ଚୀନର ଆପତ୍ତି ସତ୍ତ୍ୱେ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଚୀନ୍ ସହିତ ତିକ୍ତତା ଜାରି ରହିଥିବା ବେଳେ ଦକ୍ଷିଣ ଚୀନ ସାଗରରେ ଭାରତ ଯୁଦ୍ଧ ଜାହାଜ ମୁତୟନ କରିଛି। ଭାରତ ଏହି ପଦକ୍ଷେପ ବାବଦରେ ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୀତିକ ଆଲୋଚନା ବେଳେ ଚୀନକୁ ଅବଗତ କରାଇଥିଲା। ଚୀନ୍ କିନ୍ତୁ ଏହାକୁ ନେଇ ଆପତ୍ତି ଉଠାଇଥିଲା। କହିରଖୁଛୁ, ଚୀନ ଏବେ ଦକ୍ଷିଣ ଚୀନ ସମୁଦ୍ରରେ ନିଜର ପତିଆରା ବଢ଼ାଇ ଚାଲିଛି। ଏହାକୁ ନେଇ ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। […]

Navy

Subhransu Sekhar
  • Published: Sunday, 30 August 2020
  • , Updated: 30 August 2020, 07:48 PM IST

ନୂଆଦିଲ୍ଲୀ: ଚୀନ୍ ସହିତ ତିକ୍ତତା ଜାରି ରହିଥିବା ବେଳେ ଦକ୍ଷିଣ ଚୀନ ସାଗରରେ ଭାରତ ଯୁଦ୍ଧ ଜାହାଜ ମୁତୟନ କରିଛି। ଭାରତ ଏହି ପଦକ୍ଷେପ ବାବଦରେ ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୀତିକ ଆଲୋଚନା ବେଳେ ଚୀନକୁ ଅବଗତ କରାଇଥିଲା। ଚୀନ୍ କିନ୍ତୁ ଏହାକୁ ନେଇ ଆପତ୍ତି ଉଠାଇଥିଲା।

କହିରଖୁଛୁ, ଚୀନ ଏବେ ଦକ୍ଷିଣ ଚୀନ ସମୁଦ୍ରରେ ନିଜର ପତିଆରା ବଢ଼ାଇ ଚାଲିଛି। ଏହାକୁ ନେଇ ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚୀନ ପ୍ରତି ବିପଦ ରହିଥିବା ଆଶଙ୍କା କରି ଏବେ ଆମେରିକା ମଧ୍ୟ ଏଠାରେ ଯୁଦ୍ଧ ଜାହାଜ ମୁତୟନ କରି ସାରିଛି। ୨୦୦୯ ମସିହାରୁ ଏହି ଦକ୍ଷିଣ ଚୀନ ସମୁଦ୍ର ଉପରେ ଚୀନ ସାମରିକ ବିସ୍ତାର କରି ଚାଲିଛି। ଏହିଠାରେ ଅନ୍ୟ ଦେଶର ଉପସ୍ଥିତିକୁ ଚୀନ୍ ବିରୋଧ କରି ଆସୁଛି।

ଦକ୍ଷିଣ ଚୀନ୍ ସାଗରରେ ଭାରତର ଏହି ଯୁଦ୍ଧ ଜାହାଜ ମୁତୟନ ବେଳେ ଆମେରିକାର ନୌସେନା ଏବଂ ସାମରିକ ଶକ୍ତି ମଧ୍ୟ ସୁରକ୍ଷା ଯୋଗାଇଥିଲା ବୋଲି ଜଣାପଡ଼ିଛି। ଭାରତ ଏଠାରେ ଯୁଦ୍ଧ ଜାହାଜ ମୁତୟନ କରିବା ପୂର୍ବରୁ ଆମେରିକା ସହିତ ନିରନ୍ତର ଯୋଗାଯୋଗରେ ଥିବା ସୂଚନା ରହିଛି।

କିଛିଦିନ ପୂର୍ବରୁ ଆମେରିକା ସହିତ ମିଶି ଭାରତ ଏହି ଦକ୍ଷିଣ ଚୀନ ସାଗରରେ ସାମରିକ ଅଭ୍ୟାସ କରୁଥିଲା। ତେବେ ଭାରତ ଏଠାରେ ଯୁଦ୍ଧ ଜାହାଜ କରିବ ବୋଲି ଆମେରିକା ବ୍ୟତୀତ ଅନ୍ୟ କୌଣସି ଦେଶ ଜାଣିନଥିବା ସୂଚନା ରହିଛି। ଭାରତ ଆମେରିକା ସହିତ ମିଶି ଯୁଦ୍ଧ ଚତୁରତାର ସହ ଜାହାଜ ମୁତୟନ କରିବା ନେଇ ପ୍ରସ୍ତୁତି ଚଳାଇ ଥିଲା ବୋଲି ଜଣାପଡ଼ିଛି।

ଭାରତୀୟ ନୌସେନା ମଧ୍ୟ ଚୀନ୍ ନୌସେନାର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ନିକଟରେ ଥିବା ମଲକ୍କା ଷ୍ଟ୍ରେଟ୍ ଉପରେ ଜାହାଜ ମୁତୟନ କରିଥିଲା।

ଏବେ ଭାରତୀୟ ନୌସେନା ଶତ୍ରୁ ପକ୍ଷ ସହିତ ମୁକାବିଲା ପାଇଁ ଉଭୟ ଦିଗରୁ ପ୍ରସ୍ତୁତ ବୋଲି ଜଣାପଡ଼ିଛି। ଭାରତ ଏବେ ଏହି ଦକ୍ଷିଣ ଚୀନ୍ ସାଗରରେ ସ୍ୱଦେଶୀ ଜାହାଜ, ମାନବ ବିହୀନ ସିଷ୍ଟମ ଏବଂ ସେନସର ଆଦି ନିୟୋଜିତ କରିବାକୁ ଯୋଜନା କରୁଛି। ଅନ୍ୟପଟେ ଭାରତୀୟ ନୌସେନା ମିଗ୍ -୨୯ ଯୁଦ୍ଧ ବିମାନକୁ ମଧ୍ୟ ଏକ ସ୍ୱତନ୍ତ୍ର ବାୟୁସେନା ବେସରେ ମୁତୟନ କରିଥିବା ସୂଚନା ରହିଛି।

Related story