ଆର୍ଯ୍ୟନ୍‌ଙ୍କୁ ବେଲ୍‌ରେ ମୁକୁଳେଇଥିବା ମୁକୁଲ ରୋହତଗୀ କିଏ ?

ମୁମ୍ବାଇ: ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୁଜ୍‌ ଡ୍ରଗସ୍‌ ମାମଲାରେ ଜାମିନ୍‌ ପାଇଛନ୍ତି ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌।  ଡ୍ରଗସ କାରବାରରେ ଗିରଫ ହୋଇ ଦୀର୍ଘ ୨୬ ଦିନ ଧରି ଜେଲରେ ରହିବା ପରେ ଆଜି ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି।  ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ମୁକୁଲ ରୋହତଗୀ ତାଙ୍କ ମାମଲା ପରିଚାନା କରୁଥିବା ବେଳେ ବଳିଷ୍ଠ ଯୁକ୍ତି ବଳରେ ଆର୍ଯ୍ୟନ୍‌ ବେଲ ପାଇଛନ୍ତି। ସୁପ୍ରିମକୋର୍ଟର ଜଣେ ଜଣାଶୁଣା ଓକିଲଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି […]

aryan11

Tapas Behera
  • Published: Thursday, 28 October 2021
  • , Updated: 28 October 2021, 06:21 PM IST

ମୁମ୍ବାଇ: ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୁଜ୍‌ ଡ୍ରଗସ୍‌ ମାମଲାରେ ଜାମିନ୍‌ ପାଇଛନ୍ତି ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌।  ଡ୍ରଗସ କାରବାରରେ ଗିରଫ ହୋଇ ଦୀର୍ଘ ୨୬ ଦିନ ଧରି ଜେଲରେ ରହିବା ପରେ ଆଜି ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି।  ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ମୁକୁଲ ରୋହତଗୀ ତାଙ୍କ ମାମଲା ପରିଚାନା କରୁଥିବା ବେଳେ ବଳିଷ୍ଠ ଯୁକ୍ତି ବଳରେ ଆର୍ଯ୍ୟନ୍‌ ବେଲ ପାଇଛନ୍ତି। ସୁପ୍ରିମକୋର୍ଟର ଜଣେ ଜଣାଶୁଣା ଓକିଲଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ମୁକୁଲ ରୋହତଗୀ ।

ଆର୍ଯ୍ୟନ୍ ଖାନ୍‌ଙ୍କ କେସ ଲଢ଼ୁଥିବା ଏହି ଓକିଲ ହେଉଛନ୍ତି ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ। ସୁପ୍ରିମକୋର୍ଟର ସିନିଅର ଓକିଲ କେ.କେ. ଭେନି ଗୋପାଲଙ୍କ ପରେ ଆଟର୍ଣ୍ଣି ଜେନେରାଲ ପଦ ପାଇଥିଲେ ମୁକୁଲ ରୋହତଗୀ । ୬୬ ବର୍ଷୀୟ ଏହି ଓକିଲ ପୂର୍ବରୁ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ମଧ୍ୟ ଥିଲେ। ବହୁ ନାମିଦାମି କେସ୍‌ ଲଢ଼ିଥିବା  ମୁକୁଲ ଗୁଜରାଟ ସରକାରଙ୍କ ପକ୍ଷରୁ ୨୦୦୨ ଗୋଧ୍ରା ଦଙ୍ଗା ମାମଲା ମଧ୍ୟ ପରିଚାଳନା କରିଥିଲେ । ସିବିଆଇ ସ୍ପେସିଆଲ ଜଜ୍‌ ବିଏଚ ଲୋୟାଙ୍କ ମାମଲା ଲଢ଼ିଥିବା ମୁକୁଲଙ୍କ ଫି ଥିଲା  ୧ କୋଟି ୨୦ ଲକ୍ଷ ଟଙ୍କା।

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଲୋୟାଙ୍କ ମୃତ୍ୟୁ ପ୍ରମାଣ ପାଇଁ ଲଢ଼ିଥିଲେ ମୁକୁଲ। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ବନ୍ଧୁ ହେଉଛନ୍ତି ମୁକୁଲ। ୧୯୯୩ରେ ଦିଲ୍ଲୀ ହାଇକୋର୍ଟ ଦ୍ୱାରା  ରୋହତଗୀ  ସିନିଅର ଓକିଲ ଭାବେ ମାନ୍ୟତା ପାଇଥିଲେ। ୧୯୯୯ରେ ସେ ଆଡ଼ିସନାଲ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ।

ସୋମବାର ମୁକୁଲ ରୋହତଗୀ ମୁମ୍ବାଇରେ ଲ୍ୟାଣ୍ଡି କରିବା ପରେ ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କ ପାଇଁ ଲଢ଼ିଥିଲେ। ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ଲିଗାଲ ଟିମ୍‌ରେ ନୂଆ ଚେହେରା ଭାବେ ଯୋଡ଼ି ହୋଇଛନ୍ତି ଏହି ହାଇ ପ୍ରୋଫାଇଲ ଓକିଲ । ପୂର୍ବରୁ ଆର୍ଯ୍ୟନ୍‌ଙ୍କ ପାଇଁ ସତୀଶ ମନଷିନ୍ଧେ ଓ ଅମିତ୍‌ ଦେଶାଇ ଲଢ଼ୁଥିଲେ। ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଥିଲା। ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ଧରାପଡ଼ିଥିଲେ।

Related story