ଲଦାଖ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା। ପୂର୍ବ ଲଦାଖ ସୀମାରେ ଗତ ବୁଧବାର ଚୀନ ସେନା ସହ ଭାରତୀୟ ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପେଂଗଗଙ୍ଗ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା । ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି । ପେଂଗଗଙ୍ଗ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହିଥିବାବେଳେ […]

Untitled-design-1

Niharika Rout
  • Published: Thursday, 12 September 2019
  • , Updated: 12 September 2019, 11:13 AM IST

ନୂଆଦିଲ୍ଲୀ: ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା। ପୂର୍ବ ଲଦାଖ ସୀମାରେ ଗତ ବୁଧବାର ଚୀନ ସେନା ସହ ଭାରତୀୟ ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପେଂଗଗଙ୍ଗ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା । ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି ।

ପେଂଗଗଙ୍ଗ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହିଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି । ତିବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଲମ୍ବିଛି ଏହି ହ୍ରଦ । ଏହି ସୀମାରେ ଭାରତୀୟ ସେନାର ଯବାନ ପାଟ୍ରୋଲିଂରେ ଯାଇଥିବାବେଳେ ଚୀନ ସୈନିକଙ୍କ ସହ ମୁହାଁମୁହିଁ ହୋଇଥିଲେ।ଚୀନ ସୈନିକମାନେ ଭାରତୀୟ ସେନାର ଯବାନଙ୍କ ପାଟ୍ରୋଲିଂକୁ ନେଇ ଆପତ୍ତି ଉଠାଇଥିଲେ ।

ଏହାପରେ ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି ସମୟ ମଧ୍ୟରେ ଦୁଇ ପଟୁ ଅଧିକ ସଂଖ୍ୟକ ଯବାନ ଏକତ୍ରିତ ହୋଇଥିଲେ । ଅନେକ ସମୟ ଧରି ଦୁଇ ଦେଶର ସେନାଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା ।   ଦୁଇ ଦେଶ ସେନାର ଉଚ୍ଚ ପ୍ରତିନିଧିମଣ୍ଡଳୀସ୍ତରୀୟ ଆଲୋଚନା ପରେ ପରିସ୍ଥିତି ମାନ୍ୟ ହୋଇଛି।

ପୂର୍ବରୁ ୨୦୧୭ ଅଗଷ୍ଟ ୧୫ରେ ଏହି ଅଞ୍ଚଳରେ ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପଥର ଏବଂ ଲୁହା ରଡ଼ରେ ଉଭୟ ସେନାର ଯବାନ ପରସ୍ପରକୁ ଆକ୍ରମଣ କରିଥିଲେ । ସେହିବର୍ଷ ସୀମାର ଡୋକଲାମରେ ମଧ୍ୟ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ପରିସ୍ଥିତି ପରେ ଉଭୟ ଦେଶର ଯବାନ ହଟିଥିଲେ ।

ସୂଚନା ଯୋଗ୍ୟ ଯେ, ଆସନ୍ତା ଅକ୍ଟୋବରରୁ ଭାରତୀୟ ସେନା ଚୀନ୍‌ ବର୍ଡରରେ ପ୍ରଥମ ଥର ଲାଗି ଯୁଦ୍ଧାଭାସ କରିବାକୁ ଯାଉଛି। ଏଥିଲାଗି ଅରୁଣାଚଳ ପ୍ରଦେଶରେ ବାୟୁସେନା ସହ ୫ ହଜାରରୁ ଊର୍ଦ୍ଧ୍ୱ ସୈନିକ ଏହି ସମରାଭ୍ୟାସ୍‌ ଲାଗି ଏକତ୍ରିତ ହେବେ।

Related story