୩ ଘଣ୍ଟାରେ ବୁକିଂ ହେଲା ୫୪ ହଜାର ରିଜରଭେସନ୍ ଟିକେଟ୍

ନୂଆଦିଲ୍ଲୀ: ମଙ୍ଗଳବାର ପାଖରୁ ଦେଶରେ ରେଳ ସେବା ଆରମ୍ଭ ହେବ। ଆଜି ଅପରାହ୍ନରୁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଟିକେଟ ରିଜରଭେସନ୍ ପାଇଁ ଆଇଆରସିଟି ଓ୍ୱେବସାଇଟ୍ ଖୋଲିବାର ତିନି ଘଣ୍ଟା ମଧ୍ୟରେ ୫୪ ହଜାର ଟିକେଟ ବିକ୍ରି ହୋଇଛି। ଏହି ସମସ୍ତ ଟିକେଟ ସଂରକ୍ଷିତ ବା ରିଜରଭେସନ୍। ଅପରାହ୍ନ ୪ଟାରେ ପ୍ରଥମେ ସାଇଟ୍ ଖାଲିଥିଲା। ହେଲେ କ୍ରାଶ୍ ହୋଇଯାଇଥିଲା। ପରେ ସଂଧ୍ୟା ୬ଟାରୁ ବୁକିଂ ସେବା ଆରମ୍ଭ ହୋଇଥିଲା। ରାତି ୯ଟା ୧୫ ସୁଦ୍ଧା ପ୍ରାୟ ୩୦,୦୦୦ […]

train

train

Subhransu Sekhar
  • Published: Monday, 11 May 2020
  • Updated: 11 May 2020, 11:02 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ପାଖରୁ ଦେଶରେ ରେଳ ସେବା ଆରମ୍ଭ ହେବ। ଆଜି ଅପରାହ୍ନରୁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଟିକେଟ ରିଜରଭେସନ୍ ପାଇଁ ଆଇଆରସିଟି ଓ୍ୱେବସାଇଟ୍ ଖୋଲିବାର ତିନି ଘଣ୍ଟା ମଧ୍ୟରେ ୫୪ ହଜାର ଟିକେଟ ବିକ୍ରି ହୋଇଛି। ଏହି ସମସ୍ତ ଟିକେଟ ସଂରକ୍ଷିତ ବା ରିଜରଭେସନ୍। ଅପରାହ୍ନ ୪ଟାରେ ପ୍ରଥମେ ସାଇଟ୍ ଖାଲିଥିଲା। ହେଲେ କ୍ରାଶ୍ ହୋଇଯାଇଥିଲା। ପରେ ସଂଧ୍ୟା ୬ଟାରୁ ବୁକିଂ ସେବା ଆରମ୍ଭ ହୋଇଥିଲା।

ରାତି ୯ଟା ୧୫ ସୁଦ୍ଧା ପ୍ରାୟ ୩୦,୦୦୦ ପିଏନଆର ରହିଥିବାବେଳେ ୫୪,୦୦୦ରୁ ଅଧିକ ଯାତ୍ରୀ ରିଜରଭେସନ୍ କରିଛନ୍ତି ବୋଲି ରେଳ ବିଭାଗ କହିଛି। ରିଜରଭେସନ୍ ସୁବିଧା କେବଳ ଆଇଆରସିଟି ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେବ। ଟିକେଟ୍‌ କାଉଣ୍ଟରରେ ଟିକେଟ୍‌ ମିଳିବନି ବୋଲି ରେଳ ବିଭାଗ କହିଛି।

ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ, ଅଗରତାଲା, ହାଓ୍ୱାଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଏବଂ ଜମ୍ମୁ ତାୱିକୁ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ସୂଚନା ରହିଛି। ମୋଟ୍ ୧୫ ଯୋଡ଼ା ୩୦ଟି ଟ୍ରେନ୍ ଅପ୍ ଆଣ୍ଡ ଡାଉନ୍ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos