଇଥିଲେ। ପ୍ରାୟ ୬୯% ୟୁଜର୍ସ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିଲେ। ଖାଲି ଭାରତ ନୁହେଁ ଇଟାଲୀ ଓ ତୁର୍କୀରେ ରହୁଥିବା ଲୋକ ମଧ୍ୟ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅନ୍ୟପକ୍ଷେ, WhatsApp ଡାଉନ୍ ନେଇ ମେଟା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁ ସମସ୍ୟା ଉପୁଜିଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା।

Related story