ଦାଉଦ୍‌ ଇବ୍ରାହିମ୍‌ ଘରେ ଖୋଲିବ ସନାତନ ସ୍କୁଲ , ଜାଣନ୍ତୁ କିଏ ଖୋଲିବ  

ମୁମ୍ବାଇ: ଡନ୍‌ ଘରେ ଚାଲିବ ପାଠପଢ଼ା। ସନାତନ ସ୍କୁଲରେ ପରିଣତ ହେବ କୁଖ୍ୟାତ୍‌ ଡନ୍‌  ଦାଉଦ୍‌ ଇବ୍ରାହିମର ଆଲିସାନ ବଙ୍ଗଳା। ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମର ଘର ଖୁବ୍‌ଶୀଘ୍ର ସ୍କୁଲର ରୂପ ନେଇ ପାଠପଢ଼ା ଯିବ।  ପଳାତକ ସାଜିଥିବା ଏହି ଅଣ୍ଡରୱାର୍ଲ୍ଡ ଡନ୍‌ର ଘରକୁ ନିଲାମରେ କିଣିଥିବା ଓକିଲ ଏହି ସୂଚନା ଦେଇଛନ୍ତି। ପିଲା ଦିନେ ଏହି ଘରେ ଅତିବାହିତ କରିଥିଲେ ଦାଉଦ୍‌ ଇବ୍ରାହିମ। ଫରେନ୍‌ ଏକସଚେଞ୍ଜ ମେନିପୁଲେଟର୍ସ ଆକ୍ଟ ଅନୁଯାୟୀ […]

dawood

Tapas Behera
  • Published: Tuesday, 12 October 2021
  • , Updated: 12 October 2021, 05:02 PM IST

ମୁମ୍ବାଇ: ଡନ୍‌ ଘରେ ଚାଲିବ ପାଠପଢ଼ା। ସନାତନ ସ୍କୁଲରେ ପରିଣତ ହେବ କୁଖ୍ୟାତ୍‌ ଡନ୍‌  ଦାଉଦ୍‌ ଇବ୍ରାହିମର ଆଲିସାନ ବଙ୍ଗଳା। ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମର ଘର ଖୁବ୍‌ଶୀଘ୍ର ସ୍କୁଲର ରୂପ ନେଇ ପାଠପଢ଼ା ଯିବ।  ପଳାତକ ସାଜିଥିବା ଏହି ଅଣ୍ଡରୱାର୍ଲ୍ଡ ଡନ୍‌ର ଘରକୁ ନିଲାମରେ କିଣିଥିବା ଓକିଲ ଏହି ସୂଚନା ଦେଇଛନ୍ତି। ପିଲା ଦିନେ ଏହି ଘରେ ଅତିବାହିତ କରିଥିଲେ ଦାଉଦ୍‌ ଇବ୍ରାହିମ। ଫରେନ୍‌ ଏକସଚେଞ୍ଜ ମେନିପୁଲେଟର୍ସ ଆକ୍ଟ ଅନୁଯାୟୀ ଦାଉଦ୍‌ଙ୍କ ସମ୍ପତ୍ତିକୁ ଗତବର୍ଷ ନିଲାମ କରାଯାଥିଲା। ଦାଉଦ୍‌ଙ୍କ ଘରକୁ ଜଣେ ଓକିଲ ଅଜୟ ଶ୍ରୀବାସ୍ତବ କିଣିଥିଲେ। ଏହି ଘର 11,20,000 ଟଙ୍କାରେ ନିଲାମ ହୋଇଥିଲା। ଏକ ମରାଠି ନ୍ୟୁଜ୍‌ ଚାନେଲକୁ ସାକ୍ଷାତକାର ଦେଇ ଶ୍ରୀବାସ୍ତବ ଏକଥା କହିଛନ୍ତି।

ସେ ଏହି ବଙ୍ଗଳାକୁ ସନାତନ ବିଦ୍ୟାଳୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେହେତୁ ଦାଉଦ୍‌ ଇବ୍ରାହିମ୍ ପାକିସ୍ତାନରେ ମାଦ୍ରାସାକୁ ପ୍ରୋତ୍ସାହିତ କରୁଛନ୍ତି ତେଣୁ ଏଠି ସନାତନ ପରମ୍ପରାକୁ ଉଜ୍ଜୀବିତ ହେବା ଉଚିତ ବୋଲି ସେ କହିଛନ୍ତି । ଏହି ଗ୍ୟାଙ୍ଗଷ୍ଟର ଅନ୍ୟ ଦୁଇଟି ସମ୍ପତ୍ତିକୁ ମଧ୍ୟ ସେ ନିଲାମରେ କିଣିଛନ୍ତି।  ୧୯୮୦ ମସିହାରେ ଦାଉଦ ଇବ୍ରାହିମ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ତାଙ୍କ ଘରେ ରହୁଥିଲେ। ତାଙ୍କର ଚାରି ଭଉଣୀଙ୍କ ମଧ୍ୟରୁ ଜଣେ ଏହି ଘରେ ରହୁଥିଲେ । କିନ୍ତୁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହେବାରୁ ଏହି ଘର ଫାଙ୍କା ରହିଥିଲା। ତାଙ୍କ ବାପା ଇବ୍ରାହିମ କାସକର ମୁମ୍ବାଇ ପୁଲିସରେ ଚାକିରି ପାଇବା ପରେ ତାଙ୍କ ପରିବାର ଲୋକେ ଏହି ଘରକୁ ଯିବା-ଆସିବା ବନ୍ଦ କରିଦେଇଥିଲେ।

୧୯୯୩ ମସିହାରେ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମ  ଭାରତର ପ୍ରମୁଖ ଆତଙ୍କବାଦୀ ଭାବେ ଉଭା ହୋଇଥିଲେ। ୨୦୦୩ରେ ଆମେରିକା ଦାଉଦ୍ ଇବ୍ରାହିମକୁ  ବିଶ୍ୱ ଆତଙ୍କବାଦୀଭାବେ ଘୋଷଣା କରିଥିଲା। ଗତ ବର୍ଷ ପାକିସ୍ତାନ ପ୍ରଥମଥର ପାଇଁ ନିଜ ମାଟିରେ ଦାଉଦ୍‌ର ଉପସ୍ଥିତି ନେଇ  ସ୍ୱୀକାର କରିଥିଲା ​​। ଦାଉଦ୍‌ବ୍ରାହିମ ସହ  ୮୮ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଏବଂ ସେମାନଙ୍କ ନେତାଙ୍କ ଉପରେ ଭାରତ ଗତ ବର୍ଷ କଟକଣା ଲାଗୁ କରିବା ପରେ ପାକିସ୍ତାନରେ ଦାଉଦ୍‌ ଥିବା ମାନିଥିଲା।  ଭାରତ ବାରମ୍ବାର ପାକିସ୍ତାନ ସରକାରଙ୍କୁ ଦାଉଦ୍‌ ଇବ୍ରାହିମଙ୍କୁ ହସ୍ତାନ୍ତର କରିବାକୁ କହିଆସୁଛି । କିନ୍ତୁ ପାକିସ୍ତାନ ଶୁଣୁ ନାହିଁ। ସୂଚନା ଅନୁଯାୟୀ, ଦାଉଦ୍ ଇବ୍ରାହିମ କରାଚିରେ ରହୁଥିବା ସୂଚନା ମିଳିଛି।

Related story