ପିଲାଙ୍କ ଆଗରେ ମାଡ଼ ମାରିବାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରୁ ଗୋଟିଏ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଦୈନିକ ପିଲାମାନଙ୍କ ଆଗରେ ତାଙ୍କ ପତ୍ନୀଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରୁଥିଲେ। ଏହି କାରଣରୁ ପତ୍ନୀ ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଦକ୍ଷିଣ ଦିଲ୍ଲୀର ଫତେପୁର ବେରି ସ୍ଥିତ ଘରେ ଏଭଳି କାଣ୍ଡ ଘଟାଇଥିବା ଜଣେ ୩୫ ବର୍ଷୀୟ ମହିଳାଙ୍କୁ ପୁଲିସ୍‌ ଗିରଫ କରିଛି। ନିଜ […]

husband

Hemant Lenka
  • Published: Tuesday, 23 February 2021
  • , Updated: 23 February 2021, 04:12 PM IST

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରୁ ଗୋଟିଏ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଦୈନିକ ପିଲାମାନଙ୍କ ଆଗରେ ତାଙ୍କ ପତ୍ନୀଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରୁଥିଲେ। ଏହି କାରଣରୁ ପତ୍ନୀ ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରିଛନ୍ତି।

ଦକ୍ଷିଣ ଦିଲ୍ଲୀର ଫତେପୁର ବେରି ସ୍ଥିତ ଘରେ ଏଭଳି କାଣ୍ଡ ଘଟାଇଥିବା ଜଣେ ୩୫ ବର୍ଷୀୟ ମହିଳାଙ୍କୁ ପୁଲିସ୍‌ ଗିରଫ କରିଛି। ନିଜ ଶାଢ଼ିରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ବେକ୍‌ ଚିପି ହତ୍ୟା କରିଥିବା ପୁଲିସ୍‌ କହିଛି।

ପୁଲିସ୍‌ କହିଛି ଯେ ମହିଳା ଜଣଙ୍କ ହେଉଛନ୍ତି ୩୫ ବର୍ଷୀୟ ସରିତା ଦେବୀ। ସେ ସିକନ୍ଦର ସାହନିଙ୍କୁ ବିବାହ କରିଥିଲେ। ବେଶ କିଛି ଦିନ ଧରି ସବୁ କିଛି ଠିକ ଠାକ ଚାଲିଥିଲା। ହେଲେ ସମୟ କ୍ରମେ ସିକନ୍ଦର କାମ ବନ୍ଦ କରି ସବୁ ବେଳେ ମଦ ପିଇବା ଆରମ୍ଭ କରିଥିଲେ। ମଦ ପିଇ ଘରକୁ ଆସିବା ପରେ ସେ ସରିତାଙ୍କୁ ପିଲାମାନଙ୍କ ଆଗରେ ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିଲେ।

ରବିବାର ଦିନ ସରିତା ସହିବାର ସୀମା ଟପି ଯାଇଥିଲେ। ସିକନ୍ଦର ତାଙ୍କୁ ମାଡ଼ ମାରିବାରୁ ସରିତା ମଧ୍ୟ ଏହାର ଜବାବ ଦେଇଥିଲେ। ମଦ ନିଶାରେ ସିକନ୍ଦର ତଳେ ପଡ଼ି ଯିବାରୁ ସରିତା ନିଜ ଶାଢ଼ିରେ ତାଙ୍କ ବେକକୁ ଚିପି ଦେଇଥିଲେ। ସେ ଅଚେତ ହୋଇଯିବାରୁ ତାଙ୍କୁ ସରିତା ହସ୍ପିଟାଲ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାଥମିକ ଅବସ୍ଥାରେ ସରିତା ପୁଲିସ୍‌କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଘରୁ ମିଳିଥିବା ପ୍ରମାଣ ଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭକୁ ଆଧାର କରି ପୁଲିସ୍‌ ତାଙ୍କୁ ଜେରା ଆରମ୍ଭ କରିଥିଲା। ଶେଷରେ ସରିତା ନିଜର ଅପରାଧ ସ୍ୱୀକାର କରିଥିଲେ।

Related story