ବେଇମାନ ଚୀନ୍‌କୁ ଜଗିବେ ଭାରତୀୟ ଓଟ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ମଧ୍ୟରେ ଡୋକଲାମକୁ ନେଇ ଦେଖା ଦେଇଥିବା ବିବାଦ ଏକ ପ୍ରକାର ଶେଷ ହୋଇଯାଇଛି। ଦୁଇ ପକ୍ଷ ନିଜ ନିଜ ସେନାକୁ ହଟାଇ ନେବା ପରେ ଅଞ୍ଚଳରେ ଶାନ୍ତି ଫେରିଛି। ହେଲେ ବେଇମାନ ଚୀନ୍‌ କେବେ ବି ନିଜ ଖଳ ପ୍ରକୃତି ଛାଡିବା ପରି ଲାଗୁନାହିଁ। କିଛିଦିନ ନିରବ ରହିବା ପରେ ଚୀନ୍‌ ସିକିମ୍‌ ଅଞ୍ଚଳର ତିବବ୍ଦ-ଭୁଟାନ ସୀମାରେ ସେନା ଠୁଳ କରିବାରେ ଲାଗିଛି। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। […]

camel

Rakesh Mallick
  • Published: Thursday, 28 December 2017
  • , Updated: 28 December 2017, 07:43 PM IST

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ମଧ୍ୟରେ ଡୋକଲାମକୁ ନେଇ ଦେଖା ଦେଇଥିବା ବିବାଦ ଏକ ପ୍ରକାର ଶେଷ ହୋଇଯାଇଛି। ଦୁଇ ପକ୍ଷ ନିଜ ନିଜ ସେନାକୁ ହଟାଇ ନେବା ପରେ ଅଞ୍ଚଳରେ ଶାନ୍ତି ଫେରିଛି। ହେଲେ ବେଇମାନ ଚୀନ୍‌ କେବେ ବି ନିଜ ଖଳ ପ୍ରକୃତି ଛାଡିବା ପରି ଲାଗୁନାହିଁ। କିଛିଦିନ ନିରବ ରହିବା ପରେ ଚୀନ୍‌ ସିକିମ୍‌ ଅଞ୍ଚଳର ତିବବ୍ଦ-ଭୁଟାନ ସୀମାରେ ସେନା ଠୁଳ କରିବାରେ ଲାଗିଛି। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଏପରି ସ୍ଥିତିରେ ଚୀନ୍‌ର ମନ୍ଦ ବୁଦ୍ଧିକୁ ଠିକଣା ଜବାବ ଦେବାକୁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତୀୟ ସେନା ଏକ ପାଇଲଟ୍‌ ପ୍ରୋଜେକ୍ଟ ଆଣିବାକୁ ଯାଉଛି। ପ୍ରୋଜେକ୍ଟ ଅନୁସାରେ ଲାଇନ୍‌ ଅଫ୍‌ ଅକ୍‌ଚ୍ୟୁଆଲ କଣ୍ଟ୍ରୋଲ୍‌ (ଏଲ୍‌ଏସି)ରେ ଗୋଟିଏ ଓ ଦୁଇଟି କୁବୁଜ ଥିବା ଓଟଙ୍କୁ ମୁତୟନ କରାଯିବ। ଏହି ଓଟଙ୍କ ଜରିଆରେ ସୀମା ଆଖପାଖରେ ଚୀନ୍‌ର କୌଣସି ବି ବେଆଇନ୍‌ କାମ ଉପରେ ନଜର ରଖାଯିବ। ଏହାସହ ସୀମାରେ ଥିବା ଅପହଞ୍ଚି ଅଞ୍ଚଳକୁ ଯୁଦ୍ଧାସ୍ତ୍ର ନେବାରେ ସହଜ ହେବେ।

ଗଧର ସ୍ଥାନ ନେବେ ଓଟ

ଭାରତୀୟ ସେନାରେ ପାରମ୍ପରିକ ଭାବେ ଗଧଙ୍କ ବ୍ୟବହାର କରାଯାଇଥାଏ। ହେଲେ ଏବେ ଗଧ ସ୍ଥାନରେ ଓଟଙ୍କୁ ବ୍ୟବହାର କରାଯିବ। ଏହି ଓଟଙ୍କୁ ସୀମାରେ ପାଟ୍ରୋଲିଂ କରିବା ପାଇଁ ଟ୍ରେନିଂ ଦିଆଯିବ। ଏହାସହ ଗୋଳାବାରୁଦ ଓ ଓଜନିଆ ସେନା ସାମଗ୍ରୀ ନେବା ଆଣିବା ପାଇଁ ମଧ୍ୟ ଏମାନେ ଟ୍ରେନିଂ ନେବେ। ଗୋଟିଏ ଓ ଦୁଇଟି କୁବୁଜ ବାଲା ଟଓ ପାହାଡ଼ିଆ ଅଞ୍ଚଳରେ ଗଧ ଠାରୁ ଦୁଇଗୁଣା ଅଧିକ ଓଜନ ସାମଗ୍ରୀ ନେବା ଆଣିବା କରିବାକୁ ସକ୍ଷମ। ଏହି ଓଟ ଏକା ଥରକେ ୨୦୦ କିଲୋଗ୍ରାମ ଓଜନର ଅସ୍ତ୍ରଶସ୍ତ୍ର ବହନ କରିପାରିବେ। ଏହାସହ ଘଣ୍ଟାକୁ ୧୦ରୁ ୧୫ କିମି ରାସ୍ତା ଅତିକ୍ରମ କରିପାରିବେ।

୧୫,୫୦୦ ଫୁଟ୍‌ ଉଚ୍ଚାରେ ଯବାନଙ୍କୁ କରିବେ ସାହାଯ୍ୟ

ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ ଏହି ପାଇଲଟ୍‌ ପ୍ରୋଜେକ୍ଟ ସଫଳ ହେଲେ ଏହା ଚୀନ୍‌ ସୀମାରେ ଭାରତୀୟ ଯବାନଙ୍କ ପାଇଁ ବହୁତ ସହାୟକ ହେବ। ଏହି ଓଟ ସାହାଯ୍ୟରେ ସେନା ଉଚ୍ଚା ପାହାଡ଼ ଉପରକୁ ଗୋଲାବାରୁଦ ସହ ବିଭିନ୍ନ ସାମଗ୍ରୀ ନେବା ଆଣିବା କରି ପାରିବେ। ଏହାସହ ଟ୍ରେଣ୍ଡ ଓଟ ସୀମା ସୁରକ୍ଷାରେ ମଧ୍ୟ ମୁତୟନ ହେବେ। ଏପରିକି ୧୨,୦୦୦ରୁ ୧୫,୫୦୦ ଫୁଟ୍‌ ଉପରେ ସେନା ସହ ରହି ଏହି ଓଟମାନେ ସୀମାର ପ୍ରହରା ଦେବେ।

Related story