ପ୍ରତିଶୋଧ: ଏଲଓସି ଡେଇଁ ପାକ୍‌ ସୈନ୍ୟଙ୍କୁ ମାରିଲା ଭାରତୀୟ ସେନା, ରାତି ଅଧରେ ୪୫ ମିନିଟ ଧରି ଚାଲିଥିଲା ଅପରେଶନ

ନୂଆଦିଲ୍ଲୀ: ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍‌। ଲାଇନ୍‌ ଅଫ କଣ୍ଟ୍ରୋଲକୁ ଡେଇଁ ପାକିସ୍ତାନକୁ ଧସେଇ ପଶି ପାକ୍‌ ସୈନ୍ୟକୁ ମାରିଛି ଭାରତୀୟ ସୈନ୍ୟ। ଭାରତର ଜଣେ ମେଜର ଓ ୩ ଜଣ ଭାରତୀୟ ସୈନିକଙ୍କୁ ଗୁଳି କରି ହତ୍ୟା କରିବା  ଘଟଣାରେ ବଦଲା ନେଇଛନ୍ତି ଭାରତୀୟ ଯବାନ। ସେନାର ଆକ୍ରମଣରେ ପାକିସ୍ତାନର ୩ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଏନେଇ ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି । […]

surgical

Rakesh Mallick
  • Published: Tuesday, 26 December 2017
  • , Updated: 26 December 2017, 06:40 PM IST

ନୂଆଦିଲ୍ଲୀ: ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍‌। ଲାଇନ୍‌ ଅଫ କଣ୍ଟ୍ରୋଲକୁ ଡେଇଁ ପାକିସ୍ତାନକୁ ଧସେଇ ପଶି ପାକ୍‌ ସୈନ୍ୟକୁ ମାରିଛି ଭାରତୀୟ ସୈନ୍ୟ। ଭାରତର ଜଣେ ମେଜର ଓ ୩ ଜଣ ଭାରତୀୟ ସୈନିକଙ୍କୁ ଗୁଳି କରି ହତ୍ୟା କରିବା  ଘଟଣାରେ ବଦଲା ନେଇଛନ୍ତି ଭାରତୀୟ ଯବାନ। ସେନାର ଆକ୍ରମଣରେ ପାକିସ୍ତାନର ୩ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଏନେଇ ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି । କିନ୍ତୁ ପାକିସ୍ତାନ ତରଫରୁ ୩ ଜଣ ସୈନିକ ମୃତ ବୋଲି କୁହାଯାଇଛି।

ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ଏହାର ଜାବାବ ଦିଆଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି। ଗତକାଲି ରାତିରେ ପାକିସ୍ତାନ ପୁଣିଥରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଥିଲା। ଭାରତୀୟ ସେନା ଏହାର ପ୍ରତିବାଦରେ ୩ ଜଣ ପାକିସ୍ତାନୀ ସୈନ୍ୟଙ୍କୁ  ନିହତ କରିଛି।  ସୂଚନା ଅନୁଯାୟୀ ଗତ ୨୩ ତାରିଖରେ ପାକିସ୍ତାନ ପକ୍ଷରୁ ହୋଇଥିବା ଫାୟାରିଂରେ ୪ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସେମାନେ ହେଲେ ମେଜର ମୋହରକାର ପ୍ରଫୁଲ୍ଲ ଅମ୍ବାଦାସ୍, ଲାନ୍ସ ନାୟକ ଗୁରମେଲ ସିଂହ, ଲାନ୍ସ ନାୟକ କୁଲଦୀପ ସିଂହ ଓ ସୈନିକ ପରଗଟ ସିଂହ। ତେବେ ଗତକାଲି ଭାରତ ଏହାର ପ୍ରତିଶୋଧ ନେଇଛି। ଏହି ଅପରେଶନ୍ ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା।

Related story