ଲୁଚାଛପାରେ କିଛି କରିପାରିବନି ଚୀନ୍‌ ସେନା: ସୀମା ଜଗିବ ଭାରତୀୟ ଡ୍ରୋନ୍‌

ନୂଆଦିଲ୍ଲୀ: ସୀମାରେ ଆଉ କୌଣସି ପ୍ରକାର ବେଆଇନ କାମ କରି ପାରିବ ନାହିଁ ଚୀନ୍‌। ଚୀନ୍‌ ସେନା କିଛି ବି କଲେ ମୁହୂର୍ତ୍ତକରେ ଖବର ପହଞ୍ଚି ଯିବ ଭାରତ ପାଖରେ। ଆଉ ନିମିଷକରେ ଫସର ଫାଟିଯିବ ଚୀନ୍‌ର କଳାକାରନାମା। ଏହା ସମ୍ଭବ ହେବ ଏକ ଡ୍ରୋନ୍‌ ମାଧ୍ୟମରେ। ଏପରି ଏକ ଡ୍ରୋନ ଭାରତରେ ତିଆରି ହୋଇଛି, ଯାହା ପୃଥିବୀ ପୃଷ୍ଠରୁ ୬୫,୦୦୦ ଫୁଟ୍‌ ଉଚ୍ଚରେ ରହି ଚୀନ୍‌ର ସବୁ ବେଇମାନୀ ଉପରେ ନଜର ରଖିବା ସହ ଭାରତୀୟ […]

drone

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 08:50 AM IST

ନୂଆଦିଲ୍ଲୀ: ସୀମାରେ ଆଉ କୌଣସି ପ୍ରକାର ବେଆଇନ କାମ କରି ପାରିବ ନାହିଁ ଚୀନ୍‌। ଚୀନ୍‌ ସେନା କିଛି ବି କଲେ ମୁହୂର୍ତ୍ତକରେ ଖବର ପହଞ୍ଚି ଯିବ ଭାରତ ପାଖରେ। ଆଉ ନିମିଷକରେ ଫସର ଫାଟିଯିବ ଚୀନ୍‌ର କଳାକାରନାମା। ଏହା ସମ୍ଭବ ହେବ ଏକ ଡ୍ରୋନ୍‌ ମାଧ୍ୟମରେ। ଏପରି ଏକ ଡ୍ରୋନ ଭାରତରେ ତିଆରି ହୋଇଛି, ଯାହା ପୃଥିବୀ ପୃଷ୍ଠରୁ ୬୫,୦୦୦ ଫୁଟ୍‌ ଉଚ୍ଚରେ ରହି ଚୀନ୍‌ର ସବୁ ବେଇମାନୀ ଉପରେ ନଜର ରଖିବା ସହ ଭାରତୀୟ ସୀମାର ପ୍ରହରୀ ସାଜିବାକୁ ଯାଉଛି। ଆସନ୍ତୁ ଜାଣିବା ଏହି ସ୍ପେଶାଲ ଡ୍ରୋନ୍‌ ସମ୍ପର୍କରେ।

ପ୍ରାୟ ୩ ବର୍ଷ ପୂର୍ବେ ନୋଏଡାର ଏକ ଷ୍ଟାର୍ଟଅପ୍‌ ପକ୍ଷରୁ ଏହି ଡ୍ରୋନ୍‌ ନିର୍ମାଣ କରାଯାଇଛି। ନ୍ୟୁସ୍ପେସ୍‌ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜୀ ଦ୍ୱାରା ବିକଶିତ ଏହି ଡ୍ରୋନ୍‌ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ପ୍ରଥମ ଏୟାରକ୍ରାଫ୍‌। ଏଥିରେ ଜଡିତ ସମସ୍ତ ରିସର୍ଚ୍ଚ ଭାରତରେ ହିଁ କରାଯାଇଛି। ଏୟାରସ୍ପେସ୍‌ର ଦିଗଜ୍‌ କମ୍ପାନୀ ‘ବୋଇଙ୍ଗ’ ମଧ୍ୟ ଏହା ଫାଦାକୁ ସ୍ୱୀକାର କରିସାରିଛି। ଏହାର ପ୍ରଥମ ଉଡାଣକୁ High Altitude Pseudo Satellite ରେ ରଖାଯାଇଛି ଓ ୨୦୧୯ରେ ଏହା ପ୍ରଥମ ଉଡାଣ କରିବ।

ଅରୁଣାଚଳରେ ରହି ଜଗିବ ଚୀନ୍‌ ସେନାକୁ

ଖାସକରି ଏହି ଡ୍ରୋନ୍‌କୁ ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ମୁତୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ତିବ୍ଦତର ଶିଗାସ୍ତି ସହରରେ ଥିବା ଚୀନ୍‌ ସେନାର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖାଯାଇପାରିବ। ଚୀନ୍‌ର ଏହି ସହର ତୱାଙ୍ଗଠାରୁ ୨୦୦ କିମି ଦୂରରେ ରହିଛି।

ଉପଗ୍ରହର ବି ସ୍ଥାନ ନେଇପାରେ

ଏହି ଡ୍ରୋନ୍‌ ଉପଗ୍ରହର ସ୍ଥାନ ବି ନେବାକୁ ସକ୍ଷମ। ଏହାକୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ହାଇ ରିଜୋଲ୍ୟୁସନ୍‌ ଫଟୋ ନେବାକୁ ମୁତୟନ କରାଯାଇପାରେ। ଏଥିପାଇଁ ଅଧିକ ଇନ୍ଧନ ଖର୍ଚ୍ଚ କରିବାକୁ ମଧ୍ୟ ପଡିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଥରେ ଉପରକୁ ଗଲେ ୩ ସପ୍ତାହ ପର୍ଯ୍ୟନ୍ତ ଅନବରତ କାମ କରିପାରିବ।

Related story