ମୁଁ କାଶ୍ମୀର ପଣ୍ଡିତ ଝିଅ, ମୋ ବାପାଙ୍କୁ ଗୁଳି ମାରିଛ, ଦମ୍‌ ଅଛି ଯଦି ସାମ୍ନାକୁ ଆସ

ଶ୍ରୀନଗର: ଆଖିରେ ଲୁହ ନଥିଲା କି ସେ ଅସହାୟ ହୋଇ ନଥିଲେ। ବରଂ ଜବାବ ଥିଲା ରୋକ୍‌ଠୋକ୍‌ ଓ ଅଗ୍ନିବର୍ଷୀ। ଆଉ ହତ୍ୟାକରୀ ଆତଙ୍କବାଦୀଙ୍କୁ ଦେଇଥିଲେ ନିର୍ଭିକତାର ଚ୍ୟାଲେଞ୍ଜ । କହିଥିଲେ ଦମ୍‌ ଅଛି ତ ସାମ୍ନାକୁ ଆସ। ବାପାଙ୍କୁ ହରାଇବାପରେ କିଛି ଏମିତି ଢଙ୍ଗରେ ପ୍ରତିକ୍ରିୟା ରଖିଥିଲେ ଝିଅ ସିମ୍ରିଦ ବିନ୍ଦ୍ରୋ। ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ବାପାଙ୍କୁ ହରାଇବା ପରେ ମଧ୍ୟ ଝିଅ ସିମ୍ରିଦ ଆଦୌ ଭାଙ୍ଗି ପଡ଼ିନଥିଲେ। କହିଥିଲେ ମୋ ବାପା ଜଣେ ଯୋଦ୍ଧା […]

5790

Tapas Behera
  • Published: Wednesday, 06 October 2021
  • , Updated: 07 October 2021, 03:16 PM IST

ଶ୍ରୀନଗର: ଆଖିରେ ଲୁହ ନଥିଲା କି ସେ ଅସହାୟ ହୋଇ ନଥିଲେ। ବରଂ ଜବାବ ଥିଲା ରୋକ୍‌ଠୋକ୍‌ ଓ ଅଗ୍ନିବର୍ଷୀ। ଆଉ ହତ୍ୟାକରୀ ଆତଙ୍କବାଦୀଙ୍କୁ ଦେଇଥିଲେ ନିର୍ଭିକତାର ଚ୍ୟାଲେଞ୍ଜ । କହିଥିଲେ ଦମ୍‌ ଅଛି ତ ସାମ୍ନାକୁ ଆସ। ବାପାଙ୍କୁ ହରାଇବାପରେ କିଛି ଏମିତି ଢଙ୍ଗରେ ପ୍ରତିକ୍ରିୟା ରଖିଥିଲେ ଝିଅ ସିମ୍ରିଦ ବିନ୍ଦ୍ରୋ। ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ବାପାଙ୍କୁ ହରାଇବା ପରେ ମଧ୍ୟ ଝିଅ ସିମ୍ରିଦ ଆଦୌ ଭାଙ୍ଗି ପଡ଼ିନଥିଲେ। କହିଥିଲେ ମୋ ବାପା ଜଣେ ଯୋଦ୍ଧା ଥିଲେ। ସବୁବେଳେ କହୁଥିଲେ ‘ପାଦରେ ଜୋତା ଥାଇ ମରିବି’। ଆତଙ୍କବାଦୀଙ୍କୁ କାପୁରୁଷ କହି ଦମ୍‌ ଅଛିତ ସାମ୍ନାକୁ ଆସ ବୋଲି ଆହ୍ୱାନ ଦେଇଥିଲେ।

