ସର୍ଜିକାଲ ଷ୍ଟ୍ରାଇକ୍‌ର ସତ କାହାଣୀ କହିଲେ ମୁଖ୍ୟ ନାୟକ: ଅପରେଶନ ପରେ ଫେରିବା ଅସମ୍ଭବ ଥିଲା

ନୂଆଦିଲ୍ଲୀ: ଗତ ବର୍ଷ ସେପ୍ଟେମ୍ବର ୨୮-୨୯ ତାରିଖରେ ପିଓକେ(ପାକ୍‌ ଅଧିକୃତ କଶ୍ମୀର) ଉପରେ  ଭାରତ ପକ୍ଷରୁ ସର୍ଜିକାଲ  ଷ୍ଟ୍ରାଇକ୍‌ କରାଯାଇଥିଳା। ଭାରତୀୟ ସେନା ପକ୍ଷରୁ ଅତି ଗୋପନୀୟ ଭାବେ ଏହି ଅପରେଶନ ଆରମ୍ଭ କରାଯାଇଥିଲା। ଅତ୍ୟନ୍ତ କଠିନ ଥିବା ଏହି ଅପରେଶନ ଜରିଆରେ ୩୮ରୁ ୪୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଶତ୍ରୁର କୋଠିରେ ପଶି  ବିନାଶ କରିବା ଯେତିକି ରୋମାଞ୍ଚକର ସେତିକି ବିପଦପୂର୍ଣ୍ଣ ଥିଲା। ତେବେ ଏହି ସର୍ଜିକାଲ ଷ୍ଟ୍ରାଇକ୍‌ ଘଟଣା ଘଟିବାର ବର୍ଷପୂର୍ତ୍ତି ଅବସରରେ […]

Rakesh Mallick
  • Published: Sunday, 10 September 2017
  • , Updated: 28 September 2017, 03:23 AM IST

ନୂଆଦିଲ୍ଲୀ: ଗତ ବର୍ଷ ସେପ୍ଟେମ୍ବର ୨୮-୨୯ ତାରିଖରେ ପିଓକେ(ପାକ୍‌ ଅଧିକୃତ କଶ୍ମୀର) ଉପରେ  ଭାରତ ପକ୍ଷରୁ ସର୍ଜିକାଲ  ଷ୍ଟ୍ରାଇକ୍‌ କରାଯାଇଥିଳା। ଭାରତୀୟ ସେନା ପକ୍ଷରୁ ଅତି ଗୋପନୀୟ ଭାବେ ଏହି ଅପରେଶନ ଆରମ୍ଭ କରାଯାଇଥିଲା। ଅତ୍ୟନ୍ତ କଠିନ ଥିବା ଏହି ଅପରେଶନ ଜରିଆରେ ୩୮ରୁ ୪୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଶତ୍ରୁର କୋଠିରେ ପଶି  ବିନାଶ କରିବା ଯେତିକି ରୋମାଞ୍ଚକର ସେତିକି ବିପଦପୂର୍ଣ୍ଣ ଥିଲା। ତେବେ ଏହି ସର୍ଜିକାଲ ଷ୍ଟ୍ରାଇକ୍‌ ଘଟଣା ଘଟିବାର ବର୍ଷପୂର୍ତ୍ତି ଅବସରରେ ଏକ ବହି ପ୍ରକାଶ ପାଇଛି। ବହିର ଶୀର୍ଷକ ରହିଛି "India's Most Fearless: True Stories of Modern Military Heroes".।  ତେବେ ସର୍ଜିକାଲ ଷ୍ଟ୍ରାଇକ୍‌ର ମୁଖ୍ୟ ନାୟକ ତଥା ଯେଉଁ ମେଜର ଏହାକୁ ସଫଳତାର ସହ ଅନ୍ତିମ ରୂପ ଦେଇଥିଲେ ସେ ଏହି ବହିକୁ ଇଣ୍ଟର୍ଭ୍ୟୁ ଦେଇ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି।ସମ୍ପୃକ୍ତ ମେଜରଙ୍କ କହିବା ଅନୁଯାୟୀ ସର୍ଜିକାଲ ଷ୍ଟ୍ରାଇକ୍‌ ସରିବା ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ଖୁବ୍‌ କଠିନ ଥିଲା ।

ଶତ୍ରୁ ପକ୍ଷର ସୈନ୍ୟଙ୍କ ଗୁଳି କାନ ପାଖ ଦେଇ ଗର୍ଜନ ତର୍ଜନ କରି ଯାଉଥିଲା। ଆଉ ଏଥିରୁ ବର୍ତ୍ତିବା ଅତି କଷ୍ଟକର ଥିଲା।  ତଥାପି ସାହସର ସହିତ ବିନା କ୍ଷୟକ୍ଷତିରେ ଭାରତୀୟ ସୈନ୍ୟମାନେ ଫେରିଥିଲେ। ସମ୍ପୃକ୍ତ ମେଜରଙ୍କୁ ଉକ୍ତ ବହିରେ ‘ମେଜର ମାଇକ୍‌ ଟାଙ୍ଗୋ’ ବୋଲି ଆଖ୍ୟା ଦିଆଯାଛି।  ଜମ୍ମୁ କଶ୍ମୀରର ଉରି ଆକ୍ରମଣ ଘଟଣା ପରେ ଏହାର ବଦଲା ନେବା ପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ର ପାଇଁ ନିଷ୍ପତ୍ତି ନିଆଯାଥିଲା। ପାକ୍‌ ଆତଙ୍କବାଦୀ ପକ୍ଷରୁ ହୋଇଥିବା ଉରି ଆକ୍ରମଣରେ ୧୯ ଜଣ ଭାରତୀୟ ସୈନ୍ୟ ସହିଦ୍‌ ହୋଇଥିଲେ। ତେବେ ସର୍ଜିକାଲ ଷ୍ଟ୍ରାଇକ୍‌ ଅପରେଶନ ପାଇଁ  ୨ ୟୁନିଟ ସୈନ୍ୟଙ୍କୁ ସାମିଲ କରାଯାଥିଲା।

ଏହି ୟୁନିଟ୍‌ର ନାମ  ‘ଘଟକ ପ୍ଲାଟୁନ’ ରଖାଯାଇଥିଲା। ପରେ ଅତି ଚତୁରତାର ସହ ଏହି ଅପରେଶନ କରାଯାଇଥିବା କୁହାଯାଇଛି।  ଏହି ବହିଟିକୁ ଶିବ୍‌ ଆରୋର ଏବଂ ରାହୁଲ ସିଂହ ମିଳିତ ଭାବେ ରଚନା କରିଛନ୍ତି। ଜଣାଶୁଣା ପ୍ରକାଶନ ସଂସ୍ଥା ପେଙ୍ଗୁଇନ ଇଣ୍ଡିଆ  ପକ୍ଷରୁ ଏହି ବହି ପ୍ରକାଶ ପାଇଛି। ଏଥିରେ ଭାରତୀୟ ସେନାର ବୀରତ୍ୱ କାହାଣୀକୁ ନେଇ ୧୪ଟି  ଲେଖା ପ୍ରକାଶ ପାଇଛି।

Related story