ଓ୍ୱାଶିଂଟନ: ନାଗରିକତା ସଂଶୋଧନ ଆଇନ୍ (୨୦୧୯) ଓ ନାଗରିକତା ଜାତୀୟ ଜନଗଣନା ପଞ୍ଜିକରଣକୁ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ସମର୍ଥନ କରିଛନ୍ତି। ମୋଦି ସରକାରଙ୍କ ଏହି ଆଇନକୁ ଦେଇ ଅନେକ ଗୁଜବ ଖବର ବୁଲୁଛି। ତେଣୁ ଆମେରିକାରରେ ବିଭିନ୍ନ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ମାନେ ବିଶାଳ ରାଲି କରି ଗୁଜବ ଖବର ପଛରେ ନ ପଡ଼ି ସଠିକ୍ ଖବର ଜାଣିବାକୁ ଆହ୍ୱାନ କରିଛନ୍ତି।
ଏହି ରାଲିରେ ୭୦ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ ବଂଶୋଦ୍ଭବ ଡାକ୍ତର ଓ ଅନ୍ୟାନ୍ୟ ପେସାରେ ନିୟୋଜିତ ଥିବା ଭାରତୀୟ ମାନେ ଯୋଗ ଦେଇଥିଲେ। ସିଏଏକୁ ବିରୋଧ ବେଳେ ପୁଲିସ ଉପରକୁ ହୋଇଥିବା ଆକ୍ରମଣ ଏବଂ ସାର୍ବଜନୀନ ସମ୍ପତ୍ତିକୁ ନଷ୍ଚ କରିବାକୁ ନିନ୍ଦା କରିଛନ୍ତି ଭାରତର ମୂଳ ନାଗରିକ।
ସୂଚନାଯୋଗ୍ୟ, ସାରା ଦେଶରେ ସିଏଏକୁ ନିଆଁ ଜଳୁଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଏହି ସିଏଏ ନିଆଁ ପ୍ରଶମିତ ହୋଇଥିବା ଦେଖିବାକୁ ମିଳିଛି। ତଥାପି ବିଭିନ୍ନ ସ୍ଥାନରେ ସିଏଏକୁ ନେଇ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି। ନାଗରିକତା ସଂଶୋଧନ ଆଇନ ଜରିଆରେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ଅଣ ମୁସଲିମ୍ ବା ଅଳ୍ପ ସଂଖ୍ୟକ ଯେଉଁମାନେ ଭାରତରେ ଶରଣାର୍ଥୀ ରହିଥିବେ ସେମାନଙ୍କୁ ଭାରତ ସରକାର ନାଗରିକତା ଦେବ। ଏଥିରେ କୌଣସି ଭାରତୀୟଙ୍କ ନାଗରିକତ୍ୱ ହଟାଯିବନି। ବିରୋଧୀ କିନ୍ତୁ ଏହାକୁ ଧର୍ମାନ୍ତୀକରଣ କରି ସରକାର ରାଜନୀତି କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।