ପୁଣି ବିବାଦରେ ଲୁଲୁ ମଲ୍‌, ଏଥର ନମାଜ ପଢ଼ିଲେ ମହିଳା

ଲକ୍ଷ୍ନୌ: ପୁଣି ବିବାଦରେ ଲକ୍ଷ୍ନୌର ବହୁ ଚର୍ଚ୍ଚିତ ଲୁଲୁ ମ୍‌ଲ। ମଲ୍‌ ଭିତରେ ପୁଣି ଥରେ ପାଠ ହୋଇଛି ନମାଜ। ଏଥର ନମାଜ ପାଠ କରିଛନ୍ତି ଜଣେ ମହିଳା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଆରମ୍ଭ କରିଛି। ସୂଚନା ମୁତାବକ, ସୋମବାର ଦିନ ଲୁଲୁ ମଲ୍‌ ଭିତରୁ ଏକ ଭଡିଓ ସାମ୍ନାକୁ ଆସିଥିଲା। କିଛି ମହିଳା ଗୋଟିଏ ଦୁଇଟି ଛୁଆ ଅଛନ୍ତି। ଏଥିସହ କିଛି ଯୁବକ […]

Lulu mall

Madhupriya Mistry
  • Published: Tuesday, 06 September 2022
  • , Updated: 06 September 2022, 12:08 PM IST

ଲକ୍ଷ୍ନୌ: ପୁଣି ବିବାଦରେ ଲକ୍ଷ୍ନୌର ବହୁ ଚର୍ଚ୍ଚିତ ଲୁଲୁ ମ୍‌ଲ। ମଲ୍‌ ଭିତରେ ପୁଣି ଥରେ ପାଠ ହୋଇଛି ନମାଜ। ଏଥର ନମାଜ ପାଠ କରିଛନ୍ତି ଜଣେ ମହିଳା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଆରମ୍ଭ କରିଛି।

ସୂଚନା ମୁତାବକ, ସୋମବାର ଦିନ ଲୁଲୁ ମଲ୍‌ ଭିତରୁ ଏକ ଭଡିଓ ସାମ୍ନାକୁ ଆସିଥିଲା। କିଛି ମହିଳା ଗୋଟିଏ ଦୁଇଟି ଛୁଆ ଅଛନ୍ତି। ଏଥିସହ କିଛି ଯୁବକ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ସମୟରେ ଜଣେ ବୁର୍ଖା ପିନ୍ଧିଥିବା ମହିଳା ମଲ୍‌ର ଚଟ୍ଟାଣ ଉପରେ ବସି ନମାଜ ପାଠ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ସୂଚନା ମିଳିବା ପରେ ସୁଶାନ୍ତ ଗୋଲ୍ଫ ସିଟି ଥାନା ପୁଲିସ ଶୈଳେନ୍ଦ୍ର ଗିରି ନିଜର ଏକ ଟିମ୍‌ ସହ ମଲ୍‌ରେ ପହଞ୍ଚିଥିଲେ। ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଆରମ୍ଭ କରିଥିଲେ।

ଇନ୍‌ସପେକ୍ଟର ଶୈଳେନ୍ଦ୍ରଙ୍କ କହିବା ମୁତାବକ, ସୋମବାର ରାତିରେ ଏହି ଭାଇରାଲ ଭିଡିଓ ବିଷୟରେ ସୂଚନା ମିଳିଥିଲା। ଯେଉଁଥିରେ ଜଣେ ମହିଳା ମଲରେ ନମାଜ ପଢ଼ୁଥିବା ଦାବି କରାଯାଇଥିଲା। ତେବେ ଏହି ଭିଡିଓ କେଉଁ ଦିନର ତାହା ଏଯାଏଁ ସ୍ପଷ୍ଟ ହୋଇନି। ମଲ୍ ପ୍ରଶାସନ ମଧ୍ୟ ପୁଲିସକୁ ସୂଚନା ଦେଇନାହିଁ। ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ କହିଛି।

ଉଲ୍ଲେଖ ଯୋଗ୍ୟ, ଲୁଲୁ ମଲ୍‌ର ଉଦ୍‌ଘାଟନ ପରେ ଜୁଲାଇ ୧୩ ତାରିଖରେ ୯ରୁ ୧୦ ଜଣ ବ୍ୟକ୍ତି ମଲ୍‌ ଭିତରେ ନମାଜ ପାଠ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ନେଇ ବିବାଦ ଜୋର ଧରିଥିଲା। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ ମଧ୍ୟ କରିଥିଲା। ହିନ୍ଦୁ ସଙ୍ଗଠନ ସହ ଜଡିତ ଲୋକେ ମଲ୍‌ ଭିତରେ ହନୁମାନ ଚାଳିଶା କରିବାକୁ ଚେଷ୍ଟା କରିଥିଲେ। କିଛି ଲୋକେ ମଲ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ବେଶ୍‌ କିଛି ଦିନ ଧରି ଏହି ବିବାଦ ଲାଗି ରହିଥିଲା। ଏହା ପରେ ମଲ୍‌ର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।

Related story