କାହିଁକି ମାରିଲ ତାର କାରଣ ଯଦି ଦେଇ ପାରିବ ତେବେ ସାମ୍ନାକୁ ଆସ। ମୁଁ ତର୍କ କରିବା ପାଇଁ ପ୍ରସ୍ତୁତ ଅଛି  ବୋଲି ସିମ୍ରିଦ କହିଥିଲେ। ମଙ୍ଗଳବାର ଶ୍ରୀନଗରର ସିମ୍ରିଦଙ୍କ ବାପା ମାଖନ ଲାଲ ବିନ୍ଦ୍ରୋଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ମାଖାନ ଲାଲ ପେଷାରେ ଜଣେ ଫାର୍ମାସିଷ୍ଟ ଥିଲେ।  ମାଖାନ ଲାଲଙ୍କ ଝିଅ ସିମ୍ରିଦ କହିଛନ୍ତି ଯେ, ମୁଁ କାଶ୍ମୀର ପଣ୍ଡିତଙ୍କ ଝିଅ। ମୋ ବାପାଙ୍କର ମୃତ୍ୟୁ ହୋଇଥାଇପାରେ କିନ୍ତୁ ତାଙ୍କ ସ୍ପିରିଟ୍‌ କେବେ ମରିବନି। ତୁମେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିପାର କିନ୍ତୁ ତୁମେ ମାଖନ ଲାଲଙ୍କ ସ୍ପିରିଟ୍‌କୁ  ହତ୍ୟା କରିପାରିବ ନାହିଁ । ଯିଏ ମୋ ବାପାକୁ ହତ୍ୟା କରିଛି  ମୋ ସାମ୍ନାକୁ ଆସ। ସେ କହିଛନ୍ତି ଯେ, ମୋ ବାପା ମୋତେ ‘ଶିକ୍ଷା’ ଦେଇଛନ୍ତି । କିନ୍ତୁ ରାଜନେତାମାନେ ତୁମକୁ ବନ୍ଧୁକ ଓ ପଥର ଦେଇଛନ୍ତି। ଆପଣ ବନ୍ଧୁକ ଏବଂ ପଥର ସହିତ ଯୁଦ୍ଧ କରିବାକୁ ଚାହୁଁଛନ୍ତି କି? ତାହା ହେଉଛି କାପୁରୁଷର ଲକ୍ଷଣ ।

ସବୁ ରାଜନେତା ତୁମକୁ ବ୍ୟବହାର କରୁଛନ୍ତି, ଆସ  ଶିକ୍ଷା ସହିତ ଲଢ଼ ବୋଲି ସେ ଆହ୍ୱାନ ଦେଇଥିଲେ। ମୁଁ ଜଣେ ଆସୋଏସିଏଟ ପ୍ରଫେସର, ମୁଁ ଶୂନରୁ ଆରମ୍ଭ କରିଛି ; ମୋ ବାପା ସାଇକେଲରୁ ଆରମ୍ଭ କରିଥିଲେ, ମୋ ଭାଇ ଜଣେ ପ୍ରସିଦ୍ଧ ଡାଏବେଟୋଲୋଜିଷ୍ଟ, ମୋ ମା ଦୋକାନରେ ଚଳାନ୍ତି। ସେମିତି ହିଁ  ମାଖନ ଲାଲ ବିନ୍ଦ୍ରୋ ଆମକୁ ତିଆରି କରିଛନ୍ତି |

ସେ ଜଣେ କାଶ୍ମୀରୀ ପଣ୍ଡିତ, ସେ କଦାପି ମରିପାରିବେ ନାହିଁ। ଜଣେ ହିନ୍ଦୁ ହୋଇଥିଲେ ମଧ୍ୟ ମୁଁ  କୋରାନ ପଢ଼ିଛି । ତୁମେ କେବଳ ଶରୀରକୁ ମାରି ପାର କିନ୍ତୁ  ବିନ୍ଦ୍ରୋ ଆତ୍ମା​ରେ ବଞ୍ଚିରହିବେ ବୋଲି ସେ କହିଛନ୍ତି। ଯୁବତୀ ଜଣକ ତାଙ୍କ ପିତାଙ୍କ ହତ୍ୟାକାରୀଙ୍କୁ ବିତର୍କ ପାଇଁ ଚ୍ୟାଲେଞ୍ଜ କରିଥିଲେ। କହିଥିଲେ ଯଦି ସାହସ ଅଛି ବିତର୍କ ପାଇଁ ସାମ୍ନାକୁ ଆସ । ତୁମେ କେବଳ ପଥର ଫିଙ୍ଗି ଲୋକଙ୍କୁ ହତ୍ୟା କରିପାରିବେ। ଆସ ମୋତେ ସାମ୍ନା କର, ମୁଁ ମୋର ବାପାଙ୍କ ଝିଅ। ପୁଲିସ କହିଛି ଯେ,  ମାଖନଲାଲ ଜଣେ ଜଣାଶୁଣା ଫାର୍ମାସିଷ୍ଟ ଥିଲେ। ଲୋକଙ୍କ ସେବା ପାଇଁ ଶ୍ରୀନଗରରେ ମାଖନଲାଲଙ୍କ ବେଶ ନାଁ ରହିଛି। ମାଖନଲାଲଙ୍କ ଶରୀରେ ୪ଟି ଗୁଳି ବାଜି ଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମୃତଦେହ ପୁଲିସ  ଉଦ୍ଧାର କରିଥିଲା।

Related story