DHFL ଦୁର୍ନୀତି ମାମଲା: ଦୁଇ ବିଲ୍ଡର୍‌ଙ୍କ ୪୧୫ କୋଟି ଟଙ୍କାର ସମ୍ପତ୍ତି ସିଜ୍‌

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ଓ DHFLର ଦୁର୍ନୀତି ମାମଲାରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଦୁର୍ନୀତି ମାମଲାର ଅଭିଯୁକ୍ତ ଥିବା ଦୁଇ ବିଲ୍ଡିରଙ୍କ ସମ୍ପତ୍ତି ସିଜ୍‌ କରିଛି ଇଡି। ବିଲ୍ଡର ସଞ୍ଜୟ ଛାବରିଆଙ୍କ ୨୫୧ କୋଟି ଓ ଅବିନାଶ ଭୋସଲେଙ୍କ ୧୬୪ କୋଟି ଟଙ୍କାର ସମ୍ପତ୍ତି ସିଜ୍‌ କରାଯାଇଛି। ମନି ଲଣ୍ଡରିଂ ଆକ୍ଟ, ୨୦୦୨ (PMLA) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଞ୍ଜୟ ଛାବରିଆଙ୍କ ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ […]

dhfl-case

Madhupriya Mistry
  • Published: Wednesday, 03 August 2022
  • , Updated: 03 August 2022, 02:40 PM IST

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ଓ DHFLର ଦୁର୍ନୀତି ମାମଲାରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଦୁର୍ନୀତି ମାମଲାର ଅଭିଯୁକ୍ତ ଥିବା ଦୁଇ ବିଲ୍ଡିରଙ୍କ ସମ୍ପତ୍ତି ସିଜ୍‌ କରିଛି ଇଡି। ବିଲ୍ଡର ସଞ୍ଜୟ ଛାବରିଆଙ୍କ ୨୫୧ କୋଟି ଓ ଅବିନାଶ ଭୋସଲେଙ୍କ ୧୬୪ କୋଟି ଟଙ୍କାର ସମ୍ପତ୍ତି ସିଜ୍‌ କରାଯାଇଛି। ମନି ଲଣ୍ଡରିଂ ଆକ୍ଟ, ୨୦୦୨ (PMLA) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସଞ୍ଜୟ ଛାବରିଆଙ୍କ ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ମୁମ୍ବାଇର ସାନ୍ତାକ୍ରୁଜରେ ୧୧୬.୫ କୋଟି ଟଙ୍କାର ଜମି ରହିଛି। ଏହା ବ୍ୟତୀତ ସାନ୍ତାକ୍ରୁଜ ସ୍ଥିତ ୩ କୋଟି ଟଙ୍କାର ଏକ ଫ୍ଲାଟ୍‌, ଦିଲ୍ଲୀ ବିମାନ ବନ୍ଦରରେ ସ୍ଥିତ ଛାବରିଆ ହୋଟେଲରୁ ୧୩.୬୭ କୋଟି ଟଙ୍କା, ୩.୧୦ କୋଟି ଟଙ୍କାର ତିନୋଟି ଦାମୀ କାର୍‌ ସାମିଲ ଅଛି। ସେହିପରି ଅବିନାଶ ଭୋସଲେଙ୍କ ମୁମ୍ବାଇରେ ଥିବା ଏକ ଡ୍ୟୁପ୍ଲେକ୍ସ ଫ୍ଲାଟ୍‌ ଯାହାର ଦାମ୍‌ ୧୦୨.୮ କୋଟି ଟଙ୍କା ରହିଛି ତାକୁ ମଧ୍ୟ ଇଡି ଜବତ କରିଛି। ଏହାବ୍ୟତୀତ ୧୪.୬୫ ଓ ୨୯.୨୪ କୋଟି ଟଙ୍କାର ପୁଣେ ଥିବା ଜମି, ନାଗପୁରରୁ ୧୫.୫୨ କୋଟି ଟଙ୍କା ଓ ୧.୪୫ କୋଟି ଟଙ୍କା ଆଉ ଜମି ମଧ୍ୟ ଏଥିରେ ସାମିଲ ଅଛି।

ସିବିଆଇ ଦ୍ୱାରା ପଞ୍ଜୀକୃତ ଏଫ୍ଆଇଆର୍ ଆଧାରରେ ୟେସ ବ୍ୟାଙ୍କର ରାଣା କପୁର ଏବଂ DHFL ର କପିଲ ୱାଧୱାନ ଏବଂ ଧୀରଜ ୱାଧୱାନ ପ୍ରମୋଟରଙ୍କ ବିରୋଧରେ ଇଡି ଯାଞ୍ଚ ଆରମ୍ଭ କରିଛି। ଅଭିଯୋଗ ହୋଇଛି ଯେ ରାଣା କପୁର ହଁ ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟର ଡାଇରେକ୍ଟର କପିଲ ୱାଧୱାନ ଓ ଅନ୍ୟମାନଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର ରଚିଥିଲେ।

ଉଲ୍ଲେଖଯୋଗ୍ୟ, ନିକଟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଥା ସିବିଆଇ ଡିଏଚ୍‌ଏଫଏଲ୍‌ ସହ ଜଡିତ ୩୪,୬୧୫ କୋଟି ଟଙ୍କା ଠକେଇ ମାମଲାରେ ପୁଣେର ବିଲଡର ଅବିନାଶ ଭୋସଲେଙ୍କ ଘରରୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଜବତ କରିଥିଲା। ଅଭିଯୋଗ ହୋଇଛି ଯେ ୨୦୧୧ରେ ଭାର୍ଭା ଆଭିଏସନ AW109AP ହେଲିକପ୍ଟରକୁ ୩୬କୋଟି ଟଙ୍କାରେ କିଣିଥିଲା।

ଡିଏଚ୍‌ଏଫ୍‌ଏଲ୍‌ ଦୁର୍ନୀତି ମାମଲାକୁ ଦେଶର ସବୁଠାରୁ ବଡ ବ୍ୟାଙ୍କ ଘୋଟଲା ବୋଲି କୁହାଯାଏ। ଏହି ମାମଲାରେ ପୂର୍ବରୁ ରେଡିୟସ୍ ଡେଭଲପର୍ସର ସଞ୍ଜୟ ଛାବରିଆ ଏବଂ ଏବିଆଇଏଲ୍‌ କନ୍‌ଷ୍ଟ୍ରକ୍ସନର ଅବିନାଶ ଭୋସଲେଙ୍କୁ ଗିରଫ କରାଯାଇସାରିଛି।

Related story