ରେକର୍ଡ ନିଶା: ୧୨ ବର୍ଷ ବୟସରେ ଗାଉଛନ୍ତି ୮୦ ଭାଷାର ଗୀତ

ଦୁବାଇ: ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପରିଚୟ ପାଇବା ପାଇଁ  ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଅଜବ ଗଜବ ହରକତ କରିଥାନ୍ତି। କିଏ କହୁଣୀରେ ପଇଡ଼ ଭାଙ୍ଗି ରେକର୍ଡ କରୁଛି ତ ଆଉ କିଏ ଦାନ୍ତରେ ଗାଡି ଟାଣି । ଏମିତି ରକର୍ଡ ନିଶା ଜଣେ ଭାରତୀୟ ଛାତ୍ରୀଙ୍କୁ ଏବେ ଘାରିଛି। ଦୁବାଇର ଇଣ୍ଡିଆନ୍  ହାଇସ୍କୁଲରେ ପଢୁଥିବା ସୁଚେତା ସତିଶ (୧୨) ୮୦ଟି ଭାଷାରେ ଗୀତ ଗାଇପାରନ୍ତି। ସେ ଏକ ସମ୍ମିଳୀତ ସଙ୍ଗୀତ […]

microphone_650x400_81509358377

Rakesh Mallick
  • Published: Tuesday, 14 November 2017
  • , Updated: 14 November 2017, 07:59 PM IST

ଦୁବାଇ: ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପରିଚୟ ପାଇବା ପାଇଁ  ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଅଜବ ଗଜବ ହରକତ କରିଥାନ୍ତି। କିଏ କହୁଣୀରେ ପଇଡ଼ ଭାଙ୍ଗି ରେକର୍ଡ କରୁଛି ତ ଆଉ କିଏ ଦାନ୍ତରେ ଗାଡି ଟାଣି । ଏମିତି ରକର୍ଡ ନିଶା ଜଣେ ଭାରତୀୟ ଛାତ୍ରୀଙ୍କୁ ଏବେ ଘାରିଛି।

ଦୁବାଇର ଇଣ୍ଡିଆନ୍  ହାଇସ୍କୁଲରେ ପଢୁଥିବା ସୁଚେତା ସତିଶ (୧୨) ୮୦ଟି ଭାଷାରେ ଗୀତ ଗାଇପାରନ୍ତି। ସେ ଏକ ସମ୍ମିଳୀତ ସଙ୍ଗୀତ ପ୍ରତିଯୋଗୀତାରେ ଏହିଭଳି ଗୀତ ଗାଇ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ଭାଙ୍ଗିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଗଣମାଧ୍ୟମ ଖବର ଅନୁସାରେ, ୨୯ ଡିସେମ୍ୱରରେ ହେବାକୁ ଥିବା ଏକ ସମ୍ମିଳିତ ସଙ୍ଗୀତ ପ୍ରତିଯୋଗୀତାରେ ସୁଚେତା  ୮୫ଟି ଭାଷାରେ ଗୀତ ଗାଇବେ । ରେକର୍ଡ ଭାଙ୍ଗିବା ପୂର୍ବରୁ ସୁଚେତା ଆଉ ୫ଟି ଭାଷାରେ ଭିନ୍ନ ଭିନ୍ନ ୫ଟି ଗୀତ ଶିଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସୁଚେତାଙ୍କ ଘର କେରଳରେ।

ଆହୁରି ମଧ୍ୟ ପଢନ୍ତୁ: ରେକର୍ଡ ନିଶା ଏମିତି: କିଛି ବି କରିପାରନ୍ତି ଏମାନେ

ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ କହିଛନ୍ତି,“ ମୁଁ ୮୦ଟି ଭାଷାରେ ଗୀତ ଗାଇପାରେ। ଏହି ଗୀତକୁ ଶିଖିବାକୁ ମୋତେ ଏକ ବର୍ଷ ଲାଗି ଯାଇଥିଲା। ଜାପାନରେ ମୁଁ   ପ୍ରଥମ ଥର ବିଦେଶୀ ଗୀତ ଗାଇଥିଲେ। ଫ୍ରାନ୍‌ସିସୀ, ହଙ୍ଗେରିୟାନ୍‌ ଓ ଜର୍ମାନୀ ଭାଷାର ଗୀତ ଗାଇବା ସବୁଠାରୁ କଠିନ ଥିଲା।” ବୋଲି ସେ କହିଛନ୍ତି।

Related story