ବର ସାଜିବେ ରାହୁଲ? 'ଭାରତ ଯୋଡୋ' ଯାତ୍ରାରେ ମିଳିଲା ବିବାହ ପ୍ରସ୍ତାବ

ନୂଆଦିଲ୍ଲୀ: ବିବାହ କରିବେ କି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି? ୫୨ ବର୍ଷୀୟ ମୋଷ୍ଟ ଏଲିଜିବୁଲ ବାଚୁଲର୍‌ ରାହୁଲ ସାଜିବେ କି ବର? ରାହୁଲଙ୍କ ପାଖକୁ ଆସିଛି ବିବାହ ପ୍ରସ୍ତାବ, ସେ ପୁଣି ତାଙ୍କ ମନପସନ୍ଦର ସ୍ଥାନ ତାମିଲନାଡୁରୁ। ଜଣେ ତାମିଲ ଝିଅକୁ ବିବାହ କରିବାକୁ ତାଙ୍କ ପାଖକୁ ପ୍ରସ୍ତାବ ଆସିଛି। ଏହି ଖବର ଯେତିକି ରୋଚକ ସେତିକି ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ‘ଭାରତ ଯୋଡୋ’ ଯାତ୍ରା ଚଲାଇଛି। […]

Rahul gandhi

Madhupriya Mistry
  • Published: Sunday, 11 September 2022
  • , Updated: 11 September 2022, 02:40 PM IST

ନୂଆଦିଲ୍ଲୀ: ବିବାହ କରିବେ କି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି? ୫୨ ବର୍ଷୀୟ ମୋଷ୍ଟ ଏଲିଜିବୁଲ ବାଚୁଲର୍‌ ରାହୁଲ ସାଜିବେ କି ବର? ରାହୁଲଙ୍କ ପାଖକୁ ଆସିଛି ବିବାହ ପ୍ରସ୍ତାବ, ସେ ପୁଣି ତାଙ୍କ ମନପସନ୍ଦର ସ୍ଥାନ ତାମିଲନାଡୁରୁ। ଜଣେ ତାମିଲ ଝିଅକୁ ବିବାହ କରିବାକୁ ତାଙ୍କ ପାଖକୁ ପ୍ରସ୍ତାବ ଆସିଛି। ଏହି ଖବର ଯେତିକି ରୋଚକ ସେତିକି ଚର୍ଚ୍ଚାର ବିଷୟ ପାଲଟିଛି।

ବର୍ତ୍ତମାନ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ 'ଭାରତ ଯୋଡୋ' ଯାତ୍ରା ଚଲାଇଛି। ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ। ଦରଦାମ ବୃଦ୍ଧି, ବେରୋଜଗାରୀକୁ ବିରୋଧ କରି କଂଗ୍ରେସ ପଦଯାତ୍ରା କରୁଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସହ କଥା ବାର୍ତ୍ତା କରୁଛନ୍ତି। ସେମାନଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି।

https://twitter.com/Jairam_Ramesh/status/1568561940540321793?s=20&t=rPxIFkEcNftv7yoFXWSWlQ

'ଭାରତ ଯୋଡୋ' ଯାତ୍ରାରେ ଶନିବାର ରାହୁଲ ଗାନ୍ଧି ତାମିଲନାଡୁରେ ପହଞ୍ଚିଥିଲେ। ସେଠାରେ ମହିଳା ମନରେଗା କର୍ମୀଙ୍କୁ ଭେଟିଥିଲେ। ଏଠାରେ ମହିଳାମାନେ ରାହୁଲଙ୍କ ସହ ତାଙ୍କ ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା କରିଥିଲେ। ଏପରିକି ରାହୁଲଙ୍କୁ ଜଣେ ତାମିଲ ଝିଅ ସହ ବିବାହ କରାଇଦେବାକୁ ମହିଳାମାନେ ପ୍ରସ୍ତାବ ଦେଇଥିବା କଂଗ୍ରସେ ସାଂସଦ ଜୟରାମ ରମେଶ ଖୁଲାସା କରିଛନ୍ତି।

ଜୟରାମ ରମେଶ ଟ୍ୱିଟ୍‌ କରି କହିଛନ୍ତି, 'ରାହୁଲ ଗାନ୍ଧି ଅପରାହ୍ନରେ ମାର୍ଥାଣ୍ଡାମରେ ମହିଳା MGNREGA କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ଜଣେ ମହିଳା କହିଥିଲେ ଯେ ସେ ଜାଣନ୍ତି ଯେ ଆର.ଜି (ରାହୁଲ ଗାନ୍ଧି) ତାମିଲନାଡୁକୁ ଭଲ ପାଆନ୍ତି। ସେମାନେ ତାଙ୍କୁ ଜଣେ ତାମିଲ ଝିଅ ସହିତ ବିବାହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି।'

ଦଳୀୟ ବୟାନ ମୁତାବକ, ରାହୁଲ ଗାନ୍ଧି ତାମିଲନାଡୁର ଯାତ୍ରା ପୂରଣ କରିବା ସହ ଏସିଆର ପ୍ରଥମ ମହିଳା ବସ୍‌ ଡ୍ରାଇଭର ୬୩ ବର୍ଷୀୟ ବସନ୍ତ କୁମାରୀଙ୍କୁ ଭେଟିଥିଲେ। କେବଳ ସେତିକି ନୁହେଁ ସେ ମାର୍ଥାଣ୍ଡାମ ସଫେଇ କର୍ମଚାରୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। କେରଳ ସୀମା ନିକଟରେ ରାହୁଲ ଗାନ୍ଧି ତାମିଲନାଡୁ ଯାତ୍ରାକୁ ପୂରଣ କରିବା ସହ ଜଣେ ଚା' ଦୋକାନର ମାଲିକଙ୍କ ସହ କଥା ହୋଇଥିଲେ। ଆଜି ସେ କେରଳ ଯାତ୍ରା ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ 'ଭାରତ ଯୋଡୋ' ଯାତ୍ରା ୧୨ ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ କଭର୍‌ କରିବ। ପାଞ୍ଚ ମାସ ମଧ୍ୟରେ କାନ୍ୟା କୁମାରୀ ଠାରୁ ଜମ୍ମୁ କଶ୍ମୀର ପର୍ଯ୍ୟନ୍ତ ୩,୭୫୦ କିଲୋମିଟର ଦୂରତା ଅତିକ୍ରମ କରିବ। ଏଥିସହ ୨୨ଟି ବଡ ସହରରେ ମେଗା ରାଲି ମଧ୍ୟ ହେବ।

Related story