କିଏ ସେହି ମଲାଲାଙ୍କ ସୁଖ ଦୁଃଖର ସାଥୀ

ନୂଆଦିଲ୍ଲୀ: ନାରୀ ଶିକ୍ଷାର ନାୟିକାଙ୍କୁ ମିଳିଛି ମନର ମିଣିଷ। ସାଥୀ ପାଇଛନ୍ତି ୨୪ ବର୍ଷୀୟ ମଲାଲା । ଝିଅମାନଙ୍କ ଶିକ୍ଷା ଅଧିକାର ପାଇଁ ସଂଘର୍ଷ କରି ନୋବେଲ ପୁରସ୍କାରେ ଭୂଷିତ ହୋଇଥିବା ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏ କଥାକୁ ସେ ନିଜ ସୋଶାଲ ମିଡିଆରେ ଘୋଷଣା କରି ତାଙ୍କ ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି । ସେ ତାଙ୍କ ଆକାଉଣ୍ଟରେ ନିଜ ଜୀବନ ସାଥୀ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଲଣ୍ଡନର […]

689

Tapas Behera
  • Published: Wednesday, 10 November 2021
  • , Updated: 10 November 2021, 04:55 PM IST

ନୂଆଦିଲ୍ଲୀ: ନାରୀ ଶିକ୍ଷାର ନାୟିକାଙ୍କୁ ମିଳିଛି ମନର ମିଣିଷ। ସାଥୀ ପାଇଛନ୍ତି ୨୪ ବର୍ଷୀୟ ମଲାଲା । ଝିଅମାନଙ୍କ ଶିକ୍ଷା ଅଧିକାର ପାଇଁ ସଂଘର୍ଷ କରି ନୋବେଲ ପୁରସ୍କାରେ ଭୂଷିତ ହୋଇଥିବା ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏ କଥାକୁ ସେ ନିଜ ସୋଶାଲ ମିଡିଆରେ ଘୋଷଣା କରି ତାଙ୍କ ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି । ସେ ତାଙ୍କ ଆକାଉଣ୍ଟରେ ନିଜ ଜୀବନ ସାଥୀ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଲଣ୍ଡନର ବର୍ମିଂହାମ ଠାରେ ଅନୁଷ୍ଠିତ ସମାରୋହର ବିଶେଷ ମୂହୁର୍ତ୍ତକୁ  ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଅସର ମଲ୍ଲିକଙ୍କ ସହ ତାଙ୍କର ବିବାହ ହୋଇଥିବା ମାଲାଲା ପ୍ରକାଶ କରିଛନ୍ତି।

ଅସର ମଲ୍ଲିକ କିଏ

ମଲାଲାଙ୍କ ଲାଇଫ ପାର୍ଟନର ସାଜିଥିବା ଅସର ମଲ୍ଲିକ ହେଉଛନ୍ତି ଜଣେ ଉଦ୍ୟୋଗୀ।  ଏଥିସହ ଅସର ପାକିସ୍ତାନ କ୍ରିକେଟ ବୋର୍ଡ଼(ପିସିବି) ହାଇ ପରଫରମାନ୍ସ ପାଇଁ ଜେନେରାଲ ମ୍ୟାନେଜର ଅଛନ୍ତି। ଏହି ପରିଚୟ ତାଙ୍କ ଲିଙ୍କଡିନ୍‌ ପ୍ରୋଫାଇଲରୁ ଜଣାପଡ଼ିଛି । ସ୍ପୋର୍ଷ ଇଣ୍ଡଷ୍ଟ୍ରି ସହ ଅସରଙ୍କ ସମ୍ପର୍କ ବେଶ ନିବିଡ଼। ବିଶେଷ କରି କ୍ରିକେଟ ପାଇଁ ଉତ୍ସର୍ଗୀକୃତ  ଅସର ପାକିସ୍ତାନ ଖେଲାଳିଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରୁଛନ୍ତି। ପାକିସ୍ତାନର ଟି-ଟ୍ୱେଣ୍ଟି ଫ୍ରାଞ୍ଚାଇଜ୍‌ ଟିମ୍‌ ‘ମୁଲତାନ୍‌ ସୂଲତାନ୍‌’ ପାଇଁ ଅସର ମଲ୍ଲିକ କାମ କରୁଛନ୍ତି। ୨୦୨୦ରେ ପିସିବିରେ ଯୋଗ ଦେଇଥିଲେ ଅସର।  ଅସଲ ମଲିକ ତାଙ୍କ ସ୍କୁଲ ଶିକ୍ଷା ଲାହୋରର Atchinson Collegeରେ ସାରିଛନ୍ତି। ସେହିପରି ଅସର ଲାହୋର ୟୁନିଭର୍ସିଟି ଅଫ ମ୍ୟାନେଜମେଣ୍ଟ ସାଇନ୍ସିସେସରେ ଅସର  ସ୍ନାତକ ଅଧ୍ୟୟନ କରିଛନ୍ତି। ଉଭୟ ମଲାଲା ଏବଂ ତାଙ୍କ ସ୍ୱାମୀ ସୋଶାଲ ମିଡିଆରେ ନିକାହ ବେଳର ଫଟୋ ସେୟାର କରିଛନ୍ତି । ମଲାଲା ଲେଖିଛନ୍ତି ଯେ, “ଆଜିର ଦିନଟି ତାଙ୍କ ପାଇଁ ଖୁବ୍‌ ସ୍ୱତନ୍ତ୍ର। ବର୍ମିଂହାମରେ ପରିବାର ସହ ଏକ ଛୋଟିଆ ନିକାହ ଉତ୍ସବରେ ଏକାଠି ହୋଇଥିଲୁ। ଆମ ପାଇଁ ପ୍ରାର୍ଥନା କରନ୍ତୁ। ଆମେ ଦୁହେଁ ଏକାଠି ସାଥୀ ହୋଇ ଚାଲିବାକୁ ବେଶ ଉତ୍ସାହିତ।”
https://twitter.com/Malala/status/1458128016157052938?s=20

ମଲାଲା

ମଲାଲା ୟୁସୁଫଜାଇ ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିଲେ। ମହିଳା ଶିକ୍ଷା ଅଧିକାର ପାଇଁ ପ୍ରଚାର କରୁଥିବା ମଲାଲାଙ୍କୁ ୨୦୧୨ରେ ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏହି ସମୟରେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିଲା। ଗୁଳି ତାଙ୍କ ମୁଣ୍ଡରେ ବାଜିଥିବାରୁ ତାଙ୍କୁ ବ୍ରିଟେନର ବର୍ହିଂହାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଦୀର୍ଘ ୨ ବର୍ଷର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଶେଷରେ ୨୦୧୪ରେ ସେ ବର୍ହିଂହାମରେ ନିଜ ପରିବାର ଲୋକଙ୍କ ସହ ନୂଆ ଘରେ ରହିବା ଆରମ୍ଭ କରିଥିଲେ। ବାପାଙ୍କ ସହାୟତାରେ ସେଠାରେ ସେ ‘ମଲାଲା ଫଣ୍ଡ’ ନାଁରେ ଗୋଟିଏ ଚାରିଟୀ ଗଠନ କରିଛନ୍ତି। ମହିଳା ଓ ଝିଅଙ୍କ ସ୍ୱପ୍ନକୁ ପୂରା କରିବା ହିଁ ଏହି ସଂସ୍ଥାର ଲକ୍ଷ୍ୟ।

ମଲାଲାଙ୍କ ନିର୍ଭୀକତା ଓ ଲଢ଼େଇକୁ ସମ୍ମାନ ଜଣାଇ ୨୦୧୪ ଡିସେମ୍ବର ମାସରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଫିଲୋସଫି, ରାଜନୀତି ଓ ଅର୍ଥନୀତିରେ ଅଧ୍ୟୟନ କରିଛନ୍ତି। ୨୦୨୦ରେ ସେ ସେଠାରୁ ଗ୍ରାଜ୍ୟୁଏଟ ହୋଇଥିଲେ।

Related story