Advertisment

ପୁଣି ବିବାଦୀୟ ବୟାନ ଦେଲେ ବାବା ନରସିଂହାନନ୍ଦ, ହିନ୍ଦୁମାନଙ୍କୁ କହିଲେ ଅଧିକ ଛୁଆ ଜନ୍ମ କର

ନୂଆଦିଲ୍ଲୀ: ହରିଦ୍ୱାର ହେଟ୍‌ସ୍ପିଚ୍‌ ମାମଲାରେ ଜାମିନରେ ଜେଲ୍‌ରୁ ମୁକୁଳିଥିବା ବାବା ୟତି ନରସିଂହାନନ୍ଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ହିମାଚଳ ପ୍ରଦେଶର ଉନାରେ ଏକ ଧର୍ମିକ ସମ୍ମିଳନୀ ବେଳେ ସେ ନିଜ ଜାମିନ ସର୍ତ୍ତର ଉଲ୍ଲଙ୍ଘନ କରି ପୁଣି ଥରେ ଘୃଣାଭାବ ସୃଷ୍ଟି କରୁଥିବା ଭଳି ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଦେଶରେ ମୁସଲମାନମାନଙ୍କ ବଢ଼ୁଥିବା ଜନସଂଖ୍ୟା ହିନ୍ଦୁମାନଙ୍କ ପତନର ସଂକେତ। ଭାରତକୁ ଇସଲାମିକ୍‌ ଦେଶ ହେବାଠାରୁ ରକ୍ଷା କରିବା ପାଇଁ ହିନ୍ଦୁମାନଙ୍କୁ ନିଜ ପରିବାରକୁ […]

ଅଦ୍ୟତନ ହୋଇଛି
ପୁଣି ବିବାଦୀୟ ବୟାନ ଦେଲେ ବାବା ନରସିଂହାନନ୍ଦ, ହିନ୍ଦୁମାନଙ୍କୁ କହିଲେ ଅଧିକ ଛୁଆ ଜନ୍ମ କର

yati-narsinghanand

Advertisment

ନୂଆଦିଲ୍ଲୀ: ହରିଦ୍ୱାର ହେଟ୍‌ସ୍ପିଚ୍‌ ମାମଲାରେ ଜାମିନରେ ଜେଲ୍‌ରୁ ମୁକୁଳିଥିବା ବାବା ୟତି ନରସିଂହାନନ୍ଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ହିମାଚଳ ପ୍ରଦେଶର ଉନାରେ ଏକ ଧର୍ମିକ ସମ୍ମିଳନୀ ବେଳେ ସେ ନିଜ ଜାମିନ ସର୍ତ୍ତର ଉଲ୍ଲଙ୍ଘନ କରି ପୁଣି ଥରେ ଘୃଣାଭାବ ସୃଷ୍ଟି କରୁଥିବା ଭଳି ବିବାଦୀୟ ବୟାନ ଦେଇଛନ୍ତି।

Advertisment

ସେ କହିଛନ୍ତି, 'ଦେଶରେ ମୁସଲମାନମାନଙ୍କ ବଢ଼ୁଥିବା ଜନସଂଖ୍ୟା ହିନ୍ଦୁମାନଙ୍କ ପତନର ସଂକେତ। ଭାରତକୁ ଇସଲାମିକ୍‌ ଦେଶ ହେବାଠାରୁ ରକ୍ଷା କରିବା ପାଇଁ ହିନ୍ଦୁମାନଙ୍କୁ ନିଜ ପରିବାରକୁ ମଜଭୁତ କରିବାକୁ ପଡିବ। ନିଜ ପରିବାର, ମାନବତା ଏବଂ ସନାତନ ଧର୍ମର ରକ୍ଷା ପାଇଁ ଅଧିକ ଛୁଆ ଜନ୍ମ କରିବାକୁ ପଡିବ।'

ଦ ହିନ୍ଦୁର ରିପୋର୍ଟ ମୁତାବକ, ଅଖିଳ ଭାରତୀୟ ସନ୍ଥ ପରିଷଦର ହିମାଚଳ ପ୍ରଦେଶ ପ୍ରଭାରୀ ୟତି ନରସିଂହାନନ୍ଦ ସରସ୍ୱତୀ କହିଥିଲେ ଯେ, ଭାରତ ଏକ ଲୋକତାନ୍ତ୍ରିକ ଦେଶ, କାରଣ ଏହା ହିନ୍ଦୁ ବହୁଳ। ସେ ହିମାଚଳ ପ୍ରଦେଶର ଉନା ଜିଲ୍ଲାର ମୁବାରକପୁରରେ ସଙ୍ଗଠନର ତିନି ଦିନିଆ ଧର୍ମ ସଂସଦର ପ୍ରଥମ ଦିନରେ ଯୋଗଦେଇ ମୁସଲମାନମାନେ ନିୟୋଜିତ ରୂପେ ଅଧିକ ଛୁଆ ଜନ୍ମ କରି ନଜ ଜନସଂଖ୍ୟା ବଢ଼ାଉଥିବା ସେ ଦାବି କରିଛନ୍ତି। ଏଥିପାଇଁ ଆମ ସଙ୍ଗଠନ ଭାରତକୁ ଇସଲାମିକ ଦେଶ ହେବାରେ ରୋକିବା ପାଇଁ ହିନ୍ଦୁମାନଙ୍କୁ ଅଧିକ ଛୁଆ ଜନ୍ମ କରିବାକୁ କହିଥିବା ନରସିଂହାନନ୍ଦ କହିଛନ୍ତି।

Advertisment

https://twitter.com/ANI/status/1515894759168307204?s=20&t=W3pwT0JQog5sZQ1WKoHNyQ

ଏହି ସଭାରେ ଆୟୋଜକମାନେ ହିନ୍ଦୁମାନଙ୍କୁ ଅସ୍ତ୍ର ଉଠାଇବା ପାଇଁ ଖୋଲା ଆହ୍ୱାନ ଦେଇଛନ୍ତି। ସଭାର ଅନ୍ୟତମ ଆୟୋଜକ ସତ୍ୟଦେବ ସରସ୍ୱତୀ ଏନଡିଟିଭିକୁ କହିଛନ୍ତି ଯେ ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା ତେଣୁ ଏଠାରେ ପ୍ରଶାସନର ଅନୁମତି ନେବା ଆବଶ୍ୟକ ନାହିଁ।

ଭଲ୍ଲେଖ ଯୋଗ୍ୟ ଯେ, ନିକଟରେ ଧର୍ମ ସଂସଦରେ ହେଟ୍‌ ସ୍ପିଚ୍‌ ଦେବା ମାମଲାରେ ୟତି ନରସିଂହାନନ୍ଦ ଗିରଫ ହୋଇଥିଲେ। ପରେ ସର୍ତ୍ତମୂଳକ ଜାମିନରେ ସେ ବାହାରକୁ ଆସିଛନ୍ତି। ହିମାଚଳ ପ୍ରଦେଶ ପୁଲିସ ନରସିଂହାନନ୍ଦଙ୍କୁ ଏକ ନୋଟିସ ଜାରି କରି କୌଣସି ବି ଧର୍ମ ବିରୋଧରେ ସେ ହିଂସା ସୃଷ୍ଟି କରୁଥିବା ଭାଷଣ ଦେଇପାରିବେ ନାହିଁ । ଯଦି ଏହି ନିର୍ଦ୍ଦେଶ ପାଳନ ନକରାଯାଏ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା।

Hate Speech
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe