ହିଜବୁଲ ଟପ୍ କମାଣ୍ଡରର କ୍ରାଇମ୍ କୁଣ୍ଡଳୀ

ଶ୍ରୀନଗର: ବୁରହାନ୍ ଓ୍ୱାନି, ରିଆଜ୍ ପରେ ପାକ୍ ଆତଙ୍କୀ ସଂଗଠନ ହିଜବୁଲ୍ଲ ମୁଜାହିଦ୍ଦିନର ନୂଆ କଶ୍ମୀର କମାଣ୍ଡର ହୋଇଛି ଗାଜି ହାଇଦର। ରବିବାର ଏହି ଆତଙ୍କୀକୁ ହିଜବୁଲ କଶ୍ମୀର ଦାୟିତ୍ୱ ଦେଇଛି। ଏକଦା ଶ୍ରୀନଗରର ଏକ ସଂସ୍ଥାରେ ଟେକନିସିଆନ୍ ଭାବରେ ଗାଜି କାମ କରୁଥିଲା ବୋଲି ଜଣାପଡ଼ିଛି। ଏବେ ସେନା ହାତରେ ଲାଗିଛି ଗାଜିର କ୍ରାଇମ୍ କୁଣ୍ଡଳୀ। ମୃତ ଆତଙ୍କବାଦୀ ରିଆଜକୁ ଗାଜି ହିଁ ଆତଙ୍କୀ ସଂଗଠନରେ ଯୋଡ଼ିଥିବା ଜଣାପଡ଼ିଛି। ୨୦୧୪ରୁ କଶ୍ମୀରରେ ସକ୍ରିୟ ଥିବା ଗାଜି […]

GAZI HAIDER

Subhransu Sekhar
  • Published: Monday, 11 May 2020
  • , Updated: 11 May 2020, 08:40 PM IST

ଶ୍ରୀନଗର: ବୁରହାନ୍ ଓ୍ୱାନି, ରିଆଜ୍ ପରେ ପାକ୍ ଆତଙ୍କୀ ସଂଗଠନ ହିଜବୁଲ୍ଲ ମୁଜାହିଦ୍ଦିନର ନୂଆ କଶ୍ମୀର କମାଣ୍ଡର ହୋଇଛି ଗାଜି ହାଇଦର। ରବିବାର ଏହି ଆତଙ୍କୀକୁ ହିଜବୁଲ କଶ୍ମୀର ଦାୟିତ୍ୱ ଦେଇଛି। ଏକଦା ଶ୍ରୀନଗରର ଏକ ସଂସ୍ଥାରେ ଟେକନିସିଆନ୍ ଭାବରେ ଗାଜି କାମ କରୁଥିଲା ବୋଲି ଜଣାପଡ଼ିଛି। ଏବେ ସେନା ହାତରେ ଲାଗିଛି ଗାଜିର କ୍ରାଇମ୍ କୁଣ୍ଡଳୀ।

ମୃତ ଆତଙ୍କବାଦୀ ରିଆଜକୁ ଗାଜି ହିଁ ଆତଙ୍କୀ ସଂଗଠନରେ ଯୋଡ଼ିଥିବା ଜଣାପଡ଼ିଛି। ୨୦୧୪ରୁ କଶ୍ମୀରରେ ସକ୍ରିୟ ଥିବା ଗାଜି ହାଇଦରର ମୂଳ ନାମ ସାଇଫୁଲ୍ଲା। ତା’ର ସହଯୋଗୀ ମାନେ ତା’କୁ ଡାକ୍ତର ସୈଫ ବୋଲି ଡାକନ୍ତି।

ଏ++ ଶ୍ରେଣୀର ଆତଙ୍କବାଦୀ ଗାଜି ହାଇଦର ମୁଣ୍ଡ ପାଇଁ ସରକାର ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଏବେ ସେନା ଏବଂ ଗୁଇନ୍ଦା ଗାଜି ପଛରେ ପଡ଼ିଥିବା ସୂଚନା ରହିଛି। ବୁରହାନ୍ ଏବଂ ରିଆଜ୍ ନାଇକୁ ପରି ଗାଜି ହାଇଦରର ପୁଲୱାମା କନେକସନ ରହିଛି। ବୁରହାନ ପୁଲୱାମାର ତ୍ରାଲାର ବସିନ୍ଦା ହୋଇଥିବାବେଳେ ରିଆଜ ନାଇକୁ ଓ ଗାଜି ସମାନ ସ୍କୁଲରୁ ପାଠ ପଢ଼ିଥିଲେ। ଏମିତିକି ହନିଫା ମଡେଲ ପବ୍ଲିକ ସ୍କୁଲରେ କାମ କରୁଥିଲେ। ଗାଜି ମଧ୍ୟ ପୁଲଓ୍ୱାମାର ମଲଂଗପୋରର ବାସିନ୍ଦା।

୨୦୧୬ ବୁରହାନ ଓ୍ୱାନି ହିଜବୁଲର କଶ୍ମୀର କମାଣ୍ଡର ହୋଇଥିଲା ପରେ ରିଆଜୁ ହୋଇଥିଲା। ଉଭୟ ସୁରକ୍ଷାକର୍ମୀଙ୍କ ଭିନ୍ନ ଭିନ୍ନ ଅପରେସନ ବେଳେ ନିପାତ ହୋଇଛନ୍ତି। ଏବେ ଗାଜିକୁ ଖୋଜୁଛି ଗୁଇନ୍ଦା।

ହିଜବୁଲ ମୁଜାହିଦ୍ଦିନର ମୁଖିଆ ସୟଦ ସଲାଉଦ୍ଦିନର ଅନୁମତିକ୍ରମେ ଗାଜିକୁ କଶ୍ମୀରର ନୂଆ କମାଣ୍ଡର ଭାବରେ ଦାୟିତ୍ୱ ଦିଆଯାଇଛି। ସେହିପରି ଜାଫର-ଉଲ-ଇସଲାମକୁ ଗଜିର ଡେପୁଟି ଭାବରେ ହିଜବୁଲ ମତୟନ କରିଛି। ଆବୁ ତାରିଖକୁ ହିଜବୁଲର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି।

ଶନିବାର ଅନ୍ତର୍ଜାତୀୟ ଆତଙ୍କୀର ମାନ୍ୟତା ପାଇଥିବା ହିଜବୁଲ ମୁଜାହିଦ୍ଦିନର ମୁଖିଆ ସୟଦ ସଲ୍ଲାଉଦ୍ଦିନର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ରିଆଜର ମୃତ୍ୟୁକୁ ନେଇ ସେ ଚିନ୍ତାରେ ଥିବା କହିଥିଲା। ରିଆଜର ମୃତ୍ୟୁ ପରେ ଭାରତର ପଲା ଭାରି ରହିଛି ବୋଲି ସେ କହିଥିଲା।

Related story