ବ୍ରିଟେନ୍‌ରେ ଭାରତୀୟ ମୁସଲିମ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ହାଇଦ୍ରାବାଦ୍‌: ଦୀର୍ଘ ୬ ବର୍ଷ ହେଲା ହାଇଦ୍ରାବାଦ୍‌ରୁ ଯାଇ ଲଣ୍ଡନରେ ରହୁଥିବା ଜଣେ ଯୁବକଙ୍କୁ ସେଠାରେ ହତ୍ୟା କରାଯାଇଛି। ମୃତ ଯୁବକ ମହମ୍ମଦ ନଦ୍ଦିମୁଦ୍ଦିନ(୨୪)  ଲଣ୍ଡନର ଟେସ୍କୋ ସୁପରମାର୍କେଟରେ ଥିବା ଏକ ମଲ୍‌ରେ କାର୍ଯ୍ୟ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଅଜଣା ଦୁର୍ବୃତ୍ତମାନେ ଛୁରୀ ଭୁସି ହତ୍ୟା କରିଛନ୍ତି। ହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଙ୍କ ମୃତଦେହ ପୁଲିସ୍‌ ନିକଟସ୍ଥ ପାର୍କିଂ ସେଣ୍ଟରରୁ ଉଦ୍ଧାର କରିଛି। ନଦ୍ଦିମୁଦ୍ଦିନଙ୍କ ମୃତଦେହ ଆଣିବାକୁ ତାଙ୍କ ପରିବାର […]

sss

Hemant Lenka
  • Published: Friday, 10 May 2019
  • , Updated: 10 May 2019, 04:21 PM IST

ହାଇଦ୍ରାବାଦ୍‌: ଦୀର୍ଘ ୬ ବର୍ଷ ହେଲା ହାଇଦ୍ରାବାଦ୍‌ରୁ ଯାଇ ଲଣ୍ଡନରେ ରହୁଥିବା ଜଣେ ଯୁବକଙ୍କୁ ସେଠାରେ ହତ୍ୟା କରାଯାଇଛି। ମୃତ ଯୁବକ ମହମ୍ମଦ ନଦ୍ଦିମୁଦ୍ଦିନ(୨୪)  ଲଣ୍ଡନର ଟେସ୍କୋ ସୁପରମାର୍କେଟରେ ଥିବା ଏକ ମଲ୍‌ରେ କାର୍ଯ୍ୟ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଅଜଣା ଦୁର୍ବୃତ୍ତମାନେ ଛୁରୀ ଭୁସି ହତ୍ୟା କରିଛନ୍ତି। ହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଙ୍କ ମୃତଦେହ ପୁଲିସ୍‌ ନିକଟସ୍ଥ ପାର୍କିଂ ସେଣ୍ଟରରୁ ଉଦ୍ଧାର କରିଛି।

ନଦ୍ଦିମୁଦ୍ଦିନଙ୍କ ମୃତଦେହ ଆଣିବାକୁ ତାଙ୍କ ପରିବାର ଲୋକେ ଲଣ୍ଡନ ଯିବାକୁ ଚାହୁଁଛନ୍ତି। ଏନେଇ ବ୍ୟବସ୍ଥା କରିବାକୁ ମହମ୍ମଦଙ୍କ ପରିବାର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହଯୋଗ ଲୋଡ଼ିଛନ୍ତି। ମହମ୍ମଦଙ୍କ ଜଣେ ସମ୍ପର୍କୀୟ ଫହେମ କୁରେଶୀ କହିଛନ୍ତି, “ଲଣ୍ଡନରେ କିଛି ପ୍ରବାସୀ ଏସୀୟ ଲୋକଙ୍କ ସହ ନଦ୍ଦିମୁଦ୍ଦିନଙ୍କ ବନ୍ଧୁତା ହୋଇଥିଲା। ସେମାନଙ୍କ ମଧ୍ୟରୁ କେହି ଜଣେ ହିଁ ତାଙ୍କୁ ହତ୍ୟା କରିଛି ବୋଲି ଆମେ ସନ୍ଦେହ କରୁଛୁ। ମହମ୍ମଦଙ୍କ ଗର୍ଭବତୀ ପତ୍ନୀ ୨୫ ଦିନ ତଳେ ସେଠାକୁ ଯାଇଥିଲେ। ସେ ସେହିଠାରେ ହିଁ ରହୁଛନ୍ତି।”

Related story