କୋର୍ଟ କହିଲେ ଡ୍ରଗସ୍‌ ଛାଡ଼ି ନ ପାରନ୍ତି ଆର୍ଯ୍ୟନ୍ ! ତେଣୁ...

ମୁମ୍ବାଇ: ଆର୍ଯ୍ୟନ୍ ଖାନଙ୍କ ହ୍ୱାଟସ୍‌ଆପ ଚାର୍ଟରୁ ଅନେକ ଗୁମର ଫିଟିଛି। ସେ ନିୟମିତ ଭବେ ବେଆଇ ଡ୍ରଗସ୍‌  କାରବାରେ ଲିପ୍ତ ଥିଲେ। ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ବୁଧବାର ଏକଥା କହିଛନ୍ତି। ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଖାରଜ କରି କୋର୍ଟ ଏକଥା କହିଛନ୍ତି। ବିଚାରପତି ଭି.ଭି ପାଟିଲ ତାଙ୍କ ରାୟରେ କହିଛନ୍ତି, ହ୍ୱାଟ୍ସଆପ୍ ଚାର୍ଟରୁ ମିଳିଥିବା ପ୍ରାଇମା ଫେସି(ପ୍ରାଥମିକ ତଦନ୍ତ) ହିଁ ଦର୍ଶାଉଛି ଯେ, ଅଭିଯୁକ୍ତ ଆର୍ଯ୍ୟନ୍ ଖାନ ନିୟମିତ ଭାବେ ନିଶା ଦ୍ରବ୍ୟ କାରବାରରେ […]

Aryan khan

Tapas Behera
  • Published: Wednesday, 20 October 2021
  • , Updated: 20 October 2021, 09:00 PM IST

ମୁମ୍ବାଇ: ଆର୍ଯ୍ୟନ୍ ଖାନଙ୍କ ହ୍ୱାଟସ୍‌ଆପ ଚାର୍ଟରୁ ଅନେକ ଗୁମର ଫିଟିଛି। ସେ ନିୟମିତ ଭବେ ବେଆଇ ଡ୍ରଗସ୍‌  କାରବାରେ ଲିପ୍ତ ଥିଲେ। ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ବୁଧବାର ଏକଥା କହିଛନ୍ତି। ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଖାରଜ କରି କୋର୍ଟ ଏକଥା କହିଛନ୍ତି। ବିଚାରପତି ଭି.ଭି ପାଟିଲ ତାଙ୍କ ରାୟରେ କହିଛନ୍ତି, ହ୍ୱାଟ୍ସଆପ୍ ଚାର୍ଟରୁ ମିଳିଥିବା ପ୍ରାଇମା ଫେସି(ପ୍ରାଥମିକ ତଦନ୍ତ) ହିଁ ଦର୍ଶାଉଛି ଯେ, ଅଭିଯୁକ୍ତ ଆର୍ଯ୍ୟନ୍ ଖାନ ନିୟମିତ ଭାବେ ନିଶା ଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିଲେ। ତେଣୁ ବେଲ୍‌ ମିଳିଲେ ଆର୍ଯ୍ୟନ ସେହି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ନରହିବେ ବୋଲି କହି ହେବ ନାହିଁ।

କୋର୍ଟ କହିଛନ୍ତି ଯେ ଯଦିଓ ଆର୍ଯ୍ୟ ଖାନଙ୍କଠାରୁ କିଛି ମିଳିନାହିଁ, ତଥାପି ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ଜୋତାରେ ୬ ଗ୍ରାମ ଚରସ  ଲୁଚାଯାଥିଲା। ଏଥିରୁ ଜଣାପଡୁଛି ଆର୍ଯ୍ୟ ଖାନ ଏ ବିଷୟରେ ଅବଗତ ଥିଲେ।  ଏହି ମାମଲାରେ ଡ୍ରଗସ୍‌ କାରବାରର ମିଳିତ ଷଡଯନ୍ତ୍ର ରହିଛି ବୋଲି କୋର୍ଟ କହିଛନ୍ତି। ଆଜି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଯାଇଛି ।

ଫଳରେ ଆର୍ଯ୍ୟନ ପୁଣି ଜେଲରେ ରହିବା ନିଶ୍ଚିତ ହୋଇଯାଇଛି । ଆଜି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଆର୍ଯ୍ୟନ୍‌ଙ୍କ ସମେତ ଆଉ ଦୁଇଜଣଙ୍କ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ଖାରଜ କରାଯାଇଛି। ଆର୍ଯ୍ୟନଙ୍କୁ ଜାମିନ ଦେବାକୁ ଓକିଲ ସତୀଶ ମନସିନ୍ଧେ ଓ ଅମିତ ଦେଶାଇ ଯୁକ୍ତି ରଖିଥିଲେ ବି କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ ।

Related story