ଘରୁ ମିଳିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ନାତୁଣୀଙ୍କ ଝୁଲନ୍ତା ମୃତଦେହ

ବେଙ୍ଗାଲୁରୁ: ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ବାସଭବନରୁ ମିଳିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୌନ୍ଦର୍ଯ୍ୟା ପେସାରେ ଜଣେ ଡାକ୍ତର ଥିଲେ। ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା। ସୌନ୍ଦର୍ଯ୍ୟାଙ୍କୁ ତାଙ୍କର ସେଣ୍ଟ୍ରାଲ ବେଙ୍ଗାଲୁରୁ ସ୍ଥିତ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ। ତେବେ ସେତେବେଳକୁ ଖୁବ୍ ବିଳମ୍ବ ହୋଇ […]

Soundarya

Jitendra Garnayak
  • Published: Friday, 28 January 2022
  • , Updated: 28 January 2022, 03:32 PM IST

ବେଙ୍ଗାଲୁରୁ: ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ବାସଭବନରୁ ମିଳିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ସୌନ୍ଦର୍ଯ୍ୟା ପେସାରେ ଜଣେ ଡାକ୍ତର ଥିଲେ। ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା। ସୌନ୍ଦର୍ଯ୍ୟାଙ୍କୁ ତାଙ୍କର ସେଣ୍ଟ୍ରାଲ ବେଙ୍ଗାଲୁରୁ ସ୍ଥିତ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ। ତେବେ ସେତେବେଳକୁ ଖୁବ୍ ବିଳମ୍ବ ହୋଇ ସାରିଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସୌନ୍ଦର୍ଯ୍ୟାଙ୍କର ଏକ ୪ ମାସର ଶିଶୁପୁତ୍ର ଅଛି। ତେବେ ମା’ ହେବା ପରଠାରୁ ସେ ଚିନ୍ତାରେ ରହୁଥିଲେ ବୋଲି କୁହାଯାଉଛି। ସେ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କ ସହିତ ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story