ପୂରା ପ୍ଲାନ୍‌ କରିଥିଲେ ପତ୍ନୀ; ସ୍ୱାମୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ

ବିଜୟୱାଡ଼ା: ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀବନ୍ତ ଜାଳି ହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନରସରାଓପେଟା ଅଞ୍ଚଳରେ। ମୃତ ବ୍ୟକ୍ତିଙ୍କ ନା ଚେଞ୍ଚେୟା। ନରସରାଓପେଟା ପୁଲିସ୍‌ର ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ସେଦିନ ଆନ୍ନାମ୍ମା ଓ ତାଙ୍କ ସ୍ୱାମୀ ଚେଞ୍ଚେୟାଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ତାଙ୍କ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ସଂପର୍କ ଥିବା ନେଇ ଆନ୍ନାମା ଅଭିଯୋଗ କରିଥିଲେ। ତେବେ ଆନ୍ନାମା ପୂର୍ବରୁ ପ୍ରସ୍ତୁତ […]

Dead Body

Jitendra Garnayak
  • Published: Sunday, 28 March 2021
  • , Updated: 28 March 2021, 06:05 PM IST

ବିଜୟୱାଡ଼ା: ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀବନ୍ତ ଜାଳି ହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନରସରାଓପେଟା ଅଞ୍ଚଳରେ। ମୃତ ବ୍ୟକ୍ତିଙ୍କ ନା ଚେଞ୍ଚେୟା।

ନରସରାଓପେଟା ପୁଲିସ୍‌ର ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ସେଦିନ ଆନ୍ନାମ୍ମା ଓ ତାଙ୍କ ସ୍ୱାମୀ ଚେଞ୍ଚେୟାଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ତାଙ୍କ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ସଂପର୍କ ଥିବା ନେଇ ଆନ୍ନାମା ଅଭିଯୋଗ କରିଥିଲେ। ତେବେ ଆନ୍ନାମା ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ। ସେ ପେଟ୍ରୋଲ ଆଣି ଘରେ ରଖିଥିଲେ। ତା’ସହିତ ଘରେ କେହି ନଥିବା ବେଳେ ସେ ତାଙ୍କ ସ୍ୱାମୀଙ୍କୁ ମାରି ଦେବାକୁ ଯୋଜନା କରିଥିଲେ।

ସେଦିନ ସନ୍ଧ୍ୟାରେ ଝଗଡ଼ା ଚାଲିଥିବା ବେଳେ ହଠାତ୍‌ ଆନ୍ନାମା ତାଙ୍କ ସ୍ୱାମୀଙ୍କ ଉପରେ ପେଟ୍ରୋଲ ଢାଳି ଦେଇ ନିଆଁ ଲଗାଇ ଦେଇଥିଲେ। ତାଙ୍କ ସ୍ୱାମୀ ଜୋରରେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଆଖପାଖରେ ଥିବା ଲୋକେ ସେଠାକୁ ଦୌଡ଼ି ଆସିଥିଲେ ଓ ନିଆଁକୁ ଲିଭାଇଥିଲେ। ତେବେ ସେତେବେଳକୁ ଚେଞ୍ଚେୟାଙ୍କ ଶରୀରର ୭୫ ଭାଗ ପୋଡ଼ି ସାରିଥିଲା।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅତିରିକ୍ତ ଜୁନିୟର ସିଭିଲ୍‌ ଜଜ୍‌ଙ୍କ ଉପସ୍ଥିତିରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ନିଜ ବୟାନରେ ସେ ପତ୍ନୀ ଆନ୍ନାମ୍ମାଙ୍କୁ ହିଁ ଏହି ଘଟଣା ପାଇଁ ଦାୟୀ କରିଥିଲେ। ଏହା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ନରସରାଓପେଟା ପୁଲିସ୍ ଆନ୍ନାମ୍ମାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସିର ଧାରା ୩୦୨ (ହତ୍ୟା)ରେ ମାମଲା ରୁଜୁ କରାଯାଇଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

Related story