ମହଙ୍ଗା ପଡ଼ିଲା ‘କଣ୍ଡମ’ ଟିପ୍ପଣୀ: ଆଇଏଏସ ଅଧିକାରୀଙ୍କୁ ମହିଳା କମିଶନଙ୍କ ନୋଟିସ୍‌ 

ପାଟନା: ମହଙ୍ଗା ପଡ଼ିଲା ଅଶାଳୀନ ଟିପ୍ପଣୀ। ସ୍କୁଲ ଛାତ୍ରୀଙ୍କ ସହ ଆଲୋଚନା ବେଳେ ବିବାଦୀୟ ମନ୍ତବ୍ୟ ଦେବା  ଜଣେ ମହିଳା ଆଇଏଏସ ଅଧିକାରୀଙ୍କ ପାଇଁ ବାମ ହୋଇଛି। ସମ୍ପକ୍ତୃ ମହିଳା ଆଇଏଏସ ଅଧିକାରୀଙ୍କୁ  ଜାତୀୟ ମହିଳା କମିଶନ ନୋଟିସ୍‌ କରିଛନ୍ତି। ବିହାର ମହିଳା ଓ ଶିଶୁ ବିକାଶ ବିଭାଗର ପରିଳାନା ନିର୍ଦ୍ଦେଶିକା ହାରଜୋତ କୌରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜାତୀୟ ମହିଳା କମିଶନ। ବିହାରର ନବମ-ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନେଇ ଏକ କର୍ମଶାଳାରେ ଅଜବ […]

bihar-1

  • Published: Thursday, 29 September 2022
  • , Updated: 29 September 2022, 10:01 PM IST

ପାଟନା: ମହଙ୍ଗା ପଡ଼ିଲା ଅଶାଳୀନ ଟିପ୍ପଣୀ। ସ୍କୁଲ ଛାତ୍ରୀଙ୍କ ସହ ଆଲୋଚନା ବେଳେ ବିବାଦୀୟ ମନ୍ତବ୍ୟ ଦେବା  ଜଣେ ମହିଳା ଆଇଏଏସ ଅଧିକାରୀଙ୍କ ପାଇଁ ବାମ ହୋଇଛି। ସମ୍ପକ୍ତୃ ମହିଳା ଆଇଏଏସ ଅଧିକାରୀଙ୍କୁ  ଜାତୀୟ ମହିଳା କମିଶନ ନୋଟିସ୍‌ କରିଛନ୍ତି। ବିହାର ମହିଳା ଓ ଶିଶୁ ବିକାଶ ବିଭାଗର ପରିଳାନା ନିର୍ଦ୍ଦେଶିକା ହାରଜୋତ କୌରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜାତୀୟ ମହିଳା କମିଶନ। ବିହାରର ନବମ-ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନେଇ ଏକ କର୍ମଶାଳାରେ ଅଜବ ଯୁକ୍ତି ରଖିଥିଲେ କୌର। ସରକାର କ’ଣ ସବୁ ଦେବେ? ଆପଣମାନେ କ’ଣ ସେବା ପାଇବା ପାଇଁ ‌ଭୋଟ ଦେଉଛନ୍ତି? ଏଭଳି ଅଜବ ପ୍ରଶ୍ନ ପଚାରି ବିବାଦୀୟ ହୋଇଛନ୍ତି  ଆଇଏଏସ ଅଫିସର କୌର।

ଉକ୍ତ କର୍ମଶାଳାରେ ଜଣେ ସ୍କୁଲ ଛାତ୍ରୀ ହରଜୋତଙ୍କୁ ପ୍ରଶ୍ନ କରିଥିଲେ ଯେ, ସରକାର ଅନେକ ମାଗଣା ସାମଗ୍ରୀ ଦେଉଛନ୍ତି। ସେ ଆମକୁ ୨୦-୩୦ଟଙ୍କାରେ ସାନିଟାରୀ ପ୍ୟାଡ୍ ଦେଇପାରିବେ କି? ଏହି ପ୍ରଶ୍ନର ସିଧା ଉତ୍ତର ରଖିବା ପରିବର୍ତ୍ତେ ହରଜୋତ କହିଥିଲେ, ଲୋକଙ୍କ ଦାବିଗୁଡ଼ିକର କୌଣସି ଅନ୍ତ ଅଛି କି? ଆସନ୍ତାକାଲି, ଆପଣ କହିବେ ସରକାର ଜିନ୍ସ ଓ ସୁନ୍ଦର ଜୋତା ମାଗଣାରେ ଦେବେ‌ କି। ଶେଷରେ ଆପଣ ସରକାରଙ୍କୁ ମାଗଣାରେ କଣ୍ଡୋମ ମଧ୍ୟ ମାଗିବେ।

ହରଜୋତଙ୍କ ଏଭଳି ଅଜବ ଉତ୍ତର ଶୁଣି ସ୍କୁଲ ଛାତ୍ରୀ କହିଥିଲେ ଯେ, ଲୋକଙ୍କ ଭୋଟ ପାଇବା ପରେ ହିଁ ସରକାର ଗଠନ ହୁଏ। ଏହା ଶୁଣି ହରଜୋତ କହିଥିଲେ ଯେ, ସରକାର କ’ଣ ସବୁ ଦେବେ? ଆପଣମାନେ କ’ଣ ସେବା ପାଇବା ପାଇଁ ‌ଭୋଟ ଦେଉଛନ୍ତି? ଏହାର ଉତ୍ତରରେ ସ୍କୁଲ ଛାତ୍ରୀ କହିଥିଲେ, ନିର୍ବାଚନ ସମୟରେ ସରକାର ସେବା ଯୋଗାଇବାର ପ୍ରତିଶ୍ରୁତି ଦେଇଥାନ୍ତି। ଛାତ୍ରୀଙ୍କଠାରୁ ଏଭଳି ଉତ୍ତର ଶୁଣି ହାରଜୋତ କହିଥିଲେ,  ଯଦି ଏଭଳି କଥା ତେବେ ଭୋଟ ଦିଅ ନାହିଁ। ପାକିସ୍ତାନ ଭଳି ହୋଇଯାଅ। ତେବେ ତାଙ୍କର ଏଭଳି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।

Related story