ନୌସେନା ପାଇଁ ଆସିବ ୧୧୧ ହେଲିକପ୍ଟର, ଖର୍ଚ୍ଚ ହେବ ୨୧ ହଜାର କୋଟି

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଅଧିକ ସଶକ୍ତ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ନୌସେନା ପାଇଁ ୧୧୧ଟି ହେଲିକପ୍ଟର କିଣାଯିବ ବୋଲି ଶ୍ରୀମତୀ ସୀତାରମଣ ଶନିବାର ଘୋଷଣା କରିଛନ୍ତି। ଏହାବାଦ୍‌ ନୌସେନା ପାଇଁ ୨୪ଟି ମଲ୍ଟି ରୋଲ୍‌ ହେଲିକପ୍ଟର କିଣାଯିବ। ଷ୍ଟ୍ରାଟେଜିକ ପାର୍ଟନରଶିପ୍‌(ଏସ୍‌ପି) ମଡେଲ୍‌ ଅନୁସାରେ ଏହି ହେଲିକପ୍ଟର ନିର୍ମାଣ କରାଯିବ। ଅର୍ଥାତ୍‌ ଭାରତର ବିଭିନ୍ନ ଘରୋଇ କମ୍ପାନୀ ବିଦେଶର ବିଭିନ୍ନ […]

helicopter

Sampad Mahapatra
  • Published: Sunday, 26 August 2018
  • , Updated: 26 August 2018, 07:02 AM IST

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଅଧିକ ସଶକ୍ତ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ନୌସେନା ପାଇଁ ୧୧୧ଟି ହେଲିକପ୍ଟର କିଣାଯିବ ବୋଲି ଶ୍ରୀମତୀ ସୀତାରମଣ ଶନିବାର ଘୋଷଣା କରିଛନ୍ତି। ଏହାବାଦ୍‌ ନୌସେନା ପାଇଁ ୨୪ଟି ମଲ୍ଟି ରୋଲ୍‌ ହେଲିକପ୍ଟର କିଣାଯିବ।

ଷ୍ଟ୍ରାଟେଜିକ ପାର୍ଟନରଶିପ୍‌(ଏସ୍‌ପି) ମଡେଲ୍‌ ଅନୁସାରେ ଏହି ହେଲିକପ୍ଟର ନିର୍ମାଣ କରାଯିବ। ଅର୍ଥାତ୍‌ ଭାରତର ବିଭିନ୍ନ ଘରୋଇ କମ୍ପାନୀ ବିଦେଶର ବିଭିନ୍ନ କମ୍ପାନୀଗୁଡ଼ିକ ସହ ମିଶି ପ୍ରତିରକ୍ଷା ବିଭାଗ ପାଇଁ ହେଲିକପ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ନିର୍ମାଣ କରିବେ।

ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ମେକ୍‌ ଇନ୍‌ ଇଣ୍ଡିଆ ଢାଞ୍ଚାରେ ଏହି ୧୧୧ଟି ଦୁଇ ଇଞ୍ଜିନ୍‌ ବିଶିଷ୍ଟ ହେଲିକପ୍ଟର ନିର୍ମାଣ ହେବା ପରେ ଏହାକୁ ନୌସେନାରେ ସାମିଲ କରାଯିବ। ଏହି ନୂଆ ହେଲିକପ୍ଟର ଆସିବା ପରେ ନୌସେନାରେ ବ୍ୟବହୃତ ସିଙ୍ଗଲ୍‌ ଇଞ୍ଜିନ୍‌ ଚେତକ୍‌ ହେଲିକପ୍ଟର୍‌ ଉଡ଼ାଣକୁ ବନ୍ଦ କରିଦିଆଯିବ।

ଏଥିସହ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ପାଇଁ ୨୫ ହଜାର କୋଟି ଟଙ୍କାର ବ୍ୟୟ ବରାଦକୁ ମଧ୍ୟ ସେ ସବୁଜ ସଙ୍କେତ ଦେଇଛନ୍ତି। ଡିଫେନ୍ସ ଆକ୍ୟୁଜିସନ୍‌ କାଉନସିଲ୍‌(ଡିଏସି) ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ଅର୍ଥ ମଧ୍ୟରୁ ସ୍ଥଳସେନା ପାଇଁ ୩,୩୬୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ଅର୍ଥରେ ସ୍ଥଳସେନା ପାଇଁ ୧୫୦ଟି ଅତ୍ୟାଧୁନିକ ବନ୍ଧୁକ କିଣାଯିବ। ଏହି ବନ୍ଧୁକଗୁଡ଼ିକ ଡିଆର୍‌ଡିଓ ପକ୍ଷରୁ ନିର୍ମାଣ କରାଯିବ।

Related story