ମଝି ଆକାଶରେ ଫାଟିଲା ୱିଣ୍ଡସିଲ୍ଡ, ଦିଲ୍ଲୀରୁ ଗୌହାଟୀ ଯାଉଥିଲା ବିମାନ

ନୂଆଦିଲ୍ଲୀ:  ମଝି ଆକାଶରେ ଫାଟିଲା ଯାତ୍ରୀବାହୀ ବିମାନର ୱିଣ୍ଡସିଲ୍ଡ। ଦିଲ୍ଲୀରୁ ଗୌହାଟୀ ଯାଉଥିବା ଗୋ-ଫାଷ୍ଟ ଯାତ୍ରୀବାହୀ ବିମାନରେ ଏଭଳି ଦୁର୍ଘଟଣା ଘଟିଛି। ଫଳରେ ବିମାନଟିକୁ ଅଧାବାଟରୁ ଜୟପୁର ଡାଇଭର୍ଟ କରାଯାଇଛି। ଏନେଇ ଡିଜିସିଏ ସୂଚନା ଦେଇଛି। ସୂଚନା ମୁତାବକ ଦିଲ୍ଲୀ-ଗୌହାଟି ମଧ୍ୟରେ ଏକ ଗୋ-ଫାଷ୍ଟ ବିମାନ ୱାଣ୍ଡସିଲ୍ଡ ଜୋର୍‌ରେ ପବନ ବହିବା ଯୋଗୁ ଫାଟି ଯାଇଥିଲା। ଖରାପ ପାଣିପାଗ ଯୋଗୁ ବିମାନଟି ଦିଲ୍ଲୀ ଫେରିନି। ବିମାନଟିକୁ ସୁରକ୍ଷିତ ଭାବେ ଜୟପୁର ଡାଏଭର୍ଟ କରାଯାଇଛି। ବାରମ୍ବାର ବିମାନରେ ଯାନ୍ତ୍ରିକତ୍ରୁଟି […]

go-first Airline

Madhupriya Mistry
  • Published: Wednesday, 20 July 2022
  • , Updated: 20 July 2022, 06:17 PM IST

ନୂଆଦିଲ୍ଲୀ:  ମଝି ଆକାଶରେ ଫାଟିଲା ଯାତ୍ରୀବାହୀ ବିମାନର ୱିଣ୍ଡସିଲ୍ଡ। ଦିଲ୍ଲୀରୁ ଗୌହାଟୀ ଯାଉଥିବା ଗୋ-ଫାଷ୍ଟ ଯାତ୍ରୀବାହୀ ବିମାନରେ ଏଭଳି ଦୁର୍ଘଟଣା ଘଟିଛି। ଫଳରେ ବିମାନଟିକୁ ଅଧାବାଟରୁ ଜୟପୁର ଡାଇଭର୍ଟ କରାଯାଇଛି। ଏନେଇ ଡିଜିସିଏ ସୂଚନା ଦେଇଛି।

ସୂଚନା ମୁତାବକ ଦିଲ୍ଲୀ-ଗୌହାଟି ମଧ୍ୟରେ ଏକ ଗୋ-ଫାଷ୍ଟ ବିମାନ ୱାଣ୍ଡସିଲ୍ଡ ଜୋର୍‌ରେ ପବନ ବହିବା ଯୋଗୁ ଫାଟି ଯାଇଥିଲା। ଖରାପ ପାଣିପାଗ ଯୋଗୁ ବିମାନଟି ଦିଲ୍ଲୀ ଫେରିନି। ବିମାନଟିକୁ ସୁରକ୍ଷିତ ଭାବେ ଜୟପୁର ଡାଏଭର୍ଟ କରାଯାଇଛି। ବାରମ୍ବାର ବିମାନରେ ଯାନ୍ତ୍ରିକତ୍ରୁଟି ଥିବା ଖବର ସାମ୍ନାକୁ ଆସୁଛି ଏଭଳି ସ୍ଥିତି ବିମାନକୁ ଡାଏଭର୍ଟ କରିବାକୁ ପଡୁଛି।

ଏହା ପୂର୍ବରୁ ଗତକାଲି ମୁମ୍ବାଇ-ଲେହ ଯାଉଥିବା ଗୋ-ଫାଷ୍ଟ A320 ବିମାନକୁ ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଥିଲା। ବିମାନର ଇଞ୍ଜିନରେ ସମସ୍ୟା ଥିବାରୁ ଏହାକୁ ଦିଲ୍ଲୀ ବିମାନବନ୍ଦର ସ୍ଥାନାନ୍ତର କରାଯାଇଥିଲା। ସେହିପରି ଶ୍ରୀନଗର-ଦିଲ୍ଲୀ ଯାଉଥିବା ଗୋ-ଫାଷ୍ଟ ବିମାନରେ ବି ଇଞ୍ଜିନ ସମସ୍ୟା ଦେଖାଦେବାରୁ ଏହାକୁ ଫେରାଇ ଅଣାଯାଇଥିଲା। ଦୁଇଟି ଯାକ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଯାଇଥିଲା।

କେବଳ ଗୋ-ପାଷ୍ଟ ନୁହେଁ, ସ୍ପାଇସ୍‌ ଜେଟ୍ ଓ ଇଣ୍ଡିଗୋ ଭଳି ବିମାନରେ ଟେକ୍ନିକାଲ ସମସ୍ୟା ଦେଖାଦେଉଛି। ପ୍ରାୟ ଦେଢ଼ ମାସ ଭିତରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ୧୬ଟି ବିମାନ ପ୍ରଭାବିତ ହୋଇଛି। ଏମାନଙ୍କ ମଧ୍ୟରୁ କିଛି ବିମାନ ଗୁଡିକର ଜରୁରୀଅବତରଣ କରାଯାଇଛି ତ ଆଉ କିଛି ଲ୍ୟାଣ୍ଡିଂ କରିବା ପରେ ଉଡାଣ ଭରିପାରି ନାହିଁ।

ଦୁଇ ଦିନ ପୂର୍ବେ ସ୍ପାଇଜେଟ୍‌ର ଏକ ବିମାନ ଶାରଜାହରୁ ହାଇଦ୍ରାବାଦ ଆସୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗ ପାକିସ୍ତାନରେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା। ଏହି ଘଟଣାକୁ ନେଇ ସ୍ପାଇସଜେଟ୍‌ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଥିଲା। ତେବେ କୋର୍ଟ ଏହି ଆବେଦନର ଶୁଣାଣି କରିବାକୁ ମନା କରିଦେଇଥିଲେ।

ସେପଟେ ଏହି ଘଟଣାକୁ ନେଇ ସରକାର ମଧ୍ୟ ଆକ୍ଟିଭ ମୋଡକୁ ଆସିଯାଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ତିନି ଏୟାରଲାଇନ୍ସର ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି। ତେବେ ବାରମ୍ବାର ଏଭଳି ଘଟଣା ଘଟିବା ବିମାନ କମ୍ପାନୀ ଓ ପରିଚାଳନା ବ୍ୟବସ୍ଥାର ତ୍ରୁଟିକୁ ପଦାରେ ପକାଉଛି।

Related